ମୁମ୍ବାଇ: ପଶ୍ଚିମାଞ୍ଚଳ ରେଲୱେ ଷ୍ଟେସନରେ ପୁଣି ଅଳ୍ପକେ ବର୍ତ୍ତିଲେ ଯାତ୍ରୀ । ବସାଇ ରୋଡ୍ ରେଲୱେ ଷ୍ଟେସନ (Vasai Road Railway Station)ରେ ଜଣେ ଯାତ୍ରୀ ଟ୍ରେନକୁ ଚଢିବା ବେଳକୁ ଖସିପଡ଼ିଥିଲେ (Railway Police saved life of passenger) । ଏହି ସମୟରେ ରେଳ କର୍ମଚାରୀ ଦେବଦୂତ ସାଜି ତାଙ୍କୁ ରେଳ ତଳକୁ ଯିବା ପୂର୍ବରୁ ଟାଣି ଆଣିଥିଲେ । ଫଳରେ ଯାତ୍ରୀଙ୍କ ଜୀବନ ଅଳ୍ପକେ ବର୍ତ୍ତିଯାଇଛି ।
ପଶ୍ଚିମାଞ୍ଚଳ ରେଳପଥ ଦେଇ ପ୍ରତିଦିନ ୧୩୦୦ରୁ ଅଧିକ ଲୋକାଲ ଟ୍ରେନ ଯାତାୟାତ କରିଥାଏ । ଏଠାରେ ସର୍ବଦା ଅଧିକ ଯାତ୍ରୀ ରହୁଥିବାରୁ ପ୍ରାୟତଃ ରେଲୱେ ଷ୍ଟେସନରେ ଦୁର୍ଘଟଣା ଭଳି ପରିସ୍ଥିତି ସୃଷ୍ଟି ହୋଇଥାଏ । ପ୍ରତିବର୍ଷ ଏଭଳି ଅଘଟଣରେ ପ୍ରାୟ ୩୦୦୦ରୁ ଅଧିକ ଯାତ୍ରୀଙ୍କ ପ୍ରାଣହାନି ଘଟୁଥିବା ଖବର ମିଳିଛି । ତେବେ ସୋମବାର ସକାଳେ ବସାଇ ରେଲୱେ ଷ୍ଟେସନରେ ମଧ୍ୟ ଏପରି ଘଟଣା ଘଟିଥିଲା । ଜଣେ ଯାତ୍ରୀ ଲୋକାଲ ଟ୍ରେନରେ ଚଢୁଥିବା ସମୟରେ ତାଙ୍କ ଗୋଡ଼ ଖସି ଯାଇଥିଲା । ତେବେ ସେ ଟ୍ରେନ ତଳକୁ ଯିବା ପୂର୍ବରୁ ଡ୍ୟୁଟିରେ ଥିବା ରେଳ କର୍ମଚାରୀ ତାଙ୍କୁ ଟାଣି ଆଣିଥିଲେ ।
ଏହା ବି ପଢନ୍ତୁ- ଦିଲ୍ଲୀର ସାମାଜିକ କର୍ମୀଙ୍କୁ ପୁଣେରେ ବନ୍ଧୁକ ମୁନରେ ଦୁଷ୍କର୍ମ !
ଫଳରେ ଉକ୍ତ ଯାତ୍ରୀ ଜଣକ ବଡ଼ ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ସଠିକ ସମୟରେ ରେଳ କର୍ମଚାରୀ ନ ପହଞ୍ଚିଥିଲେ ଯାତ୍ରୀ ଜଣକ ପ୍ଲାଟଫର୍ମ ଓ ଟ୍ରେନ ମଧ୍ୟରେ ଥିବା ବ୍ୟବଧାନରେ ଫସି ଯିବାର ସମ୍ଭାବନା ରହିଥିଲା । ଯାତ୍ରୀ ଜଣଙ୍କୁ ଉଦ୍ଧାର କରିବା ପରେ ଷ୍ଟେସନରେ ଥିବା ୨୪ ଘଣ୍ଟିଆ ମେଡିକାଲ ଟିମ ତାଙ୍କ ସ୍ବାସ୍ଥ୍ୟବସ୍ଥା ଯାଞ୍ଚ କରିଥିଲେ । ସେପଟେ ଦୁଇ ରେଳ କର୍ମଚାରୀ ତୁରନ୍ତ ଯାତ୍ରୀଙ୍କ ଜୀବନ ବଞ୍ଚାଇଥିବାରୁ ଷ୍ଟେସନରେ ଉପସ୍ଥିତ ଥିବା ବ୍ୟକ୍ତିମାନେ ତାଙ୍କୁ ପ୍ରଶଂସା କରିଥିଲେ ।
ଥାଣେ ଷ୍ଟେସନରେ ୧୯ବର୍ଷୀୟ ମହିଳା ଯାତ୍ରୀ ହୃଦଘାତର ଶିକାର:-
ମହାରାଷ୍ଟ୍ର ଥାଣେ ଷ୍ଟେସନରେ ମଧ୍ୟ ସମାନ ଘଟଣା ଘଟିଛି । ଏଠାରେ ବଡ଼ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଛନ୍ତି ଜଣେ ୧୯ ବର୍ଷୀୟ ମହିଳା ଯାତ୍ରୀ । ଏହି ଘଟଣା ଗତ ୭ ତାରିଖରେ ଘଟିଛି । ଏହି ମହିଳା ଯାତ୍ରୀଙ୍କ ଜୀବନ ବଞ୍ଚାଇଛନ୍ତି ୨ ଜଣ ଟିକେଟ ଚେକର ମହିଳା କର୍ମଚାରୀ ଦୀପା ବୈଦ୍ୟ ଓ ଜେନ ମାର୍ସେଲା । କେନ୍ଦ୍ରୀୟ ରେଲୱେର ସୂଚନା ଅନୁସାରେ ଏହି ୧୯ ବର୍ଷୀୟ ଯାତ୍ରୀ ଜଣକ ଟ୍ରେନରେ ଯାତ୍ରା କରୁଥିବା ସମୟରେ ସେ ହୃଦଘାତର ଶିକାର ହୋଇଥିଲେ । ଏହି ସମୟରେ ୨ ମହିଳା ରେଳ କର୍ମଚାରୀ ତାଙ୍କୁ ତୁରନ୍ତ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲାଗି ଉଦ୍ୟମ କରିଥିଲେ ।
ଏହାପରେ ହୃଦଘାତର ଶିକାର ହୋଇଥିବା ମହିଳା ଯାତ୍ରୀଙ୍କୁ ତୁରନ୍ତ ସିଭିଲ ହସ୍ପିଟାଲକୁ ନିଆଯାଇଥିଲା । ଏହାପରେ ଯାତ୍ରୀଙ୍କ ପିତାମାତାଙ୍କୁ ମଧ୍ୟ ଏ ନେଇ ସୂଚନା ଦିଆଯାଇଥିଲା । ୨ଜଣ ମହିଳା ରେଳ କର୍ମଚାରୀ ଯାତ୍ରୀଙ୍କୁ ତୁରନ୍ତ ହସ୍ପିଟାଲରେ ପହଞ୍ଚାଇବାର ବନ୍ଦୋବସ୍ତ କରିବାରୁ ତାଙ୍କ ଜୀବନ ବଞ୍ଚିଯାଇଛି । ଏ ନେଇ ୨ ମହିଳାଙ୍କୁ ରେଳ ବିଭାଗ ପକ୍ଷରୁ ବେଶ ପ୍ରଶଂସିତ କରାଯାଇଛି ।