ETV Bharat / bharat

ନୂଆବର୍ଷ ପୂର୍ବରୁ ବିଦେଶ ଗସ୍ତ କଲେ ରାହୁଲ ଗାନ୍ଧୀ - ବିଦେଶ ଗସ୍ତରେ ରାହୁଲ ଗାନ୍ଧୀ

ଇଟାଲୀ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏନେଇ ସୂଚନା ଦେଲେ ଜାତୀୟ କଂଗ୍ରେସ କମିଟିର ମୁଖପାତ୍ର ରଣଦୀପ ସୁରଜେୱାଲା । ଅଧିକ ପଢନ୍ତୁ

ନୂଆବର୍ଷ ପୂର୍ବରୁ ବିଦେଶ ଗସ୍ତ କଲେ ରାହୁଲ ଗାନ୍ଧୀ

author img

By

Published : Dec 30, 2021, 10:04 AM IST

ନୂଆଦିଲ୍ଲୀ: ଇଟାଲୀ ଗସ୍ତରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଦଳର 137ତମ ଫାଉଣ୍ଡେସନ ଦିବସ ପାଳନର ଦିନକ ପରେ ରାହୁଲ ଗାନ୍ଧୀ ବିଦେଶ ଗସ୍ତରେ (Rahul Gandhi foreign visit)ଯାଇଛନ୍ତି । ଏନେଇ ଜାତୀୟ କଂଗ୍ରେସ କମିଟିର ମୁଖପାତ୍ର ରଣଦୀପ ସୁରଜେୱାଲା ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ ରାହୁଲ ଗାନ୍ଧୀ ନିଜର ବ୍ୟକ୍ତିଗତ କାମକୁ ନେଇ ଇଟାଲି ଗସ୍ତରେ ଯାଇଛନ୍ତି। ଏନେଇ ଗଣମାଧ୍ୟମରେ ବିଜେପି ଅନାବଶ୍ୟକ ଗୁଜବ ପ୍ରଚାର କରିବା ଉଚିତ ନୁହେଁ ବୋଲି କହିଛନ୍ତି ମୁଖପାତ୍ର ।

କଂଗ୍ରେସ ସୁତ୍ରରୁ ଜଣାପଡିଛି ଯେ ରାହୁଲ ଗାନ୍ଧୀ ଆସନ୍ତା ଜାନୁଆରୀ ୨ରେ ପଞ୍ଜାବରେ ଏକ ନିର୍ବାଚନୀ ରାଲିକୁ ସମ୍ବୋଧିତ କରିବେ । ଏହା ପୂର୍ବରୁ ସେ ବିଦେଶରୁ ଫେରିବେ ବୋଲି ସୂଚନା ମିଳିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.