ଶିମଲା: ୟୁନିଫର୍ମ ସିଭିଲ କୋଡକୁ ପୂର୍ଣ୍ଣ ସମର୍ଥନ ଘୋଷଣା କରିବାର ମାତ୍ର ଗୋଟିଏ ଦିନ ପରେ କେନ୍ଦ୍ରର ବିଜେପି ସରକାରକୁ କଡା ଟାର୍ଗେଟ କରିଛନ୍ତି ହିମାଚଳ ପ୍ରଦେଶ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ । ଏବେ ଏହି ଆଇନକୁ ଲାଗୁ କରିବା ନେଇ ପ୍ରକ୍ରିୟା ଆରମ୍ଭ କରିବା ବିଜେପିର ପ୍ରାୟୋଜିତ ନିର୍ବାଚନୀ ରଣନୀତି । ଦେଶର ଏକାଧିକ ଅନ୍ୟ ପ୍ରସଙ୍ଗରେ ଦେଶବାସୀଙ୍କ ଧ୍ୟାନ ହଟାଇବାକୁ ପ୍ରୟାସ କରାଯାଉଛି । ଏହା ବିଜେପିର ପୁରୁଣା ନିର୍ବାଚନୀ ଚାଲ ବୋଲି କହିଛନ୍ତି ମନ୍ତ୍ରୀ ବିକ୍ରମାଦିତ୍ୟ ।
-
#WATCH | Himachal Pradesh minister & Congress leader Vikramaditya Singh says, "...We have said that whenever Uniform Civil Code comes, we will support it. Congress party has always contributed towards taking unity and integrity forward. But the burning issues at present in the… pic.twitter.com/2vJjmpBQAh
— ANI (@ANI) July 1, 2023 " class="align-text-top noRightClick twitterSection" data="
">#WATCH | Himachal Pradesh minister & Congress leader Vikramaditya Singh says, "...We have said that whenever Uniform Civil Code comes, we will support it. Congress party has always contributed towards taking unity and integrity forward. But the burning issues at present in the… pic.twitter.com/2vJjmpBQAh
— ANI (@ANI) July 1, 2023#WATCH | Himachal Pradesh minister & Congress leader Vikramaditya Singh says, "...We have said that whenever Uniform Civil Code comes, we will support it. Congress party has always contributed towards taking unity and integrity forward. But the burning issues at present in the… pic.twitter.com/2vJjmpBQAh
— ANI (@ANI) July 1, 2023
