ETV Bharat / bharat

ବିବାହ ପୂର୍ବରୁ ସିଡିରୁ ଖସି ପଡିଲେ କନିଆଁ, ହସ୍ପିଟାଲ୍‌ରେ ପଡିଲା ହାତଗଣ୍ଠି - ହୁଇଲ ଚେୟାରରେ କନିଆ ଜଣଙ୍କ ବିବାହ କରିଛନ୍ତି

ହୁଇଲ ଚେୟାରରେ ବସି ବିବାହ କଲେ କନିଆଁ । ବୈଦିକ ରୀତିନୀତିରେ ହସ୍ପିଟାଲରେ ପଡିଲା ହାତଗଣ୍ଠି । ଅଧିକ ପଢନ୍ତୁ

Kota bride in wheelchair marries groom
Kota bride in wheelchair marries groom
author img

By

Published : Feb 13, 2023, 1:16 PM IST

ଜୟପୁର: ନା ବାଜିଲା ବାଜା ନା ଆସିଲା ରୋସଣୀ । କିନ୍ତୁ ବୈଦିକ ରୀତିନୀତିରେ ବର କନିଆଁଙ୍କ ପଡିଲା ହାତଗଣ୍ଠି । ହସ୍ପିଟାଲର ରୁମ୍‌ ସାଜିଲା ବିବାହ ମଣ୍ଡପ, ମୁଣ୍ଡରେ ସିନ୍ଦୁର ସାଙ୍ଗକୁ ବରଣମାଳା ଅଦଳବଦଳ କରି ହାତକୁ ଦି ହାତ ହେଲେ ନବ ଦମ୍ପତି । ଏକ ହୁଇଲ ଚେୟାରରେ କନିଆଁ ଜଣଙ୍କ ବିବାହ କରିଛନ୍ତି । ରାଜସ୍ଥାନର କୋଟା ଜିଲ୍ଲାର ଏକ ଡାକ୍ତରଖାନାରେ ଏପରି ନିଆରା ବିବାହର ଆୟୋଜନ କରାଯାଇଥିଲା । ଶେଷରେ ସାତ ଜନ୍ମର ସାଥି ହୋଇଛନ୍ତି ବର କନିଆଁ । ଯାହାର ଫଟୋ ଏବେ ସାମ୍ନାକୁ ଆସିଛି । ଏହି ଘଟଣା ଏବେ ଉକ୍ତ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।

ବିବାହ ତାରିଖ ସ୍ଥିର ହୋଇଥିବା ବେଳେ ସେହି ଦିନ ହିଁ କନିଆଁ ଜଣଙ୍କ ସିଡିରୁ ଖସି ପଡିବାରୁ ଆହତ ହୋଇଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସା ଜାରି ରହିଥିବା ବେଳେ ଉଭୟଙ୍କ ପରିବାର ହସ୍ପିଟାଲରେ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ । ଶେଷରେ ଦୁଇ ପରିବାରଙ୍କ ଉପସ୍ଥିତିରେ ବିବାହ ସମ୍ପନ୍ନ ହୋଇଛି । ବର୍ତ୍ତମାନ ମଧ୍ୟ ଚିକିତ୍ସା ଜାରି ରହିଛି । ଏକ ହୁଇଲ ଚେୟାର ବସି ବିବାହ କରିଥିଲେ କନ୍ୟା ଜଣଙ୍କ ।

ଏହି ନବ ଦମ୍ପତି ହେଉଛନ୍ତି ପଙ୍କଜ ଓ କନିଆଁ ଜଣଙ୍କ ହେଉଛନ୍ତି ମଧୁ । ଏନେଇ କନିଆଁଙ୍କ ଭାଇ କହିଛନ୍ତି ଯେ, ''ମୋ ଭଉଣୀର ବିବାହ ଆୟୋଜନ କରାଯାଇଥିବା ବେଳେ ସେ ସିଡିରୁ ଖସି ପଡିଥିଲେ । ଫଳରେ ଗୁରୁତର ଆହତ ହୋଇଥିବାରୁ ତାଙ୍କୁ ହସ୍ପିଟାଲେ ଭର୍ତ୍ତି କରାଯାଇଥିଲା । ଏତେ ସବୁ ପରେ ବି ଆମେ ବିବାହକୁ ରୋକିବାକୁ ଚାହୁଁ ନଥିଲୁ । ସେଥିପାଇଁ ହସ୍ପିଟାଲରେ ବିବାହ କରୁବାକୁ ନିଷ୍ପତ୍ତି ନେଇଥିଲୁ । ଏକ ରୁମ୍‌କୁ ଡେକୋରେଟ କରି ବିବାହର ଆୟୋଜନ କରିଥିଲୁ । ଶେଷରେ ପରିବାର ଲୋକଙ୍କ ଉପସ୍ଥିତିରେ ବିବାହ ସମାପନ ହୋଇଥିଲା । ''

ଚିତ୍ତୋରଗଡ ଜିଲ୍ଲାର ରାୱତଭତା ନିବାସୀ ମଧୁ ବିବାହ ସ୍ଥାନକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ସିଡିରୁ ଖସିପଡି ଆହତ ହୋଇଥିଲେ । ତାଙ୍କୁ କୋଟା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ଏନେଇ ବର ଘର ପକ୍ଷଙ୍କୁ ସୂଚନା ଦେବା ପରେ ସେମାନେ ହସ୍ପିଟାଲରେ ପହଞ୍ଚିଥିଲେ । ଶେଷରେ କନ୍ୟା ଏକ ହୁଇଲ ଚେୟାରରେ ବସି ବିବାହ କରିଥିଲେ । ଏହାର ଏକ ଫଟୋ ମଧ୍ୟ ସାମ୍ନାକୁ ଆସିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.