ETV Bharat / bharat

ନିଆରା ମଣିଷ ରାଜେନ୍ଦ୍ର: ନିଶା ଗଛ ଲଗାଇବା, ଲକ୍ଷ୍ୟ ପରିବେଶ ସନ୍ତୁଳନ ରକ୍ଷା କରିବା - ଗଛରାଜ ରାଜେନ୍ଦ୍ର ଲେଙ୍କା

ନିଆରା ଚରିତ୍ରର ମଣିଷ ହେଉଛନ୍ତି କେନ୍ଦ୍ରାପଡ଼ା ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତ ଅନ୍ତର୍ଗତ ମାଳପାଟଣା ଗାଁର ରାଜେନ୍ଦ୍ର ଲେଙ୍କା ଓରଫ ଟେରୁ । ଗଛ ଲଗାଇବାର ନିଶା ପାଇଁ ନିଜ ସ୍ତ୍ରୀ ଦୂରେଇ ଯିବା ସହିତ ରୋଜଗାରର ସବୁତକ ଟଙ୍କା ଗଛ ଲଗାଇବାରେ ସାରନ୍ତି । ଅଧିକ ପଢନ୍ତୁ

ନିଆରା ମଣିଷ ରାଜେନ୍ଦ୍ର, ଗଛ ଲଗାଇବା ପାଇଁ ଖର୍ଚ୍ଚ କରନ୍ତି ନିଜ ମଜୁରୀ ଟଙ୍କା

author img

By

Published : Apr 24, 2022, 7:32 PM IST

କେନ୍ଦ୍ରାପଡା: ଗ୍ଲୋବାଲ ୱାର୍ମିଂ ଏବଂ ପରିବେଶ ସନ୍ତୁଳନକୁ ରକ୍ଷା କରିବା ପାଇଁ ବୃକ୍ଷରୋପଣ ଉପରେ ଗୁରୁତ୍ୱ ଦେଇ ବିଭିନ୍ନ ସରକାରୀ ଓ ବେସରକାରୀ ସ୍ତରରେ ପ୍ରୟାସ କରାଯାଉଛି । ଏ ବାବଦୀୟ କୋଟିକୋଟି ଟଙ୍କା ମଧ୍ୟ ଖର୍ଚ୍ଚ ହେଉଛି । ହେଲେ ଟଙ୍କାଟିଏ ସରକାରୀ ସାହାଯ୍ୟ ବିନା ନିଜ ମୂଲ ପଇସାରେ ନିଜ ଘରର ଶିଶୁଟିକୁ ପାଳିବା ପରି ଗଛକୁ ଭଲ ପାଇଛନ୍ତି ସେ । ଯେଉଁଥିପାଇଁ ତାଙ୍କୁ କିଏ ଗଛ ବାଇଆ ତ ଆଉ କିଏ ଗଛରାଜ କୁହନ୍ତି ।

ଦୁଇପଟ ଖୋଲାମେଲା ଘର, ଘର ଭିତରୁ ଉଭୟ ସୂର୍ଯ୍ୟ ଆଉ ଚନ୍ଦ୍ର ଦିଶୁଛନ୍ତି । ସମ୍ବଳ ଆଉ ସଞ୍ଚୟ କହିଲେ କିଛି ନାହିଁ, ହେଲେ ରହିଛି ଏକ ନିଆରା ନିଶା, ଆଉ ତାହା ହେଉଛି ଗଛ ଲଗାଇବାର ନିଶା । ଏଭଳି ଏକ ନିଆରା ଚରିତ୍ରର ମଣିଷ ହେଉଛନ୍ତି କେନ୍ଦ୍ରାପଡ଼ା ଆଳି ବ୍ଲକ ଚଣ୍ଡିଆଗଡି ପଞ୍ଚାୟତ ଅନ୍ତର୍ଗତ ମାଳପାଟଣା ଗାଁର ରାଜେନ୍ଦ୍ର ଲେଙ୍କା ଓରଫ ଟେରୁ । ବେଶଭୂଷାରୁ ପାଗଳ ଭଳି ଦିଶୁଥିବା ଏହି ନିଆରା ମଣିଷଙ୍କର ପେଶା ହେଉଛି ମୂଲ ଲାଗିବା ଆଉ ଚାଷ କରିବା । 2012 ମସିହାରୁ ରାଜେନ୍ଦ୍ର ଏଭଳି ଅନ୍ୟୁନ 10 ହଜାରରୁ ଊର୍ଦ୍ଧ୍ବ ଗଛ ଲଗାଇ ଜଙ୍ଗଲ ସୃଷ୍ଟି କରିଛନ୍ତି । ଛୋଟ ଛୋଟ ଗଛ ଲଗାଇ ଏହାର ରକ୍ଷଣାବେକ୍ଷଣ ସହ ପରିବାରର ଶିଶୁ ଲାଳନ ପାଳନ କରି ଗ୍ରାମ୍ୟ ଶ୍ମଶାନର ଶେଷ ଆଡକୁ ନିଜେ ସୃଷ୍ଟି କରିଥିବା ଜଙ୍ଗଲରେ ଆନମନା ହୋଇଯାଆନ୍ତି ସେ ।

