ETV Bharat / bharat

ଦେଶର ପ୍ରଧାନମନ୍ତ୍ରୀ ହେବାକୁ ରାହୁଲଙ୍କ ପାଖରେ ଯୋଗ୍ୟତା ଅଛି: ଶତ୍ରୁଘ୍ନ ସିହ୍ନା - ଟିଏମ୍‌ସି ନେତା ଶତ୍ରୁଘ୍ନ ସିହ୍ନା

କଂଗ୍ରେସର ଭାରତ ଯୋଡ଼ ଯାତ୍ରା ନେଇ ଚାରିଆଡ଼େ ଚର୍ଚ୍ଚା । ବିଭିନ୍ନ ନେତା ଭିନ୍ନ ଭିନ୍ନ ମତ ରଖୁଛନ୍ତି । ଏହି କ୍ରମରେ ଅଭିନେତା ତଥା ଟିଏମ୍‌ସି ନେତା ଶତ୍ରୁଘ୍ନ ସିହ୍ନା ଭାରତ ଯୋଡ଼ ଯାତ୍ରାକୁୁ ପ୍ରଶଂସା କରିଛନ୍ତି । ଅଧିକ ପଢ଼ନ୍ତୁ

shatrughan sinha
ଟିଏମ୍‌ସି ନେତା ଶତ୍ରୁଘ୍ନ ସିହ୍ନା
author img

By

Published : Jan 9, 2023, 12:41 PM IST

ନୂଆଦିଲ୍ଲୀ: କଂଗ୍ରେସର ଭାରତ ଯୋଡ଼ ଯାତ୍ରାକୁ ଅଭିନେତା ତଥା ଟିଏମ୍‌ସି ନେତା ଶତ୍ରୁଘ୍ନ ସିହ୍ନାଙ୍କ ପ୍ରଶଂସା । ଭାରତ ଯୋଡ଼ ଯାତ୍ରା ଏକ ଐତିହାସିକ ତଥା ବୈପ୍ଲବିକ ଯାତ୍ରା ବୋଲି କହିଛନ୍ତି ଶତ୍ରୁଘ୍ନ ସିହ୍ନା । କିଛି ଜଣ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଚାହୁଁଛନ୍ତି । କିନ୍ତୁ ରାହୁଲ ସେସବୁ ପଛରେ ପକାଇ ଆଗକୁ ବଢ଼ି ଚାଲିଛନ୍ତି । ରାହୁଲ ଗାନ୍ଧୀ ଦେଶର ପ୍ରଧାନମନ୍ତ୍ରୀ ହେବାର କ୍ଷମତା ଥିବା ଶତ୍ରୁଘ୍ନ ସିହ୍ନା କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Ludhiana court blast: ବିସ୍ଫୋରଣ ପଛରେ ପାକିସ୍ତାନରେ ଥିବା ଶିଖ ଆତଙ୍କୀବାଦୀ ଲଖବୀର ସିଂ

ଲୋକସଭା ସାଂସଦ ଶତ୍ରୁଘ୍ନ ସିହ୍ନା କହିଛନ୍ତି, "କଂଗ୍ରେସ ନେତା ରାହୁଲ ଗାନ୍ଧୀ ଜଣେ ଯୁବ ଆଇକନ ଭାବେ ଉଭା ହୋଇଛନ୍ତି । ପୂର୍ବପେକ୍ଷା ତାଙ୍କ ଭାବମୂର୍ତ୍ତି ସମୂର୍ଣ୍ଣ ବଦଳିଛି । କିଛି ଲୋକ ରାହୁଲ ଗାନ୍ଧୀଙ୍କ ଭାବମୂର୍ତ୍ତିକୁ ନଷ୍ଟ କରିବାକୁ ଉଦ୍ୟମ କରୁଛନ୍ତି । କିନ୍ତୁ ସେ ସଭିଙ୍କ ଉଦ୍ୟମକୁ ବିଫଳ ପ୍ରମାଣିତ କରିଛନ୍ତି ।" ସେ ଆହୁରି ମଧ୍ୟ କହିଛନ୍ତି, ରାହୁଲ ଗାନ୍ଧୀଙ୍କ ପାଖରେ ପ୍ରଧାନମନ୍ତ୍ରୀ ହେବାର ଯୋଗ୍ୟତା ରହିଛି । ଗାନ୍ଧୀ ପରିବାର ପ୍ରଧାନମନ୍ତ୍ରୀ ଭାବେ ଦେଶର ସେବା କରିଛନ୍ତି ଏବଂ ଦେଶର ଅଭିବୃଦ୍ଧିରେ ସହଯୋଗ କରିଛନ୍ତି ।

ସେହିପରି ମମତା ବାନାର୍ଜୀଙ୍କୁ ନେଇ ସେ କହିଛନ୍ତି," 2024ରେ ମମତା ବାନାର୍ଜୀ ଜଣେ ଗେମ ଚେଞ୍ଜର ଭାବେ ଉଭା ହେବେ । ସେ ଜଣେ ଆଇରନ୍‌ ଲେଡି, ବର୍ତ୍ତମାନ ତାଙ୍କୁ କେହି ହାଲୁକା ଭାବେ ନେଇ ପାରିବେ ନାହିଁ । " ଶତ୍ରୁଘ୍ନ ସିହ୍ନା ଭାରତ ଯୋଡ଼ ଯାତ୍ରାକୁ ଏଲ.କେ ଆଡଭାନୀଙ୍କ ରଥ ଯାତ୍ରା ଓ ପୂର୍ବତନ ପ୍ରଧାନମନ୍ତ୍ରୀ ଚନ୍ଦ୍ରଶେଖରଙ୍କ ଯାତ୍ରା ସହ ତୁଳନା କରିଛନ୍ତି । 2024 ସାଧାରଣ ନିର୍ବାଚନରେ ଭାରତ ଯୋଡ଼ ଯାତ୍ରାର ପ୍ରଭାବ ପଡ଼ିବ ବୋଲି ସେ କହିଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: Vande Bharat Express: ପଶ୍ଚିମବଙ୍ଗରେ ୩ୟ ଥର ଲାଗି ଟ୍ରେନ ଉପରେ ପଥର ମାଡ଼

ସୂଚନା ଥାଉକି, ସେପ୍ଟେମ୍ବର 7ରୁ କନ୍ୟାକୁମାରୀରୁ ଆରମ୍ଭ ହୋଇଥିବା କଂଗ୍ରେସର ଭାରତ ଯୋଡ଼ ଯାତ୍ରା ହରିୟାଣାରେ ପହଞ୍ଚିଛି । ବର୍ତ୍ତମାନ ସୁଦ୍ଧା ତାମିଲନାଡୁ, କେରଳ, କର୍ଣ୍ଣାଟକ, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନ, ହରିୟାଣା ପରେ ଉତ୍ତରପ୍ରଦେଶରେ ପହଞ୍ଚିଛି । ଏହାପରେ ପଞ୍ଜାବ ଓ ଜମ୍ମୁ କାଶ୍ମୀର ଯାତ୍ରା କରି ଭାରତ ଯୋଡ଼ ଯାତ୍ରା ଶେଷ ହେବ । ଜାନୁଆରୀ 26ରୁ କଂଗ୍ରେସର ହାତ ସେ ହାତ ଯୋଡ଼ ଅଭିଯାନ ଆରମ୍ଭ ହେବ । 2024 ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି କଂଗ୍ରେସ 150 ଦିନିଆ ଭାରତ ଯୋଡ଼ ଯାତ୍ରା ଆରମ୍ଭ କରିଛି । ଏଥିରେ 10 ରାଜ୍ୟ ଓ 2 କେନ୍ଦ୍ର ଶାସିତ ଅଞ୍ଚଳ ପରିକ୍ରମା କରୁଛି କଂଗ୍ରେସ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.