ETV Bharat / bharat

MP Assembly Poll: କର୍ଣ୍ଣାଟକ ପରେ ମଧ୍ୟ ପ୍ରଦେଶ, ରାହୁଲ କହିଲେ 150ରୁ ଅଧିକ ଆସନ ଜିତିବୁ - କଂଗ୍ରେସ ନେତା ରାହୁଲ ଗାନ୍ଧୀ

କଂଗ୍ରେସ କ୍ୟାମ୍ପରେ ଉତ୍ସାହ ଭରିଛି କର୍ଣ୍ଣାଟକ ଫଳାଫଳ । ରାହୁଲ କହିଲେ ମଧ୍ୟ ପ୍ରଦେଶରେ ମଧ୍ୟ ଏଥର 150 ପାର । ଅଧିକ ପଢନ୍ତୁ

MP assembly election: ରାହୁଲ କହିଲେ 150ରୁ ଅଧିକ ଆସନ ଜିତିବ କଂଗ୍ରେସ

author img

By

Published : May 29, 2023, 10:12 PM IST

କର୍ଣ୍ଣାଟକ ପରେ ମଧ୍ୟ ପ୍ରଦେଶ, ରାହୁଲ କହିଲେ ଏଥର 150 ରୁ ଅଧିକ ଆସନ ଜିତିବୁ

ଭୋପାଲ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ଐତିହାସିକ ବହୁମତ ପାଇ ସରକାର ଗଠନ କରିବା ପରେ କଂଗ୍ରେସ କ୍ୟାମ୍ପର ଉତ୍ସାହ ଏବେ ସ୍ପଷ୍ଟ ଦୃଶ୍ୟମାନ ହେଉଛି । ଦଳ ଚଳିତବର୍ଷ ହେବାକୁ ଥିବା ରାଜ୍ୟଗୁଡିକରେ ମଧ୍ୟ ସେହି ସଫଳତାକୁ ଦୋହରାଇବା ପାଇଁ ରଣନୀତି ପ୍ରସ୍ତୁତ କରିବାରେ ଲାଗିପଡିଲାଣି । ମଧ୍ୟ ପ୍ରଦେଶରେ କଂଗ୍ରେସ 150 ରୁ ଅଧିକ ଆସନ ଜିତି ସରକାର ଗଠନ କରିବ ବୋଲି ଦଳର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ଦମ୍ଭ ଦେଖାଇଛନ୍ତି । ଆଜି (ସୋମବାର) ଦିଲ୍ଲୀରେ କଂଗ୍ରେସ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ଅଧ୍ୟକ୍ଷତାରେ ମଧ୍ୟ ପ୍ରଦେଶ ଦଳୀୟ ନେତାଙ୍କ ସହ ଆଲୋଚନା ପରେ ରାହୁଲଙ୍କର ଏହି ବିବୃତ୍ତି ସାମ୍ନାକୁ ଆସିଛି । ରାହୁଲ କହିଛନ୍ତି, କଂଗ୍ରେସ କର୍ଣ୍ଣାଟକରେ 137 ଆସନ ପାଇଲା, ହେଲେ ଦଳର ମୂଲ୍ୟାଙ୍କନ କହୁଛି ମଧ୍ୟ ପ୍ରଦେଶରେ 150 ଆସନ ସହ ସରକାର ଗଠନ କରିବ ଦଳ । ହେଲେ ଦଳର ମୁଖ୍ୟମନ୍ତ୍ରୀ ଚେହେରା କିଏ ହେବେ ପ୍ରଶ୍ନକୁ ରାହୁଲ ଏଡାଇ ଯାଇଥିଲେ ।

ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ମଧ୍ୟ ପ୍ରଦେଶ ନିର୍ବାଚନ ରଣନୀତି ପାଇଁ ଦଳର ବରିଷ୍ଠ ନେତାଙ୍କୁ ନେଇ ଏକ କମିଟି ଗଠନ କରାଯିବ । ଏହି କମିଟି କେନ୍ଦ୍ରୀୟ ନେତାଙ୍କ ନିର୍ଦ୍ଦେଶ କାର୍ଯ୍ୟକାରୀ କରିବା ସହ ରାଜ୍ୟ ନେତାଙ୍କୁ ବିଭିନ୍ନ ଦାୟିତ୍ବ ବଣ୍ଟନ କରିବ । ବିଭିନ୍ନ ସ୍ଥାନରେ ଦଳ ସାଧାରଣ ସଭା ଆୟୋଜନ କରିବ ଓ ସେଥିରେ କେନ୍ଦ୍ରୀୟ ନେତା ସାମିଲ ହେବ । ମଲ୍ଲିକାର୍ଜନ ଖଡଗେ, ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀ ବିଭିନ୍ନ ସଭାକୁ ସମ୍ବୋଧିତ କରିବେ । ନିର୍ବାଚନ ମୁଦ୍ଦା ଭାବେ ସ୍ଥାନୀୟ ପ୍ରସଙ୍ଗ ଚୟନ କରାଯିବ ।

ଆଜି ଦିଲ୍ଲୀରେ ହୋଇଥିବା ବୈଠକରେ ଦଳୀୟ ହାଇକମାଣ୍ଡ ମଲ୍ଲିକାର୍ଜୁନ ଖଡଗେଙ୍କ ସହ ରାହୁଲ ଗାନ୍ଧୀ, ମଧ୍ୟ ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ କମଲନାଥ, ବରିଷ୍ଠ ନେତା ଦିଗବିଜୟ ସିଂଙ୍କ ସମେତ ଦଳର ତମାମ ରାଜ୍ୟସ୍ତରୀୟ ନେତା ଅଂଶଗ୍ରହଣ କରିଥିଲେ । ଏହି ବର୍ଷ ଶେଷ ଭାଗରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ଦଳ କ୍ଷମତା ହାସଲ କରିବା ପାଇଁ ରଣନୀତି ପ୍ରସ୍ତୁତ ହୋଇଥିଲା । ଏଥିରେ ଖଡେଗ ଓ ରାହୁଲ ପ୍ରଦେଶ କଂଗ୍ରେସ ନେତାଙ୍କୁ ନିର୍ବାଚନୀ ମନ୍ତ୍ର ଦେବା ସହ ପାର୍ଟି ଲାଇନ ଅତିକ୍ରମ କରି ଗଣମାଧ୍ୟମରେ କୌଣସି ଭିତ୍ତିହୀନ ଓ ବିବାଦୀୟ ମନ୍ତବ୍ୟ ନଦେବା ପାଇଁ ପରାମର୍ଶ ଦୋଇଛନ୍ତି ।

କର୍ଣ୍ଣାଟକ ନିର୍ବାଚନରେ ଐତିହାସିକ ସଫଳତାର ଏକ ବଡ ଶ୍ରେୟ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାକୁ ଯାଉଥିବା ବୋଲି ଦଳ କହିସାରିଛି । କର୍ଣ୍ଣାଟକ ମୈଦାନରେ ଦଳର କେନ୍ଦ୍ରୀୟ ନେତାଙ୍କ ସମେତ ରାହୁଲ ଓ ପ୍ରିୟଙ୍କା ମାରାଥନ ସଭା କରିଥିଲେ । ଏପରିକି ସ୍ବାସ୍ଥ୍ୟଗତ କାରଣ ପାଇଁ 2019 ପର ଠାରୁ ନିର୍ବାଚନୀ ମୈଦାନରେ ନଜର ଆସୁନଥିବା ସୋନିଆ ଗାନ୍ଧୀ ମଧ୍ୟ କର୍ଣ୍ଣାଟକରେ ଦଳ ପାଇଁ ପ୍ରଚାର କରିଥିଲେ । ସମସ୍ତ ଏକଜିଟ୍‌ ପୋଲର ପୂର୍ବାନୁମାନ ସଂଖ୍ୟାକୁ ଅତିକ୍ରମ କରି କଂଗ୍ରେସ 137 ଆସନ ସହ ପୂର୍ଣ୍ଣବହୁମତରେ ସରକାର ଗଠନ କରିଥିଲା । ଏବ ଆଗକୁ ହେବାକୁ ଥିବା ନିର୍ବାଚନରେ ଦଳ ସଫଳତାର ଧାରା ବଜାୟ ରଖିବାକୁ ଅଣ୍ଟା ଭିଡିଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.