ନିଆରା ମଣିଷ ରାଜେନ୍ଦ୍ର, ଗଛ ଲଗାଇବା ପାଇଁ ଖର୍ଚ୍ଚ କରନ୍ତି ନିଜ ମଜୁରୀ ଟଙ୍କା

ଗଛ ଲଗାଇବା ସମୟରେ ଗଛରେ ପାଣି ଦେବା ଓ ମୂଳରେ ମାଟି ଦେବା ଆବଶ୍ୟକ ହୋଇପଡିବାରୁ ଅନତି ଦୂରରେ ଗୋଟିଏ ପୋଖରୀ ମଧ୍ୟ ନିଜେ ଖୋଳିଥିବା କୁହନ୍ତି ରାଜେନ୍ଦ୍ର ଓ ଗ୍ରାମବାସୀ । ରାଜେନ୍ଦ୍ରଙ୍କ ମତରେ, ଗୋଟିଏ ମଣିଷ ପାଇଁ ଗୋଟିଏ ଗଛର ଆବଶ୍ୟକତା ରହିଛି ଏବଂ ଏହି ଗଛ ଲଗାଇବା ଦ୍ୱାରା ଅମ୍ଳଜାନର ଅଭାବ ରହେନାହିଁ । ଅନ୍ୟପଟେ ଗଛ ଲଗାଇବା ଦ୍ୱାରା ‘ଶିବଲୋକ’ରେ ସ୍ଥାନ ମିଳିଥାଏ ବୋଲି ବିଶ୍ୱାସ ରହିଥିବାରୁ ସେ ଗଛ ଲଗାଉଥିବା କହିଛନ୍ତି । ତାଙ୍କର ଗଛ ପ୍ରତି ଏଭଳି ପାଗଳପଣ ଦେଖି କେହିକେହି ତାଙ୍କୁ ଗଛବାଇଆ ଆଉ ଏତେଗୁଡିଏ ଗଛ ଲଗାଇ ସେଗୁଡିକୁ ବଞ୍ଚାଇ ପାରିଥିବାରୁ ତାଙ୍କୁ କେହିକେହି ଗଛରାଜ ବୋଲି କୁହନ୍ତି । ରାଜେନ୍ଦ୍ରଙ୍କ ଗଛପ୍ରତି ଥିବା ପାଗଳାମୀ ପାଇଁ ତାଙ୍କ ସ୍ତ୍ରୀ ତାଙ୍କୁ ଛାଡି ତେଲେଙ୍ଗାନାରେ ଦାଦନ ଖଟୁଛନ୍ତି । ପାଖରେ କେବଳ ପୁଅଟେ ରହିଛି ଏବଂ ସେ ଅଷ୍ଟମ ଶ୍ରେଣୀରେ ପାଠ ପଢୁଛି ।

