ETV Bharat / bharat

ସାମୟିକ ସମୟ ପାଇଁ ହଟିଲା ରାହୁଲଙ୍କ ଟ୍ବିଟର ଆକାଉଣ୍ଟ - congress leader rahul gandhi

କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଟ୍ବିଟର ଆକାଉଣ୍ଟ ଅସ୍ଥାୟୀ ଭାବେ ଅଚଳ । ଦଳ ପକ୍ଷରୁ ସୂଚନା । ଅଧିକ ପଢନ୍ତୁ...

ଅସ୍ଥାୟୀ ଭାବେ ହଟିଲା ରାହୁଲଙ୍କ ଟ୍ବିଟର ଆକାଉଣ୍ଟ

author img

By

Published : Aug 7, 2021, 10:57 PM IST

ନୂଆଦିଲ୍ଲୀ: କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଆକାଉଣ୍ଟ ଅସ୍ଥାୟୀ ଭାବେ ଅଚଳ ହୋଇଯାଇଥିବା ନେଇ ଦଳ ପକ୍ଷରୁ ସୂଚନା ଦିଆଯାଇଛି । ରିଷ୍ଟୋରେସନ ପ୍ରକ୍ରିୟା ପାଇଁ ଟ୍ବିଟର ଆକାଉଣ୍ଟ ଅକାମୀ ହୋଇଥିବା ନେଇ କଂଗ୍ରେସ ପକ୍ଷରୁ ସୂଚନା ମିଳିଛି । ଟ୍ବିଟର ଆକାଉଣ୍ଟ ଅଚଳ ହେଲେ ମଧ୍ୟ ଲୋକଙ୍କ ସ୍ବର ଉଠାଇବା ପୂର୍ବପରି ରାହୁଲ ଜାରି ରଖିବା ନେଇ କଂଗ୍ରେସ କହିଛି । ଏହି ଅଭିଯାନ ଅନ୍ୟାନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ଜାରି ରଖିବାକୁ କହିଛି ଦଳ । କଂଗ୍ରେସ କହିଛି ରାହୁଲ ବର୍ତ୍ତମାନ ସୋସିଆଲ ମିଡିଆରେ ଲୋକଙ୍କ ସ୍ବର ଉଠାଇବା ପ୍ରୟାସ ଜାରି ରଖିଛନ୍ତି । କିନ୍ତୁ ଟ୍ବିଟରରେ ଏପରି ସମସ୍ୟା ପାଇଁ ତାଙ୍କ ଅଭିଯାନ ବନ୍ଦ ପଡିବ ନାହିଁ । ଏହା ପନଃ ଚାଲୁ ହେବା ଯାଏ ଅନ୍ୟ ସୋସିଆଲ ମିଡିଆ ପ୍ଲାଟଫର୍ମରେ ରାହୁଲ ଲୋକଙ୍କ ସହ ଯୋଡି ହେବା ଜାରି ରଖିବେ ।

ରାହୁଲ ଗାନ୍ଧୀ ଆଜି (ଶନିବାର) ଅନ୍ୟ ଏକ ଲୋକପ୍ରିୟ ସାମାଜିକ ଗଣମାଧ୍ୟମ ଇନଷ୍ଟାଗ୍ରାମ ବ୍ୟବହାର କରିଥିବା ନଜର ଆସିଥିଲା । ସେ ଇନଷ୍ଟାଗ୍ରାମରେ ଅଲମ୍ପିକ ସ୍ବର୍ଣ୍ଣ ବିଜେତା ନୀରଜ ଚୋପ୍ରା ଓ ବ୍ରୋଞ୍ଚ ବିଜେତା ବଜରଙ୍ଗ ପୁନିଆଙ୍କୁ ଶୁଭେଚ୍ଛା ମଧ୍ୟ ଜଣାଇଥିବା ଦେଖିବାକୁ ମିଳିଥିଲା । ଟ୍ବିଟର ପରିବର୍ତ୍ତେ ଅନ୍ୟ କିଛି ସୋସିଆଲ ମିଡିଆରେ ସକ୍ରିୟ ନଜର ଆସିଛନ୍ତି ରାହୁଲ ।

ଅନ୍ୟ ଏକ ଟ୍ବିଟରେ ପାଇଁ ମଧ୍ୟ ବିବାଦକୁ ଆସିଥିଲେ ରାହୁଲ । ଦିଲ୍ଲୀର ଏକ ନାବାଳିକା ଦୁଷ୍କର୍ମ ଓ ହତ୍ୟା ମାମଲାରେ ରାହୁଲ ଟ୍ବିଟ କରିବା ପରେ ବିବାଦ ସୃଷ୍ଟି ହୋଇଥିଲା । ପରେ ଟ୍ବିଟର ପକ୍ଷରୁ ଉକ୍ତ ଟ୍ବିଟକୁ ହାଟାଇ ଦିଆଯାଇଥିଲା । ରାହୁଲଙ୍କ ଏପରି ଟ୍ବିଟ ପରେ ଦିଲ୍ଲୀର ଭିନିତ ଜିନ୍ଦଲ ନାମକ ଜଣେ ଆଇନଜୀବୀ ତାଙ୍କ ବିରୋଧରେ ଦିଲ୍ଲୀ ପୋଲିସରେ ଏକ ମାମଲା ଦାୟର କରିଥିଲେ । ତେବେ ଉକ୍ତ ମାମଲାରେ ଜାତୀୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ ଟ୍ବିଟର କର୍ତ୍ତୁପକ୍ଷଙ୍କୁ ଜବାବ ତଲବ କରିବା ସହ କାର୍ଯ୍ୟାନୁଷ୍ଠାନ ନେବାକୁ ନିର୍ଦ୍ଦେଶ ଦେଇଥିଲା । ପରେ କାର୍ଯ୍ୟାନୁଷ୍ଠାନ ସ୍ବରୂପ ରାହୁଲଙ୍କ ଉକ୍ତ ଟ୍ବିଟକୁ ହଟାଇଥିଲା ଟ୍ବିଟର ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.