ଜୟପୁର: ରାଜସ୍ଥାନକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ । ରାଜସ୍ଥାନର ଅଜମେରରୁ ଦିଲ୍ଲୀକୁ ଗଡିବ ବନ୍ଦେ ଭାରତ ଏକ୍ସପ୍ରେସ । ଭିଡିଓ କନଫରେନ୍ସିଂ ଜରିଆରେ ରାଜସ୍ଥାନକୁ ପ୍ରଥମେ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଜସ୍ଥାନ ମାଟିରୁ ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ କହିଛନ୍ତି,'' ମା’ ଭାରତୀଙ୍କ ବନ୍ଦନା କରୁଥିବା ରାଜସ୍ଥାନ ମାଟିକୁ ଆଜି ପ୍ରଥମ ବନ୍ଦେ ଭାରତ ଟ୍ରେନ ମିଳିଛି । ଦିଲ୍ଲୀ କ୍ୟାଣ୍ଟ-ଅଜମେର ବନ୍ଦେ ଭାରତ ଏକ୍ସପ୍ରେସ ଦ୍ବାରା ଜୟପୁରରୁ ଦିଲ୍ଲୀ ଯାତାୟତ ସହଜ ହେବ । ଏହି ଟ୍ରେନ ରାଜସ୍ଥାନର ପର୍ଯ୍ୟଟନରେ ସହାୟକ ହେବ ।
-
वंदे भारत ट्रेन आज विकास, आधुनिकता, स्थिरता और आत्म-निर्भरता का पर्याय बन चुकी है। pic.twitter.com/zS5DBVPkKM
— PMO India (@PMOIndia) April 12, 2023 " class="align-text-top noRightClick twitterSection" data="
">वंदे भारत ट्रेन आज विकास, आधुनिकता, स्थिरता और आत्म-निर्भरता का पर्याय बन चुकी है। pic.twitter.com/zS5DBVPkKM
— PMO India (@PMOIndia) April 12, 2023वंदे भारत ट्रेन आज विकास, आधुनिकता, स्थिरता और आत्म-निर्भरता का पर्याय बन चुकी है। pic.twitter.com/zS5DBVPkKM
— PMO India (@PMOIndia) April 12, 2023
ବନ୍ଦେ ଭାରତ ଏକ୍ସପ୍ରେସ ଆଜି ବିକାଶ, ଆଧୁନିକିକରଣ, ସ୍ଥିରତା ଏବଂ ଆତ୍ମ ନିର୍ଭରଶୀଳର ମାଧ୍ୟମ ପାଲଟିଛି । ଆଜିର ବନ୍ଦେ ଭାରତ ଯାତ୍ରା ଭବିଷ୍ୟତରେ ଆମକୁ ବିକଶିତ ଭାରତର ଯାତ୍ରା ଦିଗରେ ନେଇଯିବ । ବନ୍ଦେ ଭାରତ ପ୍ରଥମ ସେମି ହାଇ ସ୍ପିଡ ଟ୍ରେନ ଯାହା ମେଡ ଇନ ଇଣ୍ଡିଆର । ବନ୍ଦେ ଭାରତ ପ୍ରଥମ ଟ୍ରେନ ଯାହା ସୁଗଠିତ ଏବଂ କୁଶଳ । ଏହି ଟ୍ରେନ ସ୍ବଦେଶୀ ସୁରକ୍ଷା ପ୍ରଣାଳୀ କବଚ ଅନୁକୁଳରେ ତିଆରି ହୋଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ବନ୍ଦେ ଭାରତ ଟ୍ରେନ ଶୁଭାରମ୍ଭ କରି ପ୍ରଧାନମନ୍ତ୍ରୀ ଆହୁରି କହିଛନ୍ତି,''ଭାରତ ରେଲୱେ ଇତିହାସରେ ବନ୍ଦେ ଭାରତ ସେହି ପ୍ରଥମ ଟ୍ରେନ ଯାହା ବିନା ଅତିରିକ୍ତ ଇଞ୍ଜିନରେ ସହାଦ୍ରି ଘାଟର ଉଚ୍ଚ ଯାତାୟତ ପୂରଣ କରିଛି । ବନ୍ଦେ ଭାରତ ଭାରତର ପ୍ରଥମ ସବୁବେଳେ ପ୍ରଥମ ଭାବନାକୁ ସମୃଦ୍ଧ କରିଛି । ଗତ 2 ମାସ ଭିତରେ ଏହା ଷଷ୍ଠ ବନ୍ଦେ ଭାରତ ଏକ୍ସପ୍ରେସ ଯାହାକୁ ସବୁଜ ପତାକା ଦେଖାଇବାର ସୌଭାଗ୍ୟ ମିଳିଛି । ଏହି ଆଧୁନିକ ଟ୍ରେନ ଚଳାଚଳ ଆରମ୍ଭ ହେବା ଦିନଠୁ ଏଥିରେ 60 ଲକ୍ଷ ଲୋକ ଯାତ୍ରା କରି ସାରିଛନ୍ତି । ଦ୍ରୁତ ଗତି ବନ୍ଦେ ଭାରତ ଏକ୍ସପ୍ରେସର ବିଶେଷତ୍ବ ହେଉଛି ଏହା ଲୋକଙ୍କ ସମୟ ବଞ୍ଚାଉଛି । ଅନୁଧ୍ୟାନରୁ ଜଣାପଡିଛି ଥରେ ଏଥିରେ ଯାତ୍ରା କଲେ ପାଖାପାଖି ଅଢେଇ ହଜାର ଘଣ୍ଟା ସମୟ ବଞ୍ଚୁଛି । ଆଜି ଦେଶରେ ବନ୍ଦେ ଭାରତ ଏକ୍ସପ୍ରେସର ଗୌରବ ଗାନ ହୋଇଛି । ରେଳ ଯୋଗାଯୋଗ ସଫଳ ହେଲେ ଦେଶ ସଶକ୍ତ ହେବ । ଏହି ଆଧୁନିକ ବନ୍ଦେ ଭାରତ ଏକ୍ସପ୍ରେସ ରାଜସ୍ଥାନର ବିକାଶରେ ଗତି ଦେବ ଏହି ଟ୍ରେନ । ''
ଏହା ବି ପଢନ୍ତୁ...ଭଟିଣ୍ଡା ମିଲିଟାରୀ ଷ୍ଟେସନରେ ଗୁଳିମାଡରେ ୪ ଯବାନ ମୃତ, ରିପୋର୍ଟ ମାଗିଲେ ପ୍ରତିରକ୍ଷା ମନ୍ତ୍ରୀ
ରାଜସ୍ଥାନ ବନ୍ଦେ ଭାରତ ଟ୍ରେନ ସମୟ: ବନ୍ଦେ ଭାରତ ଏକ୍ସପ୍ରେସ କେବଳ ଆଜମେରରୁ ଦିଲ୍ଲୀ ମଧ୍ୟରେ ଯାତାୟତ କରିବ । ଜୟପୁର, ଅଲୱାର ଏବଂ ଗୁଡଗାଓଁ ମଧ୍ୟରେ ଷ୍ଟପେଜ ରହିବ । ବନ୍ଦେ ଭାରତ ଏକ୍ସପ୍ରେସ ଶତାବ୍ଦୀ ଏକ୍ସପ୍ରେସ ଠାରୁ ମଧ୍ୟ ଅଧିକ ବେଗରେ ଚାଲିବ । ଦିଲ୍ଲୀରୁ ବାହାରି ଆଜମେରରେ ପହଞ୍ଚିବା ପାଇଁ ଶତାବ୍ଦୀ ଏକ୍ସପ୍ରେସକୁ ୬ ଘଣ୍ଟା ୧୫ ମିନିଟ ଲାଗୁଥିବା ବେଳେ ବନ୍ଦେ ଭାରତ ଏକ୍ସପ୍ରେସ ୫ ଘଣ୍ଟା ୧୫ ମିନିଟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବ । ହାଇ ରାଇଡ ଓଭର ହେଡ ଅଞ୍ଚଳରେ ଯାତାୟତ କରୁଥିବା ବିଶ୍ବର ପ୍ରଥମ ସେମି ହାଇସ୍ପିଡ ପାସେଞ୍ଜର ଟ୍ରେନ ଅଟେ । ଯାହାକି ଯାତ୍ରୀମାନଙ୍କୁ କମ ସମୟରେ ଏବଂ ଆରାମଦାୟକ ସେବା ପ୍ରଦାନ କରିଛି ।
ପ୍ରକାଶଥାଉ କି, ଗତ ୮ ଏପ୍ରିଲରେ ପ୍ରଧାନମନ୍ତ୍ରୀ ଦୁଇଟି ହାଇସ୍ପିଡ ବନ୍ଦେ ଭାରତ ଏକ୍ସପ୍ରେସର ଉଦଘାଟନ କରିଥିଲେ । ଚେନ୍ନାଇ-କୋଏମ୍ବାଟୁର ବନ୍ଦେ ଭାରତ ଏକ୍ସପ୍ରେସ ଉଦଘାଟନ କରିବା ପରେ ହାଇଦ୍ରାବାଦ ଗସ୍ତ କରି ସିକନ୍ଦରାବାଦ-ତିରୁପତି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଥିଲେ । ଏହି ଏକ୍ସପ୍ରେସର ନାଲଗୋଣ୍ଡା, ଗୁଣ୍ଟୁର, ଅଙ୍ଗୋଲ ଏବଂ ନେଲୋର ଷ୍ଟେସନରେ ଷ୍ଟପେଜ ରହିଛି ।