ETV Bharat / bharat

ସଂସଦରେ ରାହୁଲଙ୍କ ପରିବାର ନିୟୋଜନ ସ୍ଳୋଗାନ: 'ଆମେ ଦୁଇ ଆମର ଦୁଇ ଚଳାଉଛନ୍ତି ଦେଶ'

ଲୋକସଭାରେ ନିଜର ବିବୃତ୍ତି ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏପରି କି ନିଜ ସମ୍ବୋଧନରେ ପୁରୁଣା ପରିବାର ନିୟୋଜନ ସ୍ଳୋଗାନ ଦେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ । ଅଧିକ ପଢନ୍ତୁ...

author img

By

Published : Feb 11, 2021, 7:35 PM IST

ସଂସଦରେ ରାହୁଲଙ୍କ ପରିବାର ନିୟୋଜନ