ETV Bharat / bharat

Kashi Tamil Sangamam Express: ଘୋଷଣା କଲେ ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ

କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ( Railways Minister Aswini Vaishnav) କାଶୀ ତାମିଲ ସଂଗମମକୁ ସ୍ମରଣୀୟ କରିବା ପାଇଁ କାଶୀ ଠାରୁ ତାମିଲନାଡୁ ମଧ୍ୟରେ ଏକ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ (Kashi Tamil Sangamam Express ) ଘୋଷଣା କରିଛନ୍ତି । ଅଧିକ ପଢନ୍ତୁ

author img

By

Published : Dec 11, 2022, 7:34 AM IST

Etv Bharat
Etv Bharat

ଲକ୍ଷ୍ନୌ: କେନ୍ଦ୍ର ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ( Railways Minister Aswini Vaishnav) କାଶୀ ତାମିଲ ସଂଗମମକୁ ସ୍ମରଣୀୟ କରିବା ପାଇଁ କାଶୀ ଠାରୁ ତାମିଲନାଡୁ ମଧ୍ୟରେ ଏକ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ (Kashi Tamil Sangamam Express ) ଘୋଷଣା କରିଛନ୍ତି । କାଶୀ ତାମିଲ ସଂଗମମ ଦେଖିବାକୁ ତାମିଲନାଡୁରୁ ଆସିଥିବା ପ୍ରତିନିଧିମାନଙ୍କ ସହ ସେ ଆଲୋଚନା କରିବା ସହ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନା ମଧ୍ୟ ସମୀକ୍ଷା କରିଛନ୍ତି ।

କେନ୍ଦ୍ର ରେଳମନ୍ତ୍ରୀ ପ୍ରତିନିଧି ମାନଙ୍କ ଅଷ୍ଟମ ବ୍ୟାଚ ସହ ବୈଷ୍ଣବ ଆଲୋଚନା କରିଛନ୍ତି । ପ୍ରତିନିଧିମାନେ ନିଜ ଯାତ୍ରା ଅଭିଜ୍ଞତା ଓ ଉନ୍ନତ ଆତିଥେୟତା ସମ୍ପର୍କରେ ଉଲ୍ଲେଖ କରିଥିଲେ । କାର୍ଯ୍ୟକ୍ରମର ସଫଳତା ପାଇଁ ସହାୟତା କରିଥିବା ରେଳ ମନ୍ତ୍ରଣାଳୟ ଓ ଆଇଆରସିଟିସି ଟିମକୁ ପ୍ରଶଂସା କରିଛନ୍ତି ରେଳମନ୍ତ୍ରୀ । ଏପରି ମାନବୀୟ ଆଦାନପ୍ରଦାନ ଦ୍ୱାରା ପରମ୍ପରା, ଜ୍ଞାନ ଓ ସଂସ୍କୃତି ଘନିଷ୍ଠ ହେବ, ପରସ୍ପରର ଐତିହ୍ୟକୁ ବୁଝିବା ସହଜ ହେବ ଏବଂ ଦୁଇ ଅଞ୍ଚଳର ଲୋକଙ୍କ ମଧ୍ୟରେ ସମ୍ପର୍କ ମଜବୁତ ହେବ ବୋଲି କହିଛନ୍ତି ।

ଏହି କାର୍ଯ୍ୟକ୍ରମକୁ ସ୍ମରଣୀୟ କରିବା ପାଇଁ ରେଳମନ୍ତ୍ରୀ କାଶୀ ଓ ତାମିଲନାଡୁ ମଧ୍ୟରେ ନୂଆ ରେଳ ସେବା କାଶୀ ତାମିଲ ସଙ୍ଗମମ ଏକ୍ସପ୍ରେସ ଘୋଷଣା କରିଛନ୍ତି । ଏହି ସେବା ଶୀଘ୍ର ଆରମ୍ଭ ହେବ ବୋଲି କହିଛନ୍ତି । କେନ୍ଦ୍ର ରେଳ ମନ୍ତ୍ରୀ ବାରଣାସୀ ଜଙ୍କସନ ରେଳ ଷ୍ଟେସନର ପୁନଃବିକାଶ ଯୋଜନାଗୁଡିକୁ ସମୀକ୍ଷା କରିଛନ୍ତି । ଭବିଷ୍ୟତର ଯାତ୍ରୀ ଯାତାୟତକୁ ଦୃଷ୍ଟିରେ ରଖି ଷ୍ଟେସନ ପୁନଃବିକାଶ ଯୋଜନା ପ୍ରସ୍ତୁତି ପାଇଁ ପରାମର୍ଶ ଦେଇଛନ୍ତି ।

ବାରଣାସୀ ଜଙ୍କସନ ରେଳ ଷ୍ଟେସନ ପରିଦର୍ଶନ ବେଳେ ମନ୍ତ୍ରୀ କହିଛନ୍ତି ଏହି ଷ୍ଟେସନକୁ ବିଶ୍ୱସ୍ତରୀୟ ରେଳ ଷ୍ଟେସନରେ ବିକଶିତ କରିବା ରେଳ ଷ୍ଟେସନଗୁଡିକ ବିମାନ ବନ୍ଦର ଟର୍ମିନାଲ ଭଳି ଦେଖାଯିବା ପାଇଁ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟିକୋଣର ଅନୁରୂପ । ଏହି ଷ୍ଟେସନକୁ ବିଶ୍ୱର ସର୍ବଶ୍ରେଷ୍ଠ ରେଳ ଷ୍ଟେସନରେ ପରିଣତ କରିବାକୁ ପ୍ରାୟ ୭ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ ।

ଆଗାମୀ ୫୦ ବର୍ଷକୁ ଦୃଷ୍ଟିରେ ରଖି ପୁନଃବିକାଶ କରାଯିବ । ବାରଣାସୀ ସହରର ଷ୍ଟେସନଗୁଡିକରେ ଯାତ୍ରୀ ଭିଡ କମାଇବା ପାଇଁ ଏହି ଅଞ୍ଚଳର ସମସ୍ତ ରେଳ ଷ୍ଟେସନର ସମନ୍ୱିତ ବିକାଶ କରାଯିବ । ସେହିପରି ଯାତ୍ରୀମାନଙ୍କୁ ଆଧୁନିକ ସୁବିଧାସୁଯୋଗ ପ୍ରଦାନ କରିବା ପାଇଁ ଶୀଘ୍ର ବନ୍ଦେ ଭାରତ ସ୍ଲିପର ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.