ETV Bharat / bharat

ବିଳାଶପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ, ହାୱଡା-ମୁମ୍ବାଇ ରୁଟରେ ରେଳ ଚଳାଚଳ ବାଧାପ୍ରାପ୍ତ

author img

By

Published : Jun 10, 2023, 7:56 AM IST

ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବାରୁ ହାୱଡା ରୁଟରେ ଟ୍ରେନ ଚଲାଚଳ ବାଧାପ୍ରାପ୍ତ ରହିଛି । ଅଧିକ ପଢନ୍ତୁ

ବିଳାଶପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ
ବିଳାଶପୁରରେ ମାଲବାହୀ ଟ୍ରେନ୍ ଲାଇନଚ୍ୟୁତ

ରାୟପୁର: ଥମିବାରେ ନାଁ ଧରୁନି ରେଳ ଦୁର୍ଘଟଣା । ଛତିଶଗଡର ବିଳାଶପୁର ରେଳ ଷ୍ଟେସନରେ ପୁଣି ଥରେ ଟ୍ରେନ୍ ଦୁର୍ଘଟଣା ଘଟିଛି । ଏକ ମାଲବାହୀ ଟ୍ରେନ ଲାଇନଚ୍ୟୁତ ହୋଇଥିବା ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ରେଳବାଇ କର୍ତ୍ତୃପକ୍ଷ ପହଞ୍ଚି ସ୍ଥିତ ଅନୁଧ୍ୟାନ କରିବା ସହ ଉଦ୍ଧାର କାର୍ଯ୍ୟ ମଧ୍ୟ କରାଯାଇଛି । ମାଲବାହୀ ଟ୍ରେନର ଗୋଟିଏ ବଗି ଲାଇନଚ୍ୟୁତ ହେବା ଫଳରେ ହାୱଡା-ମୁମ୍ବାଇ ରୁଟରେ ଟ୍ରେନ ଚଳାଚଳ ବାଧାପ୍ରାପ୍ତ ରହିଛି ।

ଦୁର୍ଘଟଣା ପରେ ତୁରନ୍ତ ରେଳବାଇ କର୍ତ୍ତୃପକ୍ଷ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛନ୍ତି । ଲାଇନ ଚ୍ୟୁତ ହୋଇଥିବା ବଗିକୁ ଟ୍ରାକକୁ ଆଣିବା ପାଇଁ କାର୍ଯ୍ୟ ଆରମ୍ଭ କରାଯାଇଛି । ଯେପରିକି ବାଧାପ୍ରାପ୍ତ ରହିଥିବା ହାୱଡା-ମୁମ୍ବାଇ ରୁଟରେ ଯଥାଶୀଘ୍ର ସୁରୁଖୁରରେ ଟ୍ରେନ ଚଳାଚଳ ସ୍ବାଭାବିକ ହୋଇପାରିବ ସେଥିପାଇଁ ପ୍ରୟାସ କରାଯାଇଥିବା ଦେଖିବାକୁ ମିଳିଛି । ଏହା ସହିତ ରୁଟ୍ କ୍ଲିଅର ନହେବା ପର୍ଯ୍ୟନ୍ତ ବିକଳ୍ପ ବ୍ୟବସ୍ଥା କରାଯିବ ଏବଂ କୌଣସି ବି ଟ୍ରେନ୍ ବାତିଲ କରାଯିବ ନାହିଁ ଅଧିକାରୀଙ୍କ ତରଫରୁ ସ୍ପଷ୍ଟୀକରଣ ଦିଆଯାଇଛି ।

ସେହିପରି ଓଡିଶାରେ ମଧ୍ୟ ବିଭିନ୍ନ ସ୍ଥାନରେ କେତେବେଳେ ଟ୍ରେନ୍ ଦୁର୍ଘଟଣାର ଖବର ଆସୁଛି ତ କେତେବେଳେ ବଗିରେ ନିଆଁ ଲାଗିବା ଭଳି ଖବର ଆସିବାରେ ଲାଗିଛି । ବାଲେଶ୍ବର ବାହାନଗାରେ ଘଟିଥିବା ଟ୍ରେନ ଟ୍ରାଜେଡିରେ ସମଗ୍ର ବିଶ୍ବ ସ୍ତବ୍ଧ ହୋଇଯାଇଥିଲା । ଏହାରି ଭିତରେ ଦୁର୍ଘଟଣାକୁ ସପ୍ତାହେ ବିତିଯାଇଥିଲେ ସୁଦ୍ଧା ଏବେବି ଅନେକ ମୃତଦେହ ଚିହ୍ନଟ ହୋଇ ନପାରି ହସ୍ପିଟାଲରେ ରହିଛି । ଏପରିକି କେତେକ ମୃତଦେହ ପାଇଁ ଏକାଧିକ ଦାବିଦାର ରହିଥିବାରୁ DNA ଟେଷ୍ଟ ପାଇଁ ଦିଲ୍ଲୀ ଏମ୍ସକୁ ପଠାଯାଇଛି ।

ଗୋଟିଏ ଦୁର୍ଘଟଣାର ଚିହ୍ନ ନ ଲିଭୁଣୁ ପୁଣି ଯାଜପୁରରେ ମଧ୍ୟ ମାଲବାହୀ ଟ୍ରେନରେ କଟି 6 ଶ୍ରମିକଙ୍କ ଜୀବନ ଯାଇଛି । ସେହିପରି ଗୁରୁବାର ରାତିରେ ନୁଆପଡା-ଖଡିଆଳ ରୋଡ ଦେଇ ଯାଉଥିବା ଦୁର୍ଗ-ପୁରୀ ଏସି କୋଚରୁ ଧୁଆଁ ବାହାରିଥିବା ଦେଖିବାକୁ ମିଳିଥିଲା । ଯାହାକୁ ଦେଖିବା ପରେ ଯାତ୍ରୀମାନେ ଭୟଭୀତ ହୋଇପଡିଥିଲେ । ତେବେ ଏହି ତ୍ରୁଟିକୁ ଖୁବଶୀଘ୍ର ମରାମତି କରାଯାଇଥିବାବେଳେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ଦେଇଛନ୍ତି ବିଭାଗୀୟ ଅଧିକାରୀ ।

ସେହିପରି ବୁଧବାର ମଧ୍ୟ ଦରଭଙ୍ଗା ସିକନ୍ଦରାବାଦ ଏକ୍ସପ୍ରେସରେ ଏସି କୋଚରେ ତ୍ରୁଟି ଦେଖାଯାଇଥିଲା । ଯାହାକୁ ମରାମତି କରାଯିବା ପରେ ଟ୍ରେନ ଚାଲିଥିଲା । ଫଳରେ ଟ୍ରେନ ପହଞ୍ଚିବାରେ 1 ଘଣ୍ଟା ବିଳମ୍ବ ହୋଇଥିଲା । ଯାହାକୁ ନେଇ ଯାତ୍ରୀମାନେ ଅସନ୍ତୋଷ ପ୍ରକାଶ କରିଥିଲେ । ତେବେ ବାରମ୍ବାର ବିଭିନ୍ନ ସ୍ଥାନରେ ଟ୍ରେନକୁ ନେଇ ଏଭଳି ସମସ୍ୟା ଦେଖାଯାଉଥିବାବେଳେ ଯାତ୍ରୀମାନେ ଭୟଭୀତ ଅବସ୍ଥାରେ ରହିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.