ETV Bharat / bharat

ଆଜିଠୁ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, 15 ରାଜ୍ୟ ଦେଇ କରିବ ଅତିକ୍ରମ

author img

By ETV Bharat Odisha Team

Published : Jan 14, 2024, 7:13 AM IST

Updated : Jan 14, 2024, 7:51 AM IST

Bharat Jodo Nyaya Yatra: ଆଜିଠୁ ମଣିପୁରରୁ ଆରମ୍ଭ ହେବ ରାହୁଲ ଗାନ୍ଧୀଙ୍କ 'ଭାରତ ଯୋଡ ନ୍ୟାୟ ଯାତ୍ରା' । 66 ଦିନ ମଧ୍ୟରେ 15ଟି ରାଜ୍ୟ ଦେଇ ଅତିକ୍ରମ କରିବ ଏହି ଯାତ୍ରା । ନିର୍ବାଚନ ପୂର୍ବରୁ କଂଗ୍ରେସ ପାଇଁ ଏହି ଯାତ୍ରାର ରହିଛି ଗୁରୁତ୍ୱ । ଅଧିକ ପଢନ୍ତୁ

ଭାରତ ଯୋଡ ନ୍ୟାୟ ଯାତ୍ରା
ଭାରତ ଯୋଡ ନ୍ୟାୟ ଯାତ୍ରା

ହାଇଦ୍ରାବାଦ: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଆଜିଠାରୁ (ରବିବାର) ଆରମ୍ଭ ହେବାକୁ ଯାଉଛି 'ଭାରତ ଯୋଡ ନ୍ୟାୟ ଯାତ୍ରା' । ଏହି ଯାତ୍ରା ହିଂସା ପ୍ରଭାବିତ ମଣିପୁରର ଥୋବଲରୁ ଆରମ୍ଭ ହୋଇ ମାର୍ଚ୍ଚ 20 ତାରିଖରେ ମୁମ୍ୱାଇରେ ଶେଷ ହେବ । 66 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ଦେଶର 15ଟି ରାଜ୍ୟର 110ଟି ଜିଲ୍ଲା ଦେଇ ଅତିକ୍ରମ କରିବ । ଏହି ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କୁ ସମ୍ବୋଧନ କରିବେ । ପ୍ରାୟ 6 ହଜାର 713 କି.ମି ପଦଯାତ୍ରା କରିବେ ରାହୁଲ ଗାନ୍ଧୀ । ତେବେ ଲୋକସଭା ନିର୍ବାଚନ ପୂର୍ବରୁ ବେରୋଜଗାର, ଦରବୃଦ୍ଧି ଓ ସାମାଜିକ ନ୍ୟାୟ ଭଳି ମୁଦ୍ଦା ଉପରେ ଲୋକମାନଙ୍କ ଧ୍ୟାନ ଆକର୍ଷଣ କରିବା ପାଇଁ କଂଗ୍ରେସର ପ୍ରୟାସ ରହିଥିବା ବେଳେ ଏହି ଯାତ୍ରାର ବେଶ ପ୍ରଭାବ ରହିଛି ।

ଏହାମଧ୍ୟ ପଢନ୍ତୁ... ଓଡ଼ିଶାରେ ପଡିବ ନାହିଁ ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ପ୍ରଭାବ

ଆଜି ସକାଳ 12ଟାରୁ ମଣିପୁରର ଥୋବଲରୁ ଆରମ୍ଭ ହେବ ଏହି ଯାତ୍ରା । ଯାହାକୁ ନେଇ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ଅନ୍ୟପଟେ ଏହି ଯାତ୍ରା ନେଇ ମଣିପୁର ସରକାର ଅନୁମତି ଦେଇନଥିବା ସୂଚନା ରହିଛି । ତେବେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଏହି ଯାତ୍ରା ଥୋବଲରୁ ଆଜିଠୁ ଆରମ୍ଭ ହୋଇ ମାର୍ଚ୍ଚ 20ରେ ମୁମ୍ୱାଇରେ ଶେଷ ହେବ । ପଦଯାତ୍ରା ଓ ବସ ମାଧ୍ୟମରେ ଯାତ୍ରା କରାଯିବ । ଯାତ୍ରା ସରିବା ପରେ ରାହୁଲ ଗାନ୍ଧୀ ପ୍ରେସ କନଫରେନ୍ସ ଜରିଆରେ ଦେଶବାସୀଙ୍କୁ ସମ୍ବୋଧନ କରିପାରନ୍ତି ।

ସୂଚନା ଅନୁଯାୟୀ, ଆଜି (ରବିବାର) ଦିନ 11ଟାରେ ରାହୁଲ ଗାନ୍ଧୀ ଇମ୍ଫାଲରେ ପହଞ୍ଚି ପ୍ରଥମେ ଖୌଙ୍ଗଜୋମ ଯୁଦ୍ଧ ସ୍ମାରକ ନିକଟକୁ ଯିବେ । ଏହାପରେ ଥୋବଲ ଠାରେ ଏକ ସଭା ହେବ । ଏହି ସଭାରେ ଯାତ୍ରା ସମ୍ପର୍କରେ ସୂଚନା ଦେବେ ରାହୁଲ ଗାନ୍ଧୀ । ଏହାପରେ କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡଗେ ରାହୁଲ ଗାନ୍ଧୀଙ୍କ ନେତୃତ୍ବରେ ଆରମ୍ଭ ହେବାକୁ ଯାଉଥିବା ଏହି ଦ୍ୱିତୀୟ ପଦଯାତ୍ରାକୁ ସବୁଜ ପତାକା ଦେଖାଇ ଶୁଭାରମ୍ଭ କରିବେ । ଏହି ଯାତ୍ରାରେ ଇଣ୍ଡିଆ(INDIA) ମେଣ୍ଟର ତମାମ ନେତା ଯୋଗ ଦେବାର ସମ୍ଭାବନା ରହିଛି । କଂଗ୍ରେସ ନେତା ମଲ୍ଲିକାର୍ଜୁନ ଖଡଗେ ସମସ୍ତ ବିରୋଧି ଦଳର ଅଧ୍ୟକ୍ଷମାନଙ୍କୁ ଏହି ଯାତ୍ରାରେ ସାମିଲ ହେବାକୁ ନିମନ୍ତ୍ରଣ କରିଛନ୍ତି ।

15ଟି ରାଜ୍ୟର 110ଟି ଜିଲ୍ଲାରେ ହେବ ନ୍ୟାୟ ଯାତ୍ରା: ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ ଏହି ଯାତ୍ରା 15ଟି ରାଜ୍ୟ ଦେଇ ଅତିକ୍ରମ କରିବ । ଏହି ଯାତ୍ରା 110ଟି ଜିଲ୍ଲା, 11ଟି ଲୋକସଭା ଆସନ, 337 ବିଧାନସଭା ଆସନ ଦେଇ ଯିବ । ଏହି ସମୟରେ 6 ହଜାର 713 କି.ମି ଅତିକ୍ରମ କରିବ । ଭାରତ ଯୋଡ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ, ରାଜସ୍ଥାନ, ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ମୁମ୍ୱାଇରେ ଏହି ଯାତ୍ରା ସମାପନ ହେବ ।

ଏହାମଧ୍ୟ ପଢନ୍ତୁ...୧୪ରୁ କଂଗ୍ରେସର ଭାରତ ନ୍ୟାୟ ଯାତ୍ରା, ଓଡ଼ିଶା ଆସିବେ ରାହୁଲ

ନ୍ୟାୟ ଯାତ୍ରା ଆରମ୍ଭର ଗୋଟିଏ ଦିନ ପୂର୍ବରୁ ଅର୍ଥାତ ଶନିବାର ଦିନ କଂଗ୍ରେସ ମହାସଚିବ ଜୟରାମ ରମେଶ ପ୍ରେସ କନଫରେନ୍ସ ଜରିଆରେ ଏହି ଯାତ୍ରା ସମ୍ପର୍କରେ ସୂଚନା ଦେଇଥିଲେ । ଏହି ନ୍ୟାୟ ଯାତ୍ରା ଦେଶବାସୀଙ୍କ ପାଇଁ ନ୍ୟାୟ ମାଗିବ ବୋଲି କହିଛନ୍ତି ଜୟରାମ । ତେବେ ଏହାପୂର୍ବରୁ ରାହୁଲ ଗାନ୍ଧୀଙ୍କ ଭାରତ ଯୋଡୋ ଯାତ୍ରାର ପ୍ରଥମ ପର୍ଯ୍ୟାୟ 2022 ଡିସେମ୍ବର 7 ତାରିଖ ଦିନ ତାମିଲନାଡୁର କନ୍ୟାକୁମାରୀ ଠାରୁ ଆରମ୍ଭ ହୋଇ 2023 ଜାନୁଆରୀରେ ଜମ୍ମୁ କାଶ୍ମୀରର ଶ୍ରୀନଗରରେ ଶେଷ ହୋଇଥିଲା । ଏହି ସମୟରେ ରାହୁଲ ଗାନ୍ଧୀ 12ଟି ରାଜ୍ୟ ଦେଇ ଅତିକ୍ରମ କରିଥିଲେ ।

Last Updated : Jan 14, 2024, 7:51 AM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.