ETV Bharat / bharat

Manipur Violence: ‘ନିର୍ବାଚନୀ ରାଜ୍ୟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ, କିନ୍ତୁ ମଣିପୁରକୁ ନୁହେଁ’ - ମଣିପୁର ହିଂସା ଘଟଣା

ମଣିପୁର ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କଲେ ଗେହେଲଟ । କହିଲେ, ନିର୍ବାଚନୀ ରାଜ୍ୟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ, କିନ୍ତୁ ମଣିପୁରକୁ ନୁହେଁ । ଅଧିକ ପଢନ୍ତୁ

Manipur violence: ‘ନିର୍ବାଚନୀ ରାଜ୍ୟ ଗସ୍ତ କରୁଛନ୍ତି ପ୍ରଧାନମନ୍ତ୍ରୀ, କିନ୍ତୁ ମଣିପୁରକୁ ନୁହେଁ ’

author img

By

Published : Jul 22, 2023, 5:28 PM IST

ଜୟପୁର: ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ନିରବତାକୁ ନେଇ ବିରୋଧୀ ପ୍ରଥମରୁ ଟାର୍ଗେଟ କରିଆସୁଥିବା ବେଳେ ଭିଡିଓ ଭାଇରାଲ ହେବା ପରେ ଏହି ସମାଲୋଚନା ଆହୁରି ଶାଣିତ ହେବାରେ ଲାଗିଛି । ପ୍ରଧାନମନ୍ତ୍ରୀ ନିର୍ବାଚନ ହେବାକୁ ଥିବା ରାଜ୍ୟଗୁଡିକୁ ବାରମ୍ବାର ଗସ୍ତ କରିବାରେ ଲାଗିଛନ୍ତି, ହେଲେ ମଣିପୁର ଗସ୍ତ କରୁଥିବା କହିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ।

ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ ଗେହେଲଟ କହିଛନ୍ତି, ‘‘ପ୍ରଧାନମନ୍ତ୍ରୀ ପ୍ରଥମେ କର୍ଣ୍ଣାଟକ ଏବେ ରାଜସ୍ଥାନ ଓ ଅନ୍ୟ କିଛି ନିର୍ବଚନ ହେବାକୁ ଥିବା ରାଜ୍ୟ ଗସ୍ତ କରୁଛନ୍ତି । ହେଲେ ହିଂସା ପ୍ରଭାବିତ ମଣିପୁର ଗସ୍ତ କରୁନାହାନ୍ତି । ଏବେ ମଣିପୁରରେ ତାଙ୍କ ସରକାର ରହିଛି । ଯଦି ସେଠାରେ କଂଗ୍ରେସ ଶାସନରେ ଥାଆନ୍ତା ତେବେ ସ୍ଥିତି କ’ଣ ହେଇଥାନ୍ତା, ଆପଣମାନେ କଳ୍ପନା କରନ୍ତୁ ।’’

ଆହୁରି ମଧ୍ୟ ପ୍ରଧାନମନ୍ତ୍ରୀ ପ୍ରଥମ ଥର ପାଇଁ ମୁଁହ ଖୋଲି ମଣିପୁର ଘଟଣାକୁ ନିନ୍ଦା କରିବା ବେଳେ ରାଜସ୍ଥାନ ଓ ଛତିଶଗଡ ଆଇନ ଶୃଙ୍ଖଳା ପ୍ରସଙ୍ଗ ଉଠାଇବାକୁ ନେଇ ମଧ୍ୟ ଗେହେଲଟ ସମାଲୋଚନା କରିଛନ୍ତି । ପ୍ରଧାନମନ୍ତ୍ରୀଙ୍କ ଏହି ମନ୍ତବ୍ୟ ରାଜସ୍ଥାନର ଭାବାବେଗକୁ ଆଘାତ ଦେଇଛି । ମଣିପୁରରେ ବର୍ତ୍ତମାନ ସ୍ଥିତି କ’ଣ ପ୍ରଧାନମନ୍ତ୍ରୀ ଏକ ସମୀକ୍ଷା କରନ୍ତୁ । ଯଦି ପ୍ରଧାନମନ୍ତ୍ରୀ ମଣିପୁର ଗସ୍ତ କରି ପାରୁନାହାନ୍ତି, ତେବେ ଦିଲ୍ଲୀରେ ଏକ ସମୀକ୍ଷା ବୈଠକ ଡାକି ମଣିପୁରର ସାମ୍ପ୍ରତିକ ସ୍ଥିତି ସମୀକ୍ଷା କରନ୍ତୁ ବୋଲି ଗେହେଲଟ କହିଛନ୍ତି ।

ଏହା ମଧ୍ୟ ପଢନ୍ତୁ:-Manipur Women Paraded Naked: 4 ଅଭିଯୁକ୍ତ ଗିରଫ, ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ

ଅନ୍ୟପଟେ ଦୀର୍ଘଦିନର ନୀରବତା ଭାଙ୍ଗି ଗୁରୁବାର ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଧାନମନ୍ତ୍ରୀ କହିଥିଲେ," ମଣିପୁରରେ ଘଟିଥିବା ଘଟଣା ସଭ୍ୟସମାଜ ପାଇଁ ଗ୍ରହଣୀୟ ନୁହେଁ । ଏହି ଘଟଣା ସମଗ୍ର ଦେଶର 140 କୋଟି ଭାରତୀୟଙ୍କୁ ଲଜ୍ଜିତ କରିଛି । ତାଙ୍କୁ ଚକିତ କରିଛି । ରାଜସ୍ଥାନ ହେଉ, ଛତିଶଗଡ ବା ମଣିପୁର ଦେଶରେ ଯେଉଁଠି ଏପରି ଘଟଣା ଘଟୁଛି ସେଠି ଦୋଷୀକୁ କେବେ ଛଡା ଯିବନାହିଁ । କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।"

ତେବେ ଆଜି ସୁଦ୍ଧା ଘଟଣାରେ 5 ଅଭିଯୁକ୍ତଙ୍କୁ ଗିରଫ କରିବାରେ ପୋଲିସ ସଫଳ ହୋଇଛି । 4 ଅଭିଯୁକ୍ତକୁ 11 ଦିନିଆ ରିମାଣ୍ଡରେ ନିଆଯାଇଥିବା ବେଳେ 5ମ ଅଭିଯୁକ୍ତକୁ କୋର୍ଟ ଚାଲାଣ କରିବା ପରେ ପୋଲିସ ରିମାଣ୍ଡରେ ନେଇ ଜେରା କରିବ । ସୁପ୍ରିମକୋର୍ଟ ମଧ୍ୟ ଘଟଣାରେ କଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ଓ ମଣିପୁରରେ ସ୍ଥିତି କ’ଣ ସେ ସମ୍ପର୍କରେ ରିପୋର୍ଟ ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇସାରିଛନ୍ତି । ଯଦି ସରକାର ଏ ଦିଗରେ ବିଫଳ ହେଲେ ସୁପ୍ରିମକୋର୍ଟ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ ଡିଓ୍ବାଇ ଚନ୍ଦ୍ରଚୂଡ କହି ସାରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.