ଆଜି ଅପରାହ୍ନରେ ସେ ପ୍ରେସମିଟ କରି ଏହି ପ୍ରସଙ୍ଗ ଉଠାଇବା ସହ ବିଜେପିକୁ ଟାର୍ଗେଟ କରିଛନ୍ତି । ଏବେ ମଣିପୁରରେ ହିଂସା ଜାରି ରହିଛି । ବରୋଜଗାରି ଓ ଅନ୍ୟ ସମସ୍ୟା ମଧ୍ୟ ରହିଛି । ହେଲେ ଏହି ତମାମ ପ୍ରସଙ୍ଗରୁ ଧ୍ୟାନ ହଟାଇବା ପାଇଁ ବିଜେପି ପ୍ରୟାସ କରୁଛି । ଏବେ ଉତ୍ତର-ପୂର୍ବ ରାଜ୍ୟ ମଣିପୁର ଜଳୁଛି, ହେଲେ କେନ୍ଦ୍ର ସରକାର ସେ ପ୍ରସଙ୍ଗ ଉଠାଉନାହାନ୍ତି । ଗତ 9 ବର୍ଷ ଧରି କେନ୍ଦ୍ରରେ ବିଜେପି ନେତୃତ୍ବାଧୀନ ଏନଡିଏ ମେଣ୍ଟ ସରକାର ଶାସନରେ ରହିଛି । ହେଲେ ସେମାନେ ଏହି ୟୁନିଫର୍ମ ସିଭିଲ କୋଡର କାର୍ଯ୍ୟକାରିତା ଉପରେ ପୂର୍ବରୁ ପ୍ରକ୍ରିୟା ଆରମ୍ଭ କରୁନଥିଲେ । ଏବେ ନିର୍ବାଚନ ଆସୁଥିବାରୁ ଏହାର ଲାଭ ନେବା ପାଇଁ ଏହାକୁ ଲାଗୁ ପ୍ରକ୍ରିୟା ଆରମ୍ଭ କରାଯାଉଥିବା ବିକ୍ରମାଦିତ୍ୟ କହିଛନ୍ତି ।
ଆହୁରି ମଧ୍ୟ ସେ କହିଛନ୍ତି, ପୂର୍ବରୁ ମଧ୍ୟ ବିଜେପି ନିର୍ବାଚନ ଏପରି ପ୍ରସଙ୍ଗ କାର୍ଡ ଖେଳିସାରିଛି । ଭୋଟ ହାସଲ କରିବା ପାଇଁ ବିଜେପି ପୁଲଓ୍ବାମା ଆତଙ୍କବାଦୀ ଆକ୍ରମଣ, କାଶ୍ମୀରରୁ ଧାରା-370 ଉଚ୍ଛେଦ, ଅଯୋଧ୍ୟା ରାମ ମନ୍ଦିର ପରି ପ୍ରସଙ୍ଗକୁ ସାମ୍ନାକୁ ଆଣିଛି ବୋଲି ମଧ୍ୟ ସେ ଅଭିଯୋଗ କରିଛନ୍ତି । ଏବେ ମଣିପୁର ଜଳୁଛି । ସେଠାରେ କେନ୍ଦ୍ର ସରକାର କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି । ସେଠାରେ ମୁଖ୍ୟମନ୍ତ୍ରୀ କିମ୍ବା ଅନ୍ୟ କାହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଗଲା ନାହିଁ । ଏପରି ସ୍ଥିତିରେ ଜରୁରୀ ପରିସ୍ଥିତି ମଧ୍ୟ ଘୋଷଣା କରାଗଲା ନାହିଁ ବୋଲି ଅଭିଯୋଗ କରିଛନ୍ତି ବିକ୍ରମାଦିତ୍ୟ ।
ଏହା ମଧ୍ୟ ପଢନ୍ତୁ:-Uniform Civil Code: ଆଜି କଂଗ୍ରେସ ସଂସଦୀୟ ଷ୍ଟ୍ରାଟେଜି ଗ୍ରୁପ ବୈଠକ
ସେହିପରି ସେ ଆହୁରି ମଧ୍ୟ କହିଛନ୍ତି, ଯେତେବେଳେ ଏହି ବିଲ ଆସିବ, ସେତେବେଳେ ତାକୁ କଂଗ୍ରେସ ସମର୍ଥନ କରିବ । କଂଗ୍ରେସ ସବୁବେଳେ ଦେଶର ଏକତା ଓ ଅଖଣ୍ଡତା ପ୍ରତି ପ୍ରତିଶୃତିବଦ୍ଧ । ଏହି ବିଲକୁ ମଧ୍ୟ କଂଗ୍ରେସ ପୂର୍ଣ୍ଣ ସମର୍ଥନ ଦେବା ନେଇ ସେ ସୂଚନା ଦେଇଛନ୍ତି । ଦଳ ଏହି ପ୍ରସଙ୍ଗର ସମର୍ଥନ ଦେଲେ ସୁଦ୍ଧା ସେ ଏହି ପ୍ରସଙ୍ଗକୁ ନେଇ ବିଜେପି ପକ୍ଷରୁ ରାଜନୀତି କରାଯାଉଥିବା ଓ କେବଳ ନିର୍ବାଚନ ଆସୁଥିବାରୁ ଏହି ପ୍ରସଙ୍ଗକୁ ସାମ୍ନାକୁ ଅଣାଯାଇଥିବା କହିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