ପରିବେଶ ପାଇଁ ଚିନ୍ତା କରି ଗଛ ଲଗାଇବାକୁ ନିଜ ଜୀବନର ବ୍ରତ କରିଥିବା ରାଜେନ୍ଦ୍ରଙ୍କୁ ଏହି ଗଛ ଲଗାଇବା ପାଇଁ ଗତ 2017 ମସିହାରେ ଦେବାକୁ ପଡିଛି ଜୋରିମାନା । ସରକାରୀ ଜାଗାରେ କାହିଁକି ଗଛ ଲଗାଉଛ ବୋଲି ପ୍ରଶ୍ନ କରି ସ୍ଥାନୀୟ ଆଳି ତହସିଲ ପ୍ରଶାସନ ରାଜେନ୍ଦ୍ରଙ୍କ ଠାରୁ ନେଇଛନ୍ତି ଆର୍ଥିକ ଜୋରିମାନା । ଯାହାର ରସିଦ ମଧ୍ୟ ପାଖରେ ରଖିଛନ୍ତି ରାଜେନ୍ଦ୍ର । ଅନ୍ୟପଟେ ନିଜ ମୂଲ ଟଙ୍କା ଏହି ଗଛ ଗୁଡିକ ପଛରେ ଖର୍ଚ୍ଚ ହେଉଥିବା ଏବଂ ଗଛ ଗୁଡିକ ପାଇଁ ମାଟି ପ୍ରସ୍ତୁତ କରିବା, ପଲିଥିନରେ ମାଟି ପୁରାଇ ଗଛକୁ ପ୍ରସ୍ତୁତ କରିବା, ଜମି ଚାରିପଟୁ ଘେରାବନ୍ଦୀ କରି ବୃକ୍ଷରୋପଣ ଆଦି କାମ ସାରା ଦିନ କରିବାକୁ ପଡ଼ୁଥିବାରୁ ସେ ସାମାନ୍ୟତମ ସରକାରୀ ସହଯୋଗ ସେ ଲୋଡିଥିଲେ । ଏଥିପାଇଁ 2017 ମସିହାରୁ କେନ୍ଦ୍ରାପଡ଼ା ଜିଲ୍ଲାପାଳ ପରେ 2018 ମସିହାରେ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ଗୁହାରୀ କରିଥିଲେ ମଧ୍ୟ ସମସ୍ତେ ଯେମିତି ରାଜେନ୍ଦ୍ରଙ୍କ ପାଇଁ ପାଷାଣ ପାଲଟି ଯାଇଛନ୍ତି । ମୂଲ ମଜୁରୀରୁ ଯାହା ଟଙ୍କା ଆଣନ୍ତି ସେଗୁଡିକୁ ଗଛଗୁଡିକ ପଛରେ ଖର୍ଚ୍ଚ କରିଦେଉଥିବାରୁ ମୁଣ୍ଡ ଗୁଞ୍ଜିବାକୁ ଘର କରିବା ତାଙ୍କ ପକ୍ଷେ ଅସମ୍ଭବ ହୋଇପଡିଛି ।

ଅନ୍ୟପଟେ ଏନେଇ ଆମେ ସ୍ଥାନୀୟ ସରପଞ୍ଚଙ୍କ ସହ ଯୋଗାଯୋଗ କରିବାରୁ ଏମିତି ଜଣେ ନିଆରା ମଣିଷକୁ ସରକାରୀ ସହାୟତା ମିଳିଲେ ସେ ନିଶ୍ଚେ ଆହୁରି ଅନେକ ଗଛ ଲଗାଇ ପାରନ୍ତେ ବୋଲି କହିବା ସହ ସରକାରୀ ଭାବେ ରାଜେନ୍ଦ୍ରଙ୍କ ପାଇଁ ଘର ଯୋଗାଇ ଦେବା ଏବଂ ରାଜେନ୍ଦ୍ରଙ୍କୁ ଜିଲ୍ଲା ପ୍ରଶାସନ ତୁରନ୍ତ ସାହାଯ୍ୟ କରିବା ପାଇଁ ଦାବି କରିଛନ୍ତି । ନିଜ ଜୀବନ କାଳ ମଧ୍ୟରେ ଅନ୍ୟୁନ 1 ଲକ୍ଷ ଗଛ ଲଗାଇବା ପାଇଁ ଲକ୍ଷ୍ୟ ରଖିଥିବା ରାଜେନ୍ଦ୍ରଙ୍କ ପାଇଁ ଆବଶ୍ୟକୀୟ ସରକାରୀ ସହାୟତା ପହଞ୍ଚିବ ନା ଆଗଭଳି ରାଜେନ୍ଦ୍ରଙ୍କୁ ଏ ଅଫିସରୁ ସେ ଅଫିସ ଯାଏଁ ଦୌଡ଼ିବାକୁ ହେବ ତାହା ସମୟ କହିବ ।

କେନ୍ଦ୍ରାପଡାରୁ ରାଧାକାନ୍ତ ମହାନ୍ତି, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.