ETV Bharat / bharat

ରାଜସ୍ଥାନରେ ଭାରତ ଯୋଡ ଯାତ୍ରା, ରାହୁଲଙ୍କ ସହ ପାଦ ମିଶାଇ ଚାଲୁଛନ୍ତି ଗେହଲଟ-ପାଇଲଟ - ରାଜସ୍ଥାନରେ ଭାରତ ଯୋଡ ଯାତ୍ରା

କଂଗ୍ରେସ ଶାସିତ ରାଜସ୍ଥାନରେ ପହଞ୍ଚିଛି ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ ଯାତ୍ରା । ଏହି ଯାତ୍ରା ଝାଲୱାରର କାଲି ତଲାଇରୁ ଆରମ୍ଭ ହୋଇଛି । ଅଧିକ ପଢନ୍ତୁ

କଂଗ୍ରେସ ଶାସିତ ରାଜସ୍ଥାନରେ ଭାରତ ଯୋଡ ଯାତ୍ରା

author img

By

Published : Dec 5, 2022, 11:52 AM IST

ଜୟପୁର: ଗୋଟିଏ ପରେ ଗୋଟିଏ ରାଜ୍ୟରେ ଭାରତ ଯୋଡ ଯାତ୍ରା ଶେଷ ହେବାକୁ ଲାଗିଛି । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ପକ୍ଷରୁ ଚାଲିଥିବା ଭାରତ ଯୋଡ ଯାତ୍ରା ରାଜସ୍ଥାନରୁ ଆରମ୍ଭ ହୋଇଛି । ମଧ୍ୟପ୍ରଦେଶ-ରାଜସ୍ଥାନ ସୀମାର ଚଁୱର ଚୌରାହରେ ଯାତ୍ରା ପହଞ୍ଚିବା ପରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ, ପୂର୍ବତନ ଉପମୁଖ୍ୟମନ୍ତ୍ରୀ ସଚିନ ପାଇଲଟ, ପିସିସି ମୁଖ୍ୟ ଗୋବିନ୍ଦ ସିଂହ ଡୋଟସରା ପ୍ରମୁଖ ରାହୁଲଙ୍କୁ ସ୍ବାଗତ କରିଥିଲେ । ଏହି ଯାତ୍ରା ଜାଲୱାରର କାଲି ତଲାଇରୁ ଆରମ୍ଭ ହୋଇଛି ।

ଏହି ଯାତ୍ରା ପାଇଁ କଡାକଡି ସୁରକ୍ଷା ବ୍ୟବସ୍ଥା ହୋଇଛି । 14 କିଲୋମିଟର ଅତିକ୍ରମ କରିବା ପରେ ସମୟ ପାଖାପାଖି 10ଟାରେ ବାଲିବୋରଦା ଚୌରାହରେ ପହିଞ୍ଚିଥିଲା ଯାତ୍ରା । ଏହାପରେ ମଧ୍ୟାହ୍ନ ଭୋଜନ ପରେ ଯାତ୍ରା ପୁଣି ଯାତ୍ରା ଆରମ୍ଭ ହେବ । 3ଟା 33ରୁ ନାହାରଡିରୁ ଯାତ୍ରା ବାହାରିବ । ସନ୍ଧ୍ୟାରେ ଚନ୍ଦ୍ରଭାଗା ଚୌରାହରେ ଏକ ଜନସଭାକୁ ସମ୍ବୋଧିତ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ଯାତ୍ରା ଜାଲୱାରରେ ଏକ ରାତି ପାଇଁ ଅଟକି ରହିବ । ରବିବାର ଏହି ମଧ୍ୟପ୍ରଦେଶ ଜିଲ୍ଲା ଅଗର ମାଲୱା ଠାରୁ ରାଜସ୍ଥାନରେ ପ୍ରବେଶ କରିଥିଲା ।

ଏହା ବି ପଢନ୍ତୁ...Hath Se Hath Jodo Abhiyan: ଜାନୁଆରୀ 26ରୁ କଂଗ୍ରେସର 'ହାତ ସେ ହାତ ଯୋଡ଼' ଅଭିଯାନ

ପ୍ରକାଶ ଥାଉ କି, ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଥିଲା କଂଗ୍ରେସ । 50 ଦିନ ମଧ୍ୟରେ 3,570 କି.ମି ପରିକ୍ରମା କରିବ ଦଳ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ ବହୁ ପ୍ରତୀକ୍ଷିତ 150 ଦିନିଆ ‘ଭାରତ ଯୋଡ଼ ଯାତ୍ରା’ ଆରମ୍ଭ କରିଛି । ଏଥିରେ ଦଳ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରିବ । ଆସନ୍ତା ବର୍ଷ ଫେବୃଆରୀ ପହିଲା ସୁଦ୍ଧା ଯାତ୍ରା ଶେଷ କରିବାକୁ ଲକ୍ଷ୍ୟ ରଖିଛି ଦଳ । ତେବେ ଜାନୁଆରୀ 26ରୁ 'ହାତ ସେ ହାତ ଯୋଡ' ଅଭିଯାନ ଆରମ୍ଭ କରିବ କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.