ETV Bharat / bharat

ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି - Rahul Gandhi tractor rally

କେନ୍ଦ୍ର ସରକାରଙ୍କ ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ଆଜମେରରେ ଟ୍ରାକ୍ଟର ରାଲି କରିଛିନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ ଗାନ୍ଧୀ ।

Rahul Gandhi tractor rally
ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି
author img

By

Published : Feb 13, 2021, 9:28 PM IST

Updated : Feb 13, 2021, 10:30 PM IST

ଜୟପୁର: ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି । କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ବିରୋଧ କରି ଆଜି ପୂର୍ବତନ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ରାଜସ୍ଥାନର ଆଜମେରରେ ଟ୍ରାକ୍ଟର ରାଲି କରିଛିନ୍ତି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଉପରେ ଜୋରଦାର ବର୍ଷିଛନ୍ତି ରାହୁଲ ।

ରାଜସ୍ଥାନରେ ରାହୁଲ ଗାନ୍ଧୀଙ୍କ ଟ୍ରାକ୍ଟର ରାଲି

ରାଜସ୍ଥାନର ଆଜମେରର ରୂପନଗଡରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ରାକ୍ଟର ରାଲି କରିଛନ୍ତି । ଏହି ରାଲିରେ ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ ଓ ରାଜ୍ୟ କଂଗ୍ରେସ ସଭାପତି ଗୋବିନ୍ଦି ସିଂ ଡୋଟାସର ସାମିଲ ହୋଇଛନ୍ତି । ରାହୁଲ ଗାନ୍ଧୀ ନିଜେ ଟ୍ରାକ୍ଟର ରାଲିରେ ଆସି ସଭାସ୍ଥଳରେ ପହଞ୍ଚିଛନ୍ତି । ଏହି ରାଲିରେ ବିପୁଳ ମାତ୍ରାରେ ଟାକ୍ଟର ସାମିଲ ହୋଇଥିଲା । ଏହି ଅବସରରେ ଦଳର ଏକ ସାଧାରଣ ସଭାକୁ ସମ୍ବୋଧିତ କରିଛନ୍ତି । କେନ୍ଦ୍ର ସରକାର ଆଣିଥିବା ତିନୋଟି କୃଷି ଆଇନକୁ ନେଇ ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ଆକ୍ରମଣ କରିଛନ୍ତି । ଏହି କଳା କୃଷି ଆଇନ ପ୍ରଚଳନ ହେଲେ ଦେଶରେ ବେକାରୀ ସଂଖ୍ୟା ବୃଦ୍ଧିର ମୁଖ୍ୟ କାରଣ ହେବ ।

ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ସେ ଚାଷୀଙ୍କ ବିକଳ୍ପ ଦେଇଛନ୍ତି କିନ୍ତୁ ଚାଷୀଙ୍କୁ କ୍ଷୁଧା, ବେକାରୀ ଏବଂ ଆତ୍ମହତ୍ୟା ଦେଇଛନ୍ତି । ସେ ଚାଷୀଙ୍କ ସହ କଥା ହେବାକୁ ଚାହାଁନ୍ତି କିନ୍ତୁ ଆଇନ ରଦ୍ଦ ନହେବା ପର୍ଯ୍ୟନ୍ତ ସେମାନେ ତାହା କରିବେ ନାହିଁ। ସେହିଭଳି କୃଷି ଭାରତ ମାତାର ଅଟେ, ଶିଳ୍ପପତିଙ୍କର ନୁହେଁ ବୋଲି କଂଗ୍ରେସ ନେତା ରାହୁଲ ଗାନ୍ଧୀ କହିଛନ୍ତି ।

ସୂଚନାଥାଉକି ଚାଷୀ କେନ୍ଦ୍ର ସରକାର ପ୍ରଣୟନ କରିଥିବା ତିନୋଟି ନୂତନ କୃଷି ଆଇନକୁ ବିରୋଧ କରି ଆନ୍ଦୋଳନ ଜାରୀ ରଖିଛନ୍ତି । ଦିଲ୍ଲୀର ବିଭିନ୍ନ ବର୍ଡରରେ ଆନ୍ଦୋଳନ ଜାରି ରଖିଛନ୍ତି । ଏହାକୁ ପ୍ରତ୍ୟାହାର କରିବା ପାଇଁ ଦୀର୍ଘ 76 ଦିନର ଊର୍ଦ୍ଧ୍ବ ଦିନ ହୋଇଛି କିନ୍ତୁ କୌଣସିି ସମାଧାନ ବାହାରି ନାହିଁ । ଚାଷୀ ମାନେ କୃଷି ଆଇନକୁ ପ୍ରତ୍ୟାହାର କରିବା ପାଇଁ ଗତ ଜାନୁୟାରୀ 26 ତାରିଖ ଦିନ ଟ୍ରାକ୍ଟର ରାଲି କରି ଲାଲକିଲ୍ଲାରେ ହିଂସା ସୃଷ୍ଟି କରିଥିଲେ । ଏହି ଆଇନକୁ ନେଇ କଂଗ୍ରେସ ବିଜେପିକୁ ଟାର୍ଗେଟ କରୁଛି ଏବଂ ବିଭିନ୍ନ ରାଜ୍ୟର ଟ୍ରାକ୍ଟର ରାଲି କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Feb 13, 2021, 10:30 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.