ETV Bharat / bharat

ମେ’ରେ 2 ଦିନିଆ ତେଲେଙ୍ଗାନା ଗସ୍ତରେ ଆସିବେ ରାହୁଲ - ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ

ଆସନ୍ତା ମାସରେ ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଆସିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ତେଲେଙ୍ଗାନାର କଂଗ୍ରେସ ରାଜ୍ୟ ମୁଖ୍ୟ ଏ ରେଭାନ୍ଥ ରେଡ୍ଡୀ(A Revanth Reddy) ସୂଚନା ଦେଇଛନ୍ତି । ଅଧିକ ପଢନ୍ତୁ

ଆସନ୍ତାମାସରେ ରାହୁଲଙ୍କ ଦୁଇଦିନିଆ ତେଲେଙ୍ଗାନା ଗସ୍ତ: Warangalରେ କରିବେ ସାଧାରଣ ସଭା

author img

By

Published : Apr 17, 2022, 10:21 AM IST

ହାଇଦ୍ରାବାଦ: ଆସନ୍ତା ମାସରେ ଦୁଇ ଦିନିଆ ତେଲେଙ୍ଗାନା ଗସ୍ତରେ ଆସିବେ (Congress national vice president Rahul Gandhi) କଂଗ୍ରେସ ନେତା ରାହୁଲ ଗାନ୍ଧୀ । ମେ’ ୬ ଓ ୭ ତାରିଖରେ ରାହୁଲ ଗାନ୍ଧୀ ଏଠାରେ ବିଭିନ୍ନ ପ୍ରକାର ଦଳୀୟ କାର୍ଯ୍ୟକ୍ରମରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏନେଇ ତେଲେଙ୍ଗାନାର କଂଗ୍ରେସ ରାଜ୍ୟ ମୁଖ୍ୟ ଏ ରେଭାନ୍ଥ ରେଡ୍ଡୀ(A Revanth Reddy) ସୂଚନା ଦେଇଛନ୍ତି ।

ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ କୃଷି ପ୍ରସଙ୍ଗରେ ପ୍ରାଥମିକତା ୱାରଙ୍ଗଲର(Warangal )ରେ ଥିବା ଆର୍ଟ ଆଣ୍ଡ ସାଇନ୍ସ କଲେଜ ଗ୍ରାଉଣ୍ଡରେ ଏକ ବିଶାଳ ଜନସଭା କରାଯିବ । ବିଶାଳ ଜନସଭା ରାଏଥୁ ସଂଘର୍ଷନ ସଭା (Rythu Sangharshana Sabha)କୁ ସମ୍ବୋଧନ କରିବେ ରାହୁଲ । ଏହାସହ ହାଇଦ୍ରାବାଦରେ ସ୍ଥାନୀୟ ନେତାଙ୍କ ସହ ୭ ତାରିଖରେ ଏକ ବୈଠକ ମଧ୍ୟ କରିବାର କାର୍ଯ୍ୟକ୍ରମ ରହିଛି ।

ତେଲେଙ୍ଗାନା AICCର ଇନଚାର୍ଜ ମଣିକମ ଟାଗୋର(Telangana in-charge Manickam Tagore)ଙ୍କ ଦ୍ବାରା ଏକ ରାଜନୈତିକ ବ୍ୟାପାର କମିଟି ବୈଠକ Political Affairs Committee (PAC) ଅନୁଷ୍ଠିତ ହୋଇଥିଲା । ଇନ୍ଦିରା ଭବନରେ ଅନୁଷ୍ଠିତ ହୋଇଥିବା ଏହି ବୈଠକରେ କଂଗ୍ରେସକୁ ତୃଣମୁଳ ସ୍ତରରେ କିଭଳି ମଜବୁତ କରି ହେବ ସେନେଇ ଦଳୀୟ କର୍ମୀଙ୍କୁ ଗୁରୁମନ୍ତ୍ର ଦିଆଯାଇଥିଲା ।

ଏ ବୈଠକରେ ଗାନ୍ଧୀଙ୍କ ତେଲେଙ୍ଗାନା ଗସ୍ତକୁ ନେଇ ମଧ୍ୟ ଚର୍ଚ୍ଚା ମଧ୍ୟ ବୈଠକରେ ହୋଇଥିଲା । ଓ୍ବାରଙ୍ଗଲ(Warangal )ରେ ସାଧାରଣ ସଭା ଉପରେ ଆଲୋଚନା ମଧ୍ୟ କରାଯାଇଥିଲା । ନିକଟରେ ଦିଲ୍ଲୀ ଗସ୍ତ ସମୟରେ କଂଗ୍ରେସ ନେତାମାନେ ତେଲେଙ୍ଗାନା ଗସ୍ତ କରିବାକୁ ରାହୁଲଙ୍କୁ ଅନୁରୋଧ କରିଥିଲେ । କଂଗ୍ରେସର ତେଲେଙ୍ଗାନା ରାଜ୍ୟ ମୁଖ୍ୟ ଦଳର ନେତାଙ୍କ ସହ ଆଲୋଚନା ପରେ କହିଛନ୍ତି ଯେ ରାଜ୍ୟରେ କୃଷକଙ୍କ ଧାନ କିଣାବିକା ନେଇ ସମସ୍ୟାକୁ ସେମାନେ ଉଠାଇବେ । ତ୍ରୁଟିପୂର୍ଣ୍ଣ ଶାସନ ଯୋଗୁଁ ଏପରି ଚାଷୀମାନେ ହନ୍ତସନ୍ତ ହେଉଥିବା ସେ କହିଛନ୍ତି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.