ନୂଆଦିଲ୍ଲୀ: ମାନହାନୀ ମାମଲାର ଦଣ୍ଡାଦେଶ ବିରୋଧରେ ସୁରଟ ଶେସନ କୋର୍ଟରୁ ନିରାଶ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ରାହୁଲ ପ୍ରାୟ 2 ଦଶନ୍ଧି ଧରି ତୋଗଲକ ଲେନରେ ଥିବା ଏହି ସରକାରୀ ବଙ୍ଗଳାରେ ରହି ଆସୁଥିଲେ । ସଭ୍ୟ ପଦ ରଦ୍ଦ ହେବା ପରେ ସେ ବଙ୍ଗଳାରେ ଥିବା ତାଙ୍କ କାର୍ଯ୍ୟାଳୟ ସ୍ଥାନାନ୍ତରିତ କରି ସାରିଥିଲେ । ସେ ତଳ କୋର୍ଟ ଦେଇଥିବା ଦଣ୍ଡାଦେଶକୁ ସୁରଟ ଶେସନ କୋର୍ଟରେ ଚ୍ୟାଲେଞ୍ଜ ମଧ୍ୟ କରିଥିଲେ । ହେଲେ ଗୁରୁବାର 20 (ତାରିଖ) ତାଙ୍କ ମାମଲାର ଶୁଣାଣି କରି ଶେସନ କୋର୍ଟ ସୁରଟ କୋର୍ଟ ଦେଇଥିବା ଦଣ୍ଡାଦେଶକୁ କାଏମ ରଖିବା ସହ ଏହାକୁ ବୈଧ ଦର୍ଶାଇଥିଲେ ।
-
#WATCH | Delhi: Trucks leave from Rahul Gandhi's 12 Tughlak Lane bungalow as he vacates the residence after his disqualification as a Lok Sabha MP. pic.twitter.com/CEvWhMeev9
— ANI (@ANI) April 22, 2023 " class="align-text-top noRightClick twitterSection" data="
">#WATCH | Delhi: Trucks leave from Rahul Gandhi's 12 Tughlak Lane bungalow as he vacates the residence after his disqualification as a Lok Sabha MP. pic.twitter.com/CEvWhMeev9
— ANI (@ANI) April 22, 2023#WATCH | Delhi: Trucks leave from Rahul Gandhi's 12 Tughlak Lane bungalow as he vacates the residence after his disqualification as a Lok Sabha MP. pic.twitter.com/CEvWhMeev9
— ANI (@ANI) April 22, 2023
କୋର୍ଟରୁ ନିରାଶ ହେବା ପରେ ରାହୁଲ ଆଜି ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି । ଏକ ଟ୍ରକରେ ତାଙ୍କର ବ୍ୟବହାର୍ଯ୍ୟ ସାମଗ୍ରୀ ସ୍ଥାନାନ୍ତରିତ ହୋଇଥିବା ଦେଖିବାକୁ ମିଳିଥିଲା । 22 ସୁଦ୍ଧା ସରକାରୀ ବଙ୍ଗଳା ଖାଲି କରିବାକୁ ତାଙ୍କୁ ଲୋକସଭା ହାଉସିଂ କମିଟି ଅବଗତ କରିଥିଲା । ଏବେ ରାହୁଲ 10 ଜନପଥରେ ଥିବା ତାଙ୍କ ମା’ ସୋନିଆ ଗାନ୍ଧୀଙ୍କ ବାସଭବନରେ ରହିବେ । ବଙ୍ଗଳା ଖାଲି କରିବା ପରେ ରାହୁଲ ଟ୍ବିଟ କରି କହିିଛନ୍ତି, ସେ ସତ୍ୟ କହିବା ପାଇଁ କୌଣସ ମୂଲ୍ୟ ଦେବା କରିବା ପାଇଁ ପ୍ରସ୍ତୁତ ଅଛନ୍ତି ।
-
मैं भारत की आवाज़ के लिए लड़ रहा हूं।
— Rahul Gandhi (@RahulGandhi) March 24, 2023 " class="align-text-top noRightClick twitterSection" data="
मैं हर कीमत चुकाने को तैयार हूं।
">मैं भारत की आवाज़ के लिए लड़ रहा हूं।
— Rahul Gandhi (@RahulGandhi) March 24, 2023
मैं हर कीमत चुकाने को तैयार हूं।मैं भारत की आवाज़ के लिए लड़ रहा हूं।
— Rahul Gandhi (@RahulGandhi) March 24, 2023
मैं हर कीमत चुकाने को तैयार हूं।
ତୋଗଲକ ମାର୍ଗରେ ଥିବା ଏହି ସରକାରୀ ବଙ୍ଗଳାରେ ରାହୁଲ 2005 ରୁ ରହି ଆସୁଥିଲେ । ସେ 2004 ରେ ପ୍ରଥମେ ସାଂସଦ ଭାବେ ନିର୍ବାଚିତ ହେବା ପରେ ତାଙ୍କୁ ଏହି ବଙ୍ଗଳା ସାଂସଦ କୋଟାରେ ମିଳିଥିଲା । ତେବେ ସେ 2005 ରୁ ଏଠାରେ ରହି ଆସୁଥିଲେ । 2019 ପର୍ଯ୍ୟନ୍ତ ସେ ଉତ୍ତର ପ୍ରଦେଶର ଆମେଠୀ ଆସନରୁ ନିର୍ବାଚନ ଲଢୁଥିଲେ । ହେଲେ 2019 ସାଧାରଣ ନିର୍ବାଚନରେ ସେ ଆମେଠୀ ଓ କେରଳର ଓ୍ବାଇନାଡ ଆସନରୁ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିଥିଲେ ।
ହେଲେ ନିଜ ପାରମ୍ପରିକ ଆସନ ଆମେଠୀରୁ ପରାଜିତ ହୋଇଥିବା ରାହୁଲ, ଓ୍ବାଇନାଡରୁ ବିଜୟୀ ହୋଇ ଲୋକସଭାରେ ପହଞ୍ଚିଥିଲେ । ହେଲେ ମାର୍ଚ୍ଚ 23 ତାରିଖରେ 2019 ରେ ମୋଦି ସାଙ୍ଗିଆ ମାନହାନୀ ମାମଲାରେ ତାଙ୍କୁ ସୁରଟର ଏକ କୋର୍ଟ ଦୋଷୀ ସାବ୍ୟସ୍ତ କରିବା ଦୁଇ ବର୍ଷ ଜେଲ ଦଣ୍ଡ ଶୁଣାଇଥିଲେ । ଦୋଷୀ ସାବ୍ୟସ୍ତ ହେବା ପରେ ତାଙ୍କ ସଭ୍ୟ ପଦ ରଦ୍ଦ କରାଯାଇଥିଲା । ଯାହାକୁ ନେଇ ସେ ସୁରଟ ଶେସନ କୋର୍ଟଙ୍କ ଦ୍ବରସ୍ଥ ମଧ୍ୟ ହୋଇଥିଲେ । ହେଲେ ସେଠାରୁ ମଧ୍ୟ ତାଙ୍କୁ ବିଫଳ ହେବାକୁ ପଡିଥିଲା । ସେ ଆଜି ତାଙ୍କ ସରକାରୀ ବଙ୍ଗଳା ଖାଲି କରିଛନ୍ତି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