ନୂଆଦିଲ୍ଲୀ: ଆଜି(ସୋମବାର) କଂଗ୍ରେସ ନେତା ରାହୁଲ ଗାନ୍ଧୀ ନ୍ୟାସନାଲ ହେରାଲ୍ଡ ମନି ଲଣ୍ଡରିଂ ମାମଲାରେ ଇଡି ଅଫିସରେ ହାଜର ହେବେ । ଏହାକୁ ବିରୋଧ କରି କଂଗ୍ରେସ ନେତାମାନେ ଦେଶବ୍ୟାପି ଏକତା ପଦଯାତ୍ରା କରିବା ପାଇଁ ସ୍ଥିର କରିଛନ୍ତି । ଅର୍ଥ ହେରଫେର ମାମଲାରେ ସୋନିଆ ଗାନ୍ଧୀ ଓ ରାହୁଲ ଗାନ୍ଧୀଙ୍କୁ ହାଜର ହେବାକୁ ED ସମନ କରିଛି ।
ଏହାକୁ ବିରୋଧ କରି ରାଜଧାନୀ ଦିଲ୍ଲୀରେ ଜୁନ୍ 13 ତାରିଖରେ କଂଗ୍ରେସ ଏକତା ପ୍ରଦର୍ଶନ ପାଇଁ ଯୋଜନା କରୁଛି । ବିଜେପି ଜାଣିଶୁଣି କେନ୍ଦ୍ରୀୟ ସଂସ୍ଥାକୁ କଂଗ୍ରେସ ବିରୋଧରେ ବ୍ୟବହାର କରୁଥିବା କଂଗ୍ରେସ ଅଭିଯୋଗ କରିଆସୁଛି । ଇଡି ଅନେକ ପୂର୍ବରୁ ସମନ ଜାରି କରିଥିବା ବେଳେ ରାହୁଲ ଗାନ୍ଧୀ ବିଦେଶରେ ଥିବାରୁ ସମୟ ମାଗିଥିଲେ । ଏକତା ଯାତ୍ରା ମାଧ୍ୟମରେ ସମସ୍ତ ସାଂସଦ ଏବଂ CWCର ସଦସ୍ୟ ତଥା ଅନ୍ୟ ବରିଷ୍ଠ ନେତାଙ୍କ ସହ ଦିଲ୍ଲୀର ଇଡି କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ବିକ୍ଷୋଭ ପ୍ରଦର୍ଶନ କରିବେ ।