ETV Bharat / bharat

ଦେଶରେ ସାମ୍ପ୍ରଦାୟିକ ତିକ୍ତତା ହ୍ରାସ କରିବାକୁ PM ମୋଦିଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀଙ୍କ ଅନୁରୋଧ - ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ

ଦେଶରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସା ପ୍ରତିହିତ କରିବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିବେଦନ । ଲୋକଙ୍କ ମଧ୍ୟରେ ଧର୍ମୀୟ ବିଦେଶ୍ବକୁ ନେଇ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସାକୁ କମ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଗେହଲଟ ଏହି ନିବେଦନ କରିଛନ୍ତି । ଅଧିକ ପଢନ୍ତୁ

ସାମ୍ପ୍ରଦାୟିକ ହିଂସା କାର୍ଯ୍ୟାନୁଷ୍ଠାନ ନେବା ଲାଗି, ପ୍ରଧାନମନ୍ତ୍ରୀଙ୍କୁ ନିବେଦନ କଲେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ

author img

By

Published : Apr 15, 2022, 5:26 PM IST

ଜୟପୁର: ଦେଶରେ ସାମ୍ପ୍ରଦାୟିକ ତିକ୍ତତା ହ୍ରାସ କରିବାକୁ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଦେଶରେ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସା ନେଇ ଉଦବେଗ ପ୍ରକାଶ କରିଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଅଶୋକ ଗେହଲଟ୍‌ । ଲୋକଙ୍କ ମଧ୍ୟରେ ଧର୍ମୀୟ ବିଦେଶ୍ବକୁ ନେଇ ବୃଦ୍ଧି ପାଉଥିବା ସାମ୍ପ୍ରଦାୟିକ ହିଂସାକୁ କମ୍‌ କରିବା ଲାଗି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

ଧର୍ମ ନାଁରେ ହିଂସା କରୁଥିବା ଲୋକଙ୍କ ବିରୋଧରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନ୍ତୁ ଅବା ରାଜ୍ୟ ସରକାରଙ୍କୁ କାର୍ଯ୍ଯାନୁଷ୍ଠାନ ଗ୍ରହଣ ପାଇଁ ନିର୍ଦ୍ଦେଶ ଦେବାକୁ ସେ ଅନୁରୋଧ କରିଛନ୍ତି । ଶାନ୍ତି ବିନା ଦେଶର ଉନ୍ନତି ହୋଇପାରିବ ନାହିଁ ବୋଲି କହିଛନ୍ତି ଗେହଲଟ୍‌ । ଯଦି ଦେଶର ନାଗରିକ ନିଜ ନିଜ ମଧ୍ୟରେ ଖାଦ୍ୟ, ଡ୍ରେସ, ଧର୍ମୀୟ ଭେଦଭାବ ନେଇ ମାରପିଟ୍‌ ହେବେ, ତେବେ ଦେଶର ଉନ୍ନତି କିପରି ହେବ ବୋଲି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ପ୍ରଶ୍ନ କରିଛନ୍ତି ।

କିଛି ଅନାବଶ୍ୟକ ସମସ୍ୟାକୁ ନେଇ ଲୋକେ ସାମ୍ପ୍ରଦାୟିକ ହିଂସା କରୁଛନ୍ତି, ଫଳରେ ଦେଶର ବିକାଶ କେମିତି ହେବ ବୋଲି ମୁଖ୍ୟମନ୍ତ୍ରୀ ଗେହଲଟ ପ୍ରଶ୍ନ କରିଛନ୍ତି । ମହାତ୍ମା ଗାନ୍ଧୀଙ୍କ କଥାକୁ ଉଦାହରଣ ଦେବାକୁ ଯାଇ ଗେହଲଟ୍‌ ଆହୁରି ମଧ୍ୟ କହିଛନ୍ତି, ମହାତ୍ମା ଗାନ୍ଧୀ ଥରେ କହିଥଲେ ଯେ 'ମୁଁ ଜଣେ ହିନ୍ଦୁ ହୋଇଥିବାରୁ ମୁଁ ଗର୍ବିତ । ମାତ୍ର ମୋର ହିନ୍ଦୁ ଧର୍ମ ଅସହିଷ୍ଣୁ କିମ୍ବା ବହିଷ୍କାର ନୁହେଁ' ବୋଲି କହିଥିଲେ । ଏହା ସହିତ ଆମେ ସମସ୍ତେ ହିନ୍ଦୁ ହେଲେ ବି ଆମର ଧର୍ମ ଶିକ୍ଷା ଦିଏ ଯେ ଆମେ ସମସ୍ତ ଧର୍ମକୁ ସମ୍ମାନ ଦେବା ଉଚିତ୍‌ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.