ରାୟପୁର: ଛତିଶଗଡର ଜଞ୍ଜଗିରର ଅଞ୍ଚଳରେ ବୋରୱେଲରେ ଖସି ପଡିଥିବା 12 ବର୍ଷୀୟ ବାଳକ ରାହୁଲ ସାହୁଙ୍କ ଉଦ୍ଧାର ପ୍ରକ୍ରିୟା ଜାରି ରହିଛି । ଉଦ୍ଧାର କାର୍ଯ୍ୟ ଦୀର୍ଘ 3 ଦିନ ଧରି ଜାରି ରହିଥିଲେ ସୁଦ୍ଧା ସଫଳତା ମିଳିପାରି ନାହିଁ । ଅନ୍ୟପଟେ ଆଉ ଏକ ଆଶ୍ବସ୍ତିକର ସୂଚନା ଅନୁସାରେ, ଉଦ୍ଧାର କାର୍ଯ୍ୟ ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ରାହୁଲ ଆଉ ମାତ୍ର 3 ଫୁଟ ଦୂରରେ ଥିବା ଜଣାପଡିଛି ।
-
रेस्क्यू ऑपरेशन अभी भी जारी है।
— Bhupesh Baghel (@bhupeshbaghel) June 13, 2022 " class="align-text-top noRightClick twitterSection" data="
ड्रिलिंग के दौरान एक चट्टान आ जाने से राहुल साहू को बाहर निकालने का समय थोड़ा बढ़ जरूर गया है।
लेकिन बोरवेल के आसपास पिछले 3 दिनों से गूंजती एनडीआरएफ के जवानों की ये आवाजें राहुल की उम्मीद बनी हुई हैं।
बच्चे ने आज सुबह 5 बजे केला भी खाया है। pic.twitter.com/TLxmrrsfpE
">रेस्क्यू ऑपरेशन अभी भी जारी है।
— Bhupesh Baghel (@bhupeshbaghel) June 13, 2022
ड्रिलिंग के दौरान एक चट्टान आ जाने से राहुल साहू को बाहर निकालने का समय थोड़ा बढ़ जरूर गया है।
लेकिन बोरवेल के आसपास पिछले 3 दिनों से गूंजती एनडीआरएफ के जवानों की ये आवाजें राहुल की उम्मीद बनी हुई हैं।
बच्चे ने आज सुबह 5 बजे केला भी खाया है। pic.twitter.com/TLxmrrsfpEरेस्क्यू ऑपरेशन अभी भी जारी है।
— Bhupesh Baghel (@bhupeshbaghel) June 13, 2022
ड्रिलिंग के दौरान एक चट्टान आ जाने से राहुल साहू को बाहर निकालने का समय थोड़ा बढ़ जरूर गया है।
लेकिन बोरवेल के आसपास पिछले 3 दिनों से गूंजती एनडीआरएफ के जवानों की ये आवाजें राहुल की उम्मीद बनी हुई हैं।
बच्चे ने आज सुबह 5 बजे केला भी खाया है। pic.twitter.com/TLxmrrsfpE
ଅତି ନିକଟରେ ପହଞ୍ଚି ସାରିଥିବା ଉଦ୍ଧାରକାରୀ ଟିମ ମେସିନ ପରିବର୍ତ୍ତେ କୁଶଳୀ ଯବାନଙ୍କ ହାତରେ ଖନନ କାର୍ଯ୍ୟ ଜାରି ରଖିଛି । ଆଉ ମାତ୍ର କିଛି ଘଣ୍ଚା ମଧ୍ୟରେ ରାହୁଲଙ୍କୁ ଉଦ୍ଧାର କରାଯିବା ନେଇ ମଧ୍ୟ ଆଶା କରାଯାଉଛି । ଖୋଳାଯାଇଥିବା ବୋରଓ୍ବେଲରେ ଶିଶୁଟି ଅଧାରେ ଅଟକି ରହିଥିବା ବେଳେ ପାର୍ଶ୍ବରେ ସମାନ ଗଭୀରରେ ଏକ ଟନେଲ ଖୋଳାଯାଇ ରାହୁଲ ନିକଟରେ ପହଞ୍ଚିବା ପାଇଁ ଉଦ୍ୟମ ଜାରି ରଖିଛି ଉଦ୍ଧାରକାରୀ ଟିମ ।
ଉଦ୍ଧାରକାର୍ଯ୍ୟରେ NDRF ଓ SDRF:
ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ଦୁଇ ରାଜ୍ୟ ଛତିଶଗଡ ଓ ଓଡିଶାର SDRF ଟିମ, ଫାୟାର ସର୍ଭିସର ଟିମର ଉଚ୍ଚ ପ୍ରଶିକ୍ଷିତ ସଦସ୍ୟ ମିଳିତ ଭାବେ ଏହି ବହୁପ୍ରତୀକ୍ଷିତ ଉଦ୍ଧାର ଅଭିଯାନ ଜାରି ରଖିଛନ୍ତି । ବୋରଓ୍ବେଲ ଭିତରକୁ ଖାଦ୍ୟ ଓ ପାଣି ମଧ୍ୟ ପଠାଯାଇଛି । ତେବେ ବାଳକଟିର ଅବସ୍ଥା କିପରି ଅଛି ତାକୁ ନେଇ ନିର୍ଦ୍ଦିଷ୍ଟ ଭାବେ କିଛି କୁହାଯାଇପାରୁ ନାହିଁ ।
ସମସ୍ୟା ବଢାଇପାରେ ପ୍ରତିକୂଳ ପାଗ :
ପ୍ରତିକୂଳ ପାଗ ଅପରେସନରେ ବଡ ସମସ୍ୟା ସୃଷ୍ଟି କରିବା ପରି ଆଶଙ୍କା ମଧ୍ୟ ସୃଷ୍ଟି ହୋଇଛି । ସ୍ଥାନୀୟ ଅଞ୍ଚଳରେ କାଳବୈଶାଖୀ ହେବା ପରି ପାଣିପାଗ ସୂଚନା ମଧ୍ୟ ରହିଛି । ଯାହା ଉଦ୍ଧାର ଅପରେସନ ପାଇଁ ବଡ ବାଧା ସୃଷ୍ଟି କରିପାରେ । ସେହିପରି ବିଦ୍ୟୁତ୍ ସେବା ପ୍ରଭାବିତ ହେଲେ ଅପରେସନ ବିଳମ୍ବ ହୋଇପାରେ । ସମସ୍ତ ସମ୍ଭାବ୍ୟ ସମସ୍ୟାକୁ ଦୃଷ୍ଟିରେ ରଖି ଯୁଦ୍ଧକାଳୀନ ଭିତ୍ତିରେ ପ୍ରସ୍ତୁତି । ପାୱାର ସିଷ୍ଟମକୁ ସୁଗମ ରଖିବା ପାଇଁ ଜେନେରେଟର ମଧ୍ୟ ବ୍ୟବସ୍ଥା କରାଯାଇଛି ।
ସମ୍ପୂର୍ଣ୍ଣ ପ୍ରସ୍ତୁତି ସହ ରହିଛି ଡାକ୍ତରୀ ଟିମ :
ଦୀର୍ଘ 3 ଦିନ ଧରି ବୋରଓ୍ବଲରେ ଫସି ରହିଛି ରାହୁଲ । ତେଣୁ ଉଦ୍ଧାର ପରେ ତାର ସ୍ବାସ୍ଥ୍ୟବସ୍ଥା ଅତି ସଙ୍କଟାପନ୍ନ ରହିବା ନେଇ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ କହିଛନ୍ତି । ଘଟଣାସ୍ଥଳରେ ଆମ୍ବୁଲାନ୍ସ ଓ ଅନ୍ୟ ଚିକିତ୍ସା ସହାୟତା ଉପକରଣ ସହ ସହ ମେଡିକାଲ କର୍ମଚାରୀଙ୍କୁ ସମ୍ପୂର୍ଣ୍ଣ ପ୍ରସ୍ତୁତି ସହିତ ଆଲର୍ଟ ମୋଡରେ ରଖାଯାଇଛି । ରାହୁଲଙ୍କୁ ଉଦ୍ଧାର କରାଯିବା ପରେ ଯୁଦ୍ଧକାଳୀନ ଭିତ୍ତିରେ ହସ୍ପିଟାଲ ଅଭିମୁଖେ ନେଇଯିବା ପାଇଁ ଜଞ୍ଜଗିର ଚମ୍ପା ଠାରୁ ବିଲାସପୁର ସ୍ଥିତ ଆପୋଲୋ ହସ୍ପିଟାଲ ପର୍ଯ୍ୟନ୍ତ ଗ୍ରୀନ କରିଡର ବ୍ୟବସ୍ଥା କରିଛି ସ୍ଥାନୀୟ ପ୍ରଶାସନ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