ETV Bharat / bharat

Bharat Jodo Yatra: ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ, କୁଆଡେ ଗଲା ୨ କୋଟି ନିଯୁକ୍ତି

author img

By

Published : Oct 15, 2022, 7:54 PM IST

କର୍ଣ୍ଣାଟକରେ କଂଗ୍ରେସ ଜାରି ରଖିଛି ଭାରତ ଯୋଡ଼ ଯାତ୍ରା । ବେଲ୍ଲାରି ଜିଲ୍ଲାରେ ଆୟୋଜିତ ଜନସଭାରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ କେନ୍ଦ୍ର ସରକାରଙ୍କୁ ବେରୋଜଗାରୀକୁ ନେଇ ଟାର୍ଗେଟ କରିଛନ୍ତି । ଅଧିକ ପଢନ୍ତୁ

Etv BharatBharat Jodo Yatra: ପ୍ରଧାନମନ୍ତ୍ରୀଙ୍କୁ ରାହୁଲଙ୍କ ପ୍ରଶ୍ନ, ୨ କୋଟି ନିଯୁକ୍ତି କୁଆଡେ ଗଲା

ବେଙ୍ଗାଲୁରୁ: କଂଗ୍ରେସର ଭାରତ ଯୋଡ଼ ଯାତ୍ରା (Bharat Jodo Yatra) ଶନିବାର କର୍ଣ୍ଣାଟକର ବେଲ୍ଲାରିରେ ପହଞ୍ଚିଛି । ଏଠାରେ ଏକ ରାଲିରେ ଲୋକଙ୍କୁ ସମ୍ବୋଧନ କରୁଥିବାବେଳେ ବେରୋଜଗାରୀକୁ ନେଇ କେନ୍ଦ୍ର ସରକାରଙ୍କ ଉପରେ ବର୍ଷିଛନ୍ତି । ଗତ ୪୫ ବର୍ଷ ମଧ୍ୟରେ ଭାରତରେ ବେରୋଜଗାରୀ ସଂଖ୍ୟା ବଢିଥିବାବେଳେ ସରକାର ପ୍ରତିବର୍ଷ ୨ କୋଟି ଯୁବକଙ୍କୁ ନିଯୁକ୍ତି ଦେବେ ବୋଲି କହିଥିଲେ । ତେବେ ସେହି ଚାକିରି ସବୁ କେଉଁଆଡ଼େ ଗଲା ବୋଲି ରାହୁଲ ପ୍ରଶ୍ନ କରିଛନ୍ତି ।

ରାହୁଲ କହିଛନ୍ତି, "କର୍ଣ୍ଣାଟକରେ ୨.୫ ଲକ୍ଷ ସରକାରୀ ପଦ ଖାଲି ରହିଛି । ଯଦି ଆପଣ ପୋଲିସ ସବ-ଇନିସପେକ୍ଟର ହେବାକୁ ଚାହୁଁଛନ୍ତି, ତେବେ ଆପଣଙ୍କୁ ୮୦ ଲକ୍ଷ ଟଙ୍କା ଦେବାକୁ ପଡ଼ିବ । ଯଦି ଆପଣଙ୍କ ନିକଟରେ ଅର୍ଥ ଅଛି, ତେବେ ଆପଣ କର୍ଣ୍ଣାଟକରେ ସରକାରୀ ଚାକିରି କିଣିପାରିବେ । ଯଦି ଆପଣଙ୍କ ନିକଟରେ ଟଙ୍କା ନାହିଁ ତେବେ ଆପଣ ଜୀବନ ସାରା ବେରୋଜଗାର ରହିବେ ।"

ଏହା ବି ପଢନ୍ତୁ- ଜର୍ମାନ କଷ୍ଟଡିରେ କୁନିଝିଅ, ମୁକୁଳାଇବା ପାଇଁ ଗୁଜୁରାଟୀ ପରିବାରର ଗୁହାରି

'କର୍ଣ୍ଣାଟକ ସରକାର SC-ST ବିରୋଧୀ'

ଏହି ରାଲି ସମୟରେ ରାହୁଲ ଗାନ୍ଧୀ କର୍ଣ୍ଣାଟକ ସରକାରଙ୍କୁ ଅନୁସୂଚିତ ଜାତି (SC) ଓ ଅନୁସୂଚିତ ଜନଜାତି (ST) ବିରୋଧୀ ବୋଲି କହିଛନ୍ତି । ଏହି ନିର୍ଦ୍ଦିଷ୍ଟ ସମ୍ପ୍ରଦାୟଙ୍କ ଉପରେ ଅତ୍ୟାଚାର ୫୦ ପ୍ରତିଶତ ବୃଦ୍ଧି ପାଇଛି । ସେ ଆହୁରି କହିଛନ୍ତି ଯେ, "ବିଜେପି ନେତୃତ୍ବାଧୀନ ସରକାରକୁ ୪୦ ପ୍ରତିଶତ କମିଶନ ସରକାର ବୋଲି କୁହାଯାଏ । ଏହାର ଭରଣ ପୋଷଣ କରି କେଉଁ କାର୍ଯ୍ୟ ବି କରାଯାଇପାରିବ ।

ରାହୁଲଙ୍କ ସହ ଖଡ଼ଗେ ସାମିଲ

କଂଗ୍ରେସ ଅଧ୍ୟକ୍ଷ ପଦ ଲାଗି ହେଉଥିବା ନିର୍ବାଚନରେ ଆଶାୟୀ ପ୍ରାର୍ଥୀ ଥିଲେ ମଲ୍ଲିକାର୍ଜୁନ ଖଡ଼ଗେ । କର୍ଣ୍ଣାଟକ ବେଲ୍ଲାରି ଜିଲ୍ଲାରେ କଂଗ୍ରେସର ଭାରତ ଯୋଡ଼ ଯାତ୍ରାରେ ସେ ରାହୁଲଙ୍କ ସହ ସାମିଲ ହୋଇଛନ୍ତି । ଏହି ଯାତ୍ରା ୧୦୦୦ କିମି ରାସ୍ତା ଅତିକ୍ରମ କରିଛି । ତେବେ ବେଲ୍ଲାରିରେ ଏହି ଉପଲବ୍ଧିର ଉତ୍ସବ ପାଳିବା ଲାଗି ଏଠାରେ ହୋଇଥିବା ଜନସଭାରେ ଖଡ଼ଗେ ମଧ୍ୟ ସାମିଲ ହୋଇଛନ୍ତି । ଖଡ଼ଗେ ପ୍ରଥମ ଥର ଲାଗି ଏହି ଯାତ୍ରାରେ ସାମିଲ ହୋଇଛନ୍ତି । କଂଗ୍ରେସର ଭାରତ ଯୋଡ଼ ଯାତ୍ରା ଗତ ସେପ୍ଟେମ୍ବର ୩୦ ତାରିଖରେ କର୍ଣ୍ଣାଟକରେ ପ୍ରବେଶ କରିଥିବାବେଳେ, ୨୦ ଅକ୍ଟୋବରରେ ରାଜ୍ୟରେ ଏହି ଯାତ୍ରା ଶେଷ ହେବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.