ETV Bharat / bharat

ରାହୁଲଙ୍କ ଅଭିଯୋଗ, LIC ସେୟାରକୁ କମ ଦାମ୍‌ରେ ବିକୁଛନ୍ତି ମୋଦି ସରକାର

author img

By

Published : May 6, 2022, 9:06 AM IST

ଏଲଆଇସି ସେୟାରକୁ ଅତି କମ ଦାମ୍‌ରେ ବିକୁଛନ୍ତି ମୋଦି ସରକାର । ଅଭିଯୋଗ ଆଣିଲେ ରାହୁଲ ଗାନ୍ଧୀ । ଅଧିକ ପଢନ୍ତୁ

ରାହୁଲଙ୍କ ଅଭିଯୋଗ, LIC ସେୟାରକୁ କମ ଦାମ୍‌ରେ ବିକୁଛନ୍ତି ମୋଦି ସରକାର
ରାହୁଲଙ୍କ ଅଭିଯୋଗ, LIC ସେୟାରକୁ କମ ଦାମ୍‌ରେ ବିକୁଛନ୍ତି ମୋଦି ସରକାର

ନୂଆଦିଲ୍ଲୀ: ସରକାର ଦେଶର ବୃହତ୍ତମ ବୀମା କମ୍ପାନୀ ଭାରତୀୟ ଜୀବନ ବୀମା ନିଗମର IPO(ପ୍ରାରମ୍ଭିକ ପବ୍ଲିକ ଅଫର) ଆଣିଛନ୍ତି । ଯାହାକି ସେୟାର ବଜାର ଇତିହାସର ସର୍ବବୃହତ ଆଇପିଓ(IPO) । ମେ 4ରୁ LIC ଆଇପିଓ ଖୋଲିଥିବା ବେଳେ ଏହାର ସେୟାର କିଣିବାକୁ ଲୋକେ ଖୁବ୍ ଆଗ୍ରହୀ ହେଉଛନ୍ତି । ତେବେ ଭାରତର ସବୁଠୁ ବଡ ତଥା ମୂଲ୍ୟବାନ ବୀମା କମ୍ପାନୀ LIC ସେୟାର ଅତି କମ୍ ଦାମରେ ବିକ୍ରି ହେଉଥିବାର ଅଭିଯୋଗ କରିଛନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଯାହାକୁ ନେଇ ସେ ମୋଦି ସରକାରଙ୍କୁ ଘେରିଛନ୍ତି । ସରକାର କାହିଁକି ଏତେ କମ ଦାମରେ LIC ସେୟାର ବିକୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ରାହୁଲ ।

ରାହୁଲ ଟ୍ବିଟ୍ କରିଛନ୍ତି, ''ଏଲଆଇସିରେ 3.94 ଲକ୍ଷ କର୍ମଚାରୀ କାମ କରୁଛନ୍ତି । ଏହାର 30 କୋଟି ପଲିସିଧାରକ ଅଛନ୍ତି । କମ୍ପାନୀ ନିକଟରେ 39 ଲକ୍ଷ କୋଟି ସମ୍ପତ୍ତି ରହିଛି । ପଲିସିଧାରକଙ୍କୁ ସେମାନଙ୍କ ନିବେଶ ଉପରେ ରିଟର୍ଣ୍ଣ ପ୍ରଦାନ କରିବାରେ ଏହା ବିଶ୍ବର ଏକ ନମ୍ବର ସଂସ୍ଥା । ଏହାସତ୍ତ୍ବେ ମଧ୍ୟ ମୋଦି ସରକାର ଏଲଆଇସିକୁ କମ ମୂଲ୍ୟରେ ବିକ୍ରି କରୁଛନ୍ତି । ଦେଶର ସବୁଠୁ ମୂଲ୍ୟବାନ କମ୍ପାନୀକୁ କାହିଁକି ସରକାର କମ୍ ଦାମରେ ବିକ୍ରି କରାଯାଉଛି ବୋଲି ସେ ପଚାରିଛନ୍ତି ।

ଉଲ୍ଲେଖଯୋଗ୍ୟ, ଆଇପିଓ ମାଧ୍ୟମରେ ସରକାର ଏଲଆଇସିର ୩.୫ ପ୍ରତିଶତ ଅଂଶଧନ ବିକ୍ରି କରୁଛନ୍ତି । ଏଥିରୁ ୨୧ ହଜାର କୋଟି ଟଙ୍କା ସଂଗ୍ରହ କରାଯିବାକୁ ଲକ୍ଷ୍ୟ ରଖାଯାଇଛି । ଏଲଆଇସି ଆଇପିଓର ପ୍ରାଇସ୍ ବ୍ୟାଣ୍ଡ୍ ୯୦୨ ଟଙ୍କାରୁ ୯୪୯ ଟଙ୍କା ରହିଛି । ଦେଶର ଏହି ମୂଲ୍ୟବାନ କମ୍ପାନୀର ସେୟାର ତୁଳନାରେ ଏହାର ଧାର୍ଯ୍ୟ ମୂଲ୍ୟ ଅତି କମ ବୋଲି ରାହୁଲ କହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.