ETV Bharat / bharat

କୋଭିଡରେ ପିତାମାତା ହରାଇଥିବା ପିଲାଙ୍କୁ ମାସିକ 2500 ଟଙ୍କା ସହାୟତା ଦେବେ ରାଜସ୍ଥାନ ସରକାର

author img

By

Published : Jun 12, 2021, 7:06 PM IST

କୋଭିଡରେ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ନୂଆ ସହାୟତା ରାଶି ଘୋଷଣା କଲେ ରାଜସ୍ଥାନ ସରକାର । ଅଧିକ ପଢନ୍ତୁ...

କୋଭିଡରେ ପିତାମାତା ହରାଇଥିବା ପିଲାଙ୍କୁ ମାସିକ 2500 ଟଙ୍କାର ସହାୟତା ଘୋଷଣା କଲା ରାଜସ୍ଥାନ

ଜୟପୁର: କୋଭିଡ ସଂକ୍ରମଣରେ ଉଭୟ ପିତାମାତାଙ୍କୁ ହରାଇଥିବା ପିଲାମାନଙ୍କ ପାଇଁ ସହାୟତା ରାଶି ଘୋଷଣା କଲେ ରାଜସ୍ଥାନ ସରକାର । ଏପରି ପିଲାମାନଙ୍କୁ ଏକକାଳୀନ ଏକ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ପ୍ରଦାନ ସହ ସାବାଳକ ହେବା ପାର୍ଯ୍ୟନ୍ତ ମାସିକ ଅଢେଇ ହଜାର ଟଙ୍କାର ଷ୍ଟାଇପେଣ୍ଡ ରାଶି ପ୍ରଦାନ କରିବା ନେଇ ରାଜ୍ୟ ସରକାର ଘୋଷଣା କରିଛନ୍ତି । ଏନେଇ ରାଜସ୍ଥାନ ସରକାରଙ୍କ ପକ୍ଷରୁ ଏକ ପ୍ରେସ ରିଲିଜ ମାଧ୍ୟରେ ସୂଚନା ଦିଆଯାଇଛି ।

ଏହି ସହାୟତା ରାଶି ମୁଖ୍ୟମନ୍ତ୍ରୀ ‘କୋରୋନା ବାଲ କଲ୍ୟାଣ ଯୋଜନା' ଅଧୀନରେ କାର୍ଯ୍ୟକାରୀ ହେବାକୁ ଯାଉଛି । 18 ବର୍ଷ ବୟସ ପର୍ଯ୍ୟନ୍ତ କୋଭିଡ-19 କାରଣରୁ ପିତାମାତା ହରାଇଥିବା ପିଲାମାନଙ୍କୁ ଏକକାଳୀନ 1 ଲକ୍ଷ ଟଙ୍କା ଏବଂ ସାବାଳକ ହେବା ପର୍ଯ୍ୟନ୍ତ ସେମାନଙ୍କ ରକ୍ଷଣାବେକ୍ଷଣ ଓ ଶିକ୍ଷା ପାଇଁ 2500 ଟଙ୍କାର ସହାୟତା ଘୋଷଣା କରିଛନ୍ତି। ସେହିପରି ପିଲାକୁ 18 ବର୍ଷ ଅର୍ଥାତ ସାବାଳକ ହେଲା ପରେ 5 ଲକ୍ଷ ଟଙ୍କା ପ୍ରଦାନ କରିବ ରାଜ୍ୟ ସରକାର । ଯାହା ସେମାନଙ୍କର ଉଚ୍ଚଶିକ୍ଷା ପାଇଁ ବେସ ସହାୟକ ହୋଇପାରିବା ନେଇ ସରକାର ମତ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.