ETV Bharat / bharat

ବଢିଲା ଗେହେଲଟଙ୍କ ଅଡୁଆ: ପେପର ଲିକ୍‌ ମାମଲାରେ SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଜନଲାଲ - ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

Rajasthan paper leak cases: SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା । ବଢିଲା ଗେହେଲଟଙ୍କ ଅଡୁଆ । ତଦନ୍ତ ପରିସରକୁ ଆସିପାରନ୍ତି ସେତେବେଳେର କିଛି ମନ୍ତ୍ରୀ ଓ ଅଧିକାରୀ । ଅଧିକ ପଢନ୍ତୁ

ରାଜସ୍ଥାନ ପେପର ଲିକ ମାମଲା: SIT ତଦନ୍ତ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା

author img

By ETV Bharat Odisha Team

Published : Dec 17, 2023, 4:29 PM IST

ଜୟପୁର: କ୍ଷମତାରୁ ହଟିବା ପରେ ରାଜସ୍ଥାନ ପୂର୍ବତନ ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟ ଓ ତାଙ୍କ ସହଯୋଗୀ ମନ୍ତ୍ରୀଙ୍କ ଅଡୁଆ ବଢିବାକୁ ଯାଉଛି । କାରଣ ଆଜି ବହୁଚର୍ଚ୍ଚିତ ପେପର ଲିକ୍‌ ମାମଲାରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ସ୍ବତନ୍ତ୍ର ତଦନ୍ତକାରୀ ଟିମ (ଏସଆଇଟି) ଗଠନ କରି ମାମଲାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ସୂଚନା ଅନୁସାରେ, ଚଳିତ 15 ତାରିଖରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ନିର୍ଦ୍ଦେଶ ପରେ ଏନେଇ ଗୃହ ବିଭାଗ ପ୍ରକ୍ରିୟା ଆରମ୍ଭ କରିଛି । ରାଜ୍ୟ ପୋଲିସ ମହାନିର୍ଦ୍ଦେଶକଙ୍କ ପ୍ରତ୍ୟେକ୍ଷ ତତ୍ତ୍ବାବଧାନରେ ଏକ ଉଚ୍ଚସ୍ତରୀୟ କମିଟି ଗଠନ କରିବାକୁ ଗୃହ ବିଭାଗ ଚିଠି ଲେଖିଛି ।

ମୁଖ୍ୟମନ୍ତ୍ରୀ ଶର୍ମା କହିଛନ୍ତି, ଏହି ଘୋଟାଲା ରାଜ୍ୟର ଯୁବପିଢିଙ୍କ ମନୋବଳକୁ ଭାଙ୍ଗି ଦେଇଛି । ଗତ 5 ବର୍ଷରେ ମଧ୍ୟରେ ଏହି ମାମଲା ସହ ଜଡିତ ସମସ୍ତ କାର୍ଯ୍ୟକଳାପ ତଦନ୍ତ ପରିସରକୁ ଆସିବ । ଏଥିରେ ସମ୍ପୃକ୍ତ ଥିବା ସମସ୍ତଙ୍କ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଆଗାମୀ ଦିନରେ ଏପରି ପେପର ଲିକ ଘଟଣାର କିପରି ପୁନରାବୃତ୍ତି ନହେବ, ସେ ନେଇ ସରକାର ନିଶ୍ଚିତ କରିବ । ରାଜସ୍ଥାନରେ ପୂର୍ବ ସରକାରରେ ଏହି ଦୁର୍ନୀତି ହୋଇଥିଲା । ଯାହା ରାଜନୀତିକୁ ସରଗରମ କରିବା ସହ ଚଳିତ ନିର୍ବାଚନରେ ମଧ୍ୟ ମୁଦ୍ଦା ହୋଇଥିଲା । ଏବେ ଏହି ମାମଲାରେ ତଦନ୍ତ ଆରମ୍ଭ ହେବା ପରେ ପୂର୍ବର ଗେହେଲଟ ସରକାରଙ୍କ ଅଡୁଆ ବଢିବାକୁ ଯାଉଛି ।

କଂଗ୍ରେସ ଶାସନ ସମୟରେ ହୋଇଥିବା ଏହି ଘୋଟାଲା ରାଜ୍ୟ ରଜାନୀତିକୁ ପ୍ରଭାବିତ କରୁଥିବା ଏକ ପ୍ରମୁଖ ମୁଦ୍ଦା ମଧ୍ୟ । ନିର୍ବାଚନରେ ବିଜେପି ଲାଲ ଡାଏରୀ ଓ ଅନ୍ୟ ଘୋଟାଲା ସହ ଏହି ପେପର ଲିକ କାଣ୍ଡକୁ ମଧ୍ୟ ଗେହେଲଟ ସରକାରଙ୍କ ବିରୋଧରେ ନିର୍ବାଚନୀ ଅସ୍ତ୍ର କରିଥିଲା । କେବଳ ତତ୍କାଳୀନ ବିରୋଧୀ ବିଜେପି ନୁହେଁ ବରଂ ଅଶୋକ ଗେହେଲଟଙ୍କ ନିଜ ଦଳର ପାରମ୍ପରିକ ପ୍ରତିଦ୍ବନ୍ଦ୍ବୀ ସଚିନ ପାଇଲଟଙ୍କ ମଧ୍ୟ ଏହି ପ୍ରସଙ୍ଗରେ ଗେହେଲଟ ସରକାର କାହିଁକି ତଦନ୍ତ ନିର୍ଦ୍ଦେଶ ଦେଉନାହାନ୍ତି ବୋଲି ପ୍ରଶ୍ନ କରିଥିଲେ । ଏହା ବିରୋଧରେ ସେ ଏକ ପ୍ରତିବାଦ ଶୋଭାଯାତ୍ରା ମଧ୍ୟ ବାହାର କରିଥିଲେ । ଗେହେଲଟଙ୍କୁ ଟାର୍ଗେଟ କରିବାକୁ ଯାଇ ସଚିନ ଏହି ପ୍ରସଙ୍ଗ ଉଠାଇଥିଲେ ବୋଲି ସେତେବେଳେ ଚର୍ଚ୍ଚା ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ :- ସଂସଦ ସୁରକ୍ଷା ବିଭ୍ରାଟରେ ଜୟରାମଙ୍କ ଟାର୍ଗେଟ, ଦଳୀୟ ସାଂସଦ ଭୂମିକା କଥା ଉଠିବ ବୋଲି ପ୍ରଧାନମନ୍ତ୍ରୀ ଚର୍ଚ୍ଚାକୁ ଡରୁଛନ୍ତି

ଏହାରି ମଧ୍ୟରେ ରାଜ୍ୟରେ ବିଧାନସଭା ନିର୍ବାଚନ ଶେଷ ହେବା ସହ କ୍ଷମତା ମଧ୍ୟ ପରିବର୍ତ୍ତନ ହୋଇସାରିଛି । ଏବେ ରାଜ୍ୟରେ ବିଜେପି ଶାସନ ଆରମ୍ଭ ହେବା ମାତ୍ରେ ଏହି ବହୁଚର୍ଚ୍ଚିତ ମାମଲାରେ ତଦନ୍ତ ମଧ୍ୟ ଆରମ୍ଭ ହେବାକୁ ଯାଉଛି । ଯାହା ଗେହେଲଟ ଓ ତାଙ୍କ ସରକାରର କିଛି ମନ୍ତ୍ରୀଙ୍କୁ କାର୍ଯ୍ୟାନୁଷ୍ଠାନ ପରିସରକୁ ଟାଣିବା ନେଇ ଅନୁମାନ କରାଯାଉଛି । ଏହା ବ୍ୟତୀତ ଗେହେଲଟଙ୍କ ବିରୋଧରେ ଅନ୍ୟ କିଛି ଦୁର୍ନୀତିର ଅଭିଯୋଗ ମଧ୍ୟ ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.