ETV Bharat / bharat

ହେଡ କନଷ୍ଟେବଳଙ୍କୁ ଚାପୁଡା ମାରି ହଟାହଟା ବିଧାୟିକା !

ହେଡ କନଷ୍ଟେବଳଙ୍କୁ ଚାପୁଡା ମାରି ରାଜସ୍ଥାନର ବିଧାୟିକା ରମିଳା ଖଦିୟା ହଟହଟା ହୋଇଛନ୍ତି । ଅଧିକ ପଢନ୍ତୁ...

ହେଡ କନଷ୍ଟେବଳଙ୍କୁ ଚାପୁଡା ମାରି ହଟାହଟା ରାଜସ୍ଥାନ ବିଧାୟିକା

author img

By

Published : Jun 15, 2021, 3:48 PM IST

ଜୟପୁର: ରାଜସ୍ଥାନର ସ୍ବାଧୀନ ବିଧାୟିକା ରମିଳା ଖଦିୟା ହେଡ କନଷ୍ଟେବଳଙ୍କୁ ଚାପୁଡା ମାରିଥିବା ଅଭିଯୋଗ ହୋଇଛି । ରବିବାର ଉକ୍ତ କନଷ୍ଟେବଳ ଡ୍ୟୁଟିରେ ଥିବାବେଳେ ବିଧାୟିକା ତାଙ୍କୁ ଚାପୁଡା ମାରିଥିବା ହୋଇଛି ଅଭିଯୋଗ ।

କନଷ୍ଟେବଳ ମହେନ୍ଦ୍ର ନାଥ ବିଧାୟିକାଙ୍କ ଜଣେ ଚିହ୍ନା ବ୍ୟକ୍ତିଙ୍କୁ ନିଶାଶକ୍ତ ଅବସ୍ଥାରେ କାବୁ କରିଥିଲେ । ଏହା ପରେ ବିଧାୟିକା ତାଙ୍କୁ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ବିଧାୟିକା ତାଙ୍କୁ ଗାଳିଗୁଲଜ କରିବା ସହିତ ତାଙ୍କା ସାର୍ଟ କଲର ଧରିଥିବା ସେ ଅଭିଯୋଗ କରିଛନ୍ତି । ଏହି ଘଟଣା ସମ୍ପର୍କରେ ଆଲୋଚନା ସମୟରେ ବିଧାୟିକା ତାଙ୍କୁ ଚାପୁଡା ମାରିଥିବା ସେ ଅଭିଯୋଗ କରିଛନ୍ତି । ସେପଟେ ବିଧାୟିକା କନଷ୍ଟେବଳଙ୍କ ଉପରେ ପାଲଟା ଅଭିଯୋଗ କରିଛନ୍ତି । କନଷ୍ଟେବଳ ଜଣକ ସତ୍ୟକୁ ଲୁଚାଇବାକୁ ଚେଷ୍ଟା କରୁଥିଲେ ଓ ଟଙ୍କା ପାଇଁ ଲୋକଙ୍କୁ ହଇରାଣ କରୁଥିଲେ ବୋଲି ବିଧାୟିକା କହିଛନ୍ତି ।

ସୁନିଲ ତାଙ୍କ ଜେଜେବାପାଙ୍କୁ ଔଷଧ ଦେଇ ଘରକୁ ଫେରୁଥିବା ବେଳେ ମହେନ୍ଦ୍ର ତାଙ୍କୁ ଅଟକାଇଥିଲେ ଓ ଟଙ୍କା ମାଗିଥିଲେ । ଯେତେବେଳେ ସୁନିଲ ଟଙ୍କା ଦେବାକୁ ମନା କରିଥିଲେ ଏହାପରେ କନଷ୍ଟେବଳ ତାଙ୍କୁ ମାଡ ମାରିଥିବା ବିଧାୟିକା ଅଭିଯୋଗ କରିଛନ୍ତି । ମାଡ ମାରିବା ସମୟରେ ବିଧାୟିକା ସୁନିଲଙ୍କ ସହିତ କଥା ହେଉଥିଲେ ଏବଂ ସୁନିଲଙ୍କୁ ସାହାଯ୍ୟ କରିବା ପାଇଁ ସେ ଘଟଣାସ୍ଥଳରେ ପହଞ୍ଚିଥିବା କହିଛନ୍ତି । ସୁନିଲଙ୍କୁ ଲାଠି ମାଡ ହୋଇଥିବା ଅଭିଯୋଗ କରିବା ସହ କନଷ୍ଟେବଳ ମହେନ୍ଦ୍ରଙ୍କ ନାମରେ ଅଭିଯୋଗ କରିଥିଲେ ।

ଏହି ଘଟଣାରେ ବିଧାନସଭାର ବିରୋଧୀ ଦଳ ନେତା ଗୁଲାବ ସି. କଟରିଆ କହିଛନ୍ତି ଯେ ସୁନିଲ ନିଶାସକ୍ତ ଅବସ୍ଥାରେ ଥିବାରୁ କନଷ୍ଟେବଳ ତାଙ୍କୁ ଅଟକାଇଥିଲେ । ସେ ନିଜର କର୍ତ୍ତବ୍ୟ କରୁଥିଲେ । ବିଧାୟିକାଙ୍କଠାରୁ ଏପରି ଆଚରଣ ଆଶା କରାଯାଇଥିଲା ବୋଲି ସେ କହିଛନ୍ତି ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.