ETV Bharat / bharat

ରାଜସ୍ଥାନ ରଣ: ଏକଜିଟ୍ ପୋଲରେ ବିଜେପି ଆଗୁଆ, ଡିସେମ୍ବର 3ରେ ଏକଜାଟ୍ ପୋଲ୍

author img

By ETV Bharat Odisha Team

Published : Nov 30, 2023, 7:04 PM IST

ଡିସେମ୍ବର 3ରେ ରାଜସ୍ଥାନ ବିଧାନସଭା ନିର୍ବାଚନର ଫଳାଫଳ । ତା ପୂର୍ବରୁ ଆସିଛି ବୁଥ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ । ଏକଜିଟ୍ ପୋଲ୍ ଅନୁସାରେ ରାଜସ୍ଥାନରେ ବିଜେପି ଆଗୁଆ । ଅଧିକ ପଢ଼ନ୍ତୁ...

ରାଜସ୍ଥାନ ରଣ: ଏକଜିଟ୍ ପୋଲରେ ବିଜେପି ଆଗୁଆ, ଡିସେମ୍ବର 3ରେ ଏକଜାଟ୍ ପୋଲ୍
ରାଜସ୍ଥାନ ରଣ: ଏକଜିଟ୍ ପୋଲରେ ବିଜେପି ଆଗୁଆ, ଡିସେମ୍ବର 3ରେ ଏକଜାଟ୍ ପୋଲ୍

ଜୟପୁର: ରାଜସ୍ଥାନରେ ହୋଇପାରେ ସତ୍ତା ପରିବର୍ତ୍ତନ । ବିଧାନସଭା ନିର୍ବାଚନ ଫଳାଫଳ ବା ଏକଜାଟ୍ ପୋଲ୍ ଡିସେମ୍ବର 3 ତାରିଖରେ ପ୍ରକାଶ ପାଇବ । ତା ପୂର୍ବରୁ ଆଜି( ନଭେମ୍ବର 30) ରେ ଆସିଛି ବୁଥ୍ ବାହୁଡ଼ା ମତ ବା ଏକଜିଟ୍ ପୋଲ୍ । ବିଭିନ୍ନ ସର୍ବେକ୍ଷଣ ସଂସ୍ଥା ଦ୍ବାରା କରାଯାଇଥିବା ଏକଜିଟ୍ ପୋଲ୍ ଅନୁସାରେ, ରାଜସ୍ଥାନରେ ବିଜେପି ଆଗୁଆ ରହିପାରେ । ଅଧିକାଂଶ ସର୍ଭେ ସଂସ୍ଥା ରାଜସ୍ଥାନରେ ବିରୋଧୀ ଦଳ ବିଜେପିକୁ ଅଧିକ ଆସନ ଦେଇଛନ୍ତି । 200 ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ, ସରକାର ଗଠନ ପାଇଁ ମ୍ୟାଜିକ୍ ନମ୍ବର ହେଉଛି 101 । ତେବେ 199ଟି ଆସନରେ ହୋଇଛି ନିର୍ବାଚନ ।

ଏକଜିଟ୍ ପୋଲ: ଜନ୍ କି ବାତ୍ କରିଥିବା ଏକଜିଟ ପୋଲ୍ ଅନୁସାରେ, ରାଜସ୍ଥାନରେ ବିଜେପିକୁ 111ରୁ 122ଟି ଆସନ ମିଳିପାରେ । ସେହିପରି କଂଗ୍ରେସକୁ ମିଳିପାରେ 55ରୁ 62ଟି ଆସନ । ଟାଇମ୍ସ ନାଓ-ଇଟିଜିର ଏକଜିଟ୍ ପୋଲ୍ ମଧ୍ୟ ବିଜେପିକୁ ଦେଇଛି ଅପର୍ ହ୍ୟାଣ୍ଡ । ଟାଇମ୍ସ ନାଓ-ଇଟିଜିର ଆକଳନ, ରାଜସ୍ଥାନରେ ବିଜେପିକୁ 108ରୁ 128 ମଧ୍ୟରେ ସିଟ୍ ମିଳିପାରେ । କଂଗ୍ରେସ ପାର୍ଟି ପାଇପାରେ 56ରୁ 72 ଆସନ । ସେହିପରି ଅନ୍ୟାନ୍ୟଙ୍କୁ ମିଳିପାରେ 13ରୁ 21 ଆସନ । ଟିଭି ନାଇନ୍ ଭାରତବର୍ଷ ପୁଲଷ୍ଟାର୍ଟର ଏକଜିଟ ପୋଲ୍ ଅନୁସାରେ ବିଜେପିକୁ 100ରୁ 110ଟି ଆସନ ମିଳିପାରେ । କଂଗ୍ରେସ ପାର୍ଟି ପାଇପାରେ 90ରୁ 100 ଆସନ । ସେହିପରି PMARQର ପୂର୍ବାନୁମାନ, ରାଜସ୍ଥାନରେ ବିଜେପି 105ରୁ 125 ଆସନ ପାଇପାରେ । କଂଗ୍ରେସ ପାର୍ଟିକୁ 69ରୁ 91 ଆସନ ମିଳିପାରେ । ଅନ୍ୟାନ୍ୟଙ୍କୁ ମିଳିପାରେ 5ରୁ 15 ଟି ଆସନ ।

ରାଜସ୍ଥାନ ବିଧାନସଭା ପାଇଁ ନଭେମ୍ବର 25 ତାରିଖରେ ହୋଇଥିଲା ଭୋଟ୍ । 200 ଆସନ ବିଶିଷ୍ଟ ବିଧାନସଭାରେ 199 ଆସନରେ ହୋଇଥିଲା ମତଦାନ ।

ରାଜସ୍ଥାନ 2018 ନିର୍ବାଚନ ଫଳାଫଳ: ରାଜସ୍ଥାନରେ 2018 ନିର୍ବାଚନରେ କଂଗ୍ରେସ ପାର୍ଟି 100ଟି ଆସନରେ ବିଜୟୀ ହୋଇଥିବା ବେଳେ, ଦଳର ଭୋଟ ପ୍ରତିଶତ ଥିଲା 39.30% । ସେହିପରି ବିଜେପି 38.77% ପ୍ରତିଶତ ଭୋଟ ସହିତ ପାଇଥିଲା 73 ଟି ଆସନ । ଅନ୍ୟପକ୍ଷରେ ସ୍ବାଧୀନ ପ୍ରାର୍ଥୀମାନେ 13ଟି ଆସନରେ ବିଜୟୀ ହୋଇଥିବା ବେଳେ, ବିଏସପିକୁ 6ଟି ଆସନ, ରାଷ୍ଟ୍ରୀୟ ଲୋକତାନ୍ତ୍ରିକ ପାର୍ଟିକୁ 3ଟି ଆସନ, ଭାରତୀୟ ଟ୍ରାଇବାଲ୍ ପାର୍ଟିକୁ 2ଟି ଆସନ ଏବଂ ରାଷ୍ଟ୍ରୀୟ ଲୋକଦଳକୁ ମିଳିଥିଲା 1ଟି ଆସନ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.