ETV Bharat / bharat

‘ନିର୍ବାଚନ ସମୟରେ ଚଢାଉ, କଂଗ୍ରେସକୁ ଡରାଇବାର ପ୍ରୟାସ’

author img

By ETV Bharat Odisha Team

Published : Oct 28, 2023, 4:42 PM IST

ନିର୍ବଚନ ସମୟରେ କେନ୍ଦ୍ରୀୟ ସଂସ୍ଥା ଦ୍ବାରା ଚଢାଉ କରି ଭୟଭୀତ କରିବାକୁ ଚେଷ୍ଟା କରୁଛି ବିଜେପି କହିଲେ ଖଡଗେ । ଅଧିକ ପଢନ୍ତୁ

‘ନିର୍ବାଚନ ସମୟରେ ଚଢାଉ, ପୂର୍ବରୁ କେବେ ହୋଇନଥିଲା’

ନୂଆଦିଲ୍ଲୀ: ନିର୍ବାଚନ ହେବାକୁ ଥିବା କଂଗ୍ରେସ ଶାସିତ ରାଜ୍ୟ ରାଜସ୍ଥାନରେ ବିଧାନସଭା ନିର୍ବାଚନ ପୂର୍ବରୁ କେନ୍ଦ୍ରୀୟ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଆକ୍ସନ ଆରମ୍ଭ କରିଛି । ଏହାକୁ ନିର୍ବାଚନୀ ରାଜନୀତି ସହ ଯୋଡିଛି କଂଗ୍ରେସ । ଦଳୀୟ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେ କହିଛନ୍ତି, ପୂର୍ବରୁ କେବେ ନିର୍ବାଚନ ସମୟରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇନଥିଲା । ମାତ୍ର କଂଗ୍ରେସ ଏଥିରେ ଭୟଭୀତ ନୁହେଁ । ସେମାନେ (ବିଜେପି) ଯାହା କରୁଛନ୍ତି, ସେମାନେ ନିଜେ ଦିନେ ଏହାର ସମ୍ମୁଖୀନ ହେବେ ବୋଲି ମଧ୍ୟ ଖଡଗେ କହିଛନ୍ତି ।

ଖବର ସରବରାହ ସଂସ୍ଥା ANI କୁ ଦେଇଥିବା ପ୍ରତିକ୍ରିୟାରେ କଂଗ୍ରେସ ମୁଖିଆ ଖଡଗେ କହିଛନ୍ତି,‘‘ସେମାନେ ଏପରି କରି ଗେହେଲଟଙ୍କ ନିର୍ବାଚନକୁ ଭଣ୍ଡୁର କରିବାକୁ ଚାହୁଁଛନ୍ତି । କଂଗ୍ରେସ ନେତା ଓ କାର୍ଯ୍ୟକର୍ତ୍ତାଙ୍କ ମନୋବଳ ଦୁର୍ବଳ କରିବା ସହ ସେମାନଙ୍କୁ ଭୟଭୀତ କରିବାକୁ ସେମାନଙ୍କ ଉଦ୍ଦେଶ୍ୟ ରହିଛି । ମାତ୍ର କଂଗ୍ରେସ ଏଥିପାଇଁ ଭୟଭୀତ ନୁହେଁ । ଦଳ ଦୃଢତାର ସହ ଏହା ବିରୋଧରେ ଲଢେଇ ଜାରି ରଖିବ । ସେମାନେ ଯାହା କରୁଛନ୍ତି, ଠିକ ନୁହେଁ । ଆମେ ପ୍ରାୟ 50 ବର୍ଷ ଧରି ରାଜନୀତିରେ ଅଛୁ । ଏପରି ନିର୍ବାଚନ ସମୟରେ ଇଡି ଓ ଆୟକର ବିଭାଗ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଆମେ କେବେ ଦେଖିନଥିଲୁ । ସେମାନେ ଏବେ କଂଗ୍ରେସକୁ ଭୟଭୀତ କରିବା ପାଇଁ ଏସବୁ କରୁଛନ୍ତି, ଦିନେ ନିଜେ (ବିଜେପି) ଏହାର ଶିକାର ହେବେ ।’’

ଗତକାଲି (ଗୁରୁବାର) ରାଜସ୍ଥାନ କଂଗ୍ରେସ ସଭାପତି ଗୋବିନ୍ଦ ସିଂ ଡୋଟାସାରାଙ୍କ ବାସଭବନରେ ଚଢାଉ କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଉଭୟ ଜୟପୁର ଓ ଶିକାରରେ ଥିବା ଗୋବିନ୍ଦଙ୍କ ବାସଭବନ ଓ ସେ ସମ୍ପୃକ୍ତ ଥିବା କୋଚିଂ ସେଣ୍ଟରରେ ଚଢାଉ କରିଥିଲା ଇଡି ଟିମ । ସେହିପରି ମୁଖ୍ୟମନ୍ତ୍ରୀ ଅଶୋକ ଗେହେଲଟଙ୍କ ପୁଅ ବୈଭବ ଗେହେଲଟଙ୍କୁ ବିଦେଶୀ ପାଣ୍ଠି ମାମଲାରେ ଜେରା ପାଇଁ ଇଡି ସମନ ଜାରି କରିଛି । ଏହାକୁ ଗତକାଲି ଗେହେଲଟ ମଧ୍ୟ ସମାଲୋଚନା କରିଥିଲେ । କେନ୍ଦ୍ରୀୟ ସଂସ୍ଥାକୁ ବ୍ୟବହାର କରି କେନ୍ଦ୍ର ସରକାର ଗୁଣ୍ଡାଗର୍ଦ୍ଦି ଓ ଆତଙ୍କରାଜ କରୁଛନ୍ତି ବୋଲି ମଧ୍ୟ କହିବାକୁ ପଛାଇନଥିଲେ ଗେହେଲଟ ।

ଏହା ମଧ୍ୟ ପଢନ୍ତୁ :- Jammu Kashmir New DGP: ଓଡିଆ ପୁଅ ରଶ୍ମି ରଞ୍ଜନ ସ୍ବାଇଁ ଜମ୍ମୁ କାଶ୍ମୀରର ନୂଆ ପୋଲିସ ମୁଖ୍ୟ

200 ଆସନ ବିଶିଷ୍ଟ ରାଜସ୍ଥାନରେ ନଭେମ୍ବର 25 ରେ ଗୋଟିଏ ପର୍ଯ୍ୟାୟରେ ଭୋଟିଂ ହେବାକୁ ଯାଉଛି । କଂଗ୍ରେସ ଶାସନରେ ଥିବା ବେଳେ ବିଜେପି ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ଭାବେ ରହିଛି । ତେବେ ନିର୍ବାଚନ ପୂର୍ବରୁ କଂଗ୍ରେସକୁ କେନ୍ଦ୍ରୀୟ ସଂସ୍ଥାର କାର୍ଯ୍ୟାନୁଷ୍ଠାନ ଦ୍ବାରା ଭୟଭୀତ କରିବାକୁ ବିଜେପି ପ୍ରୟାସ କରୁଥିବା ଦଳ ଅଭିଯୋଗ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.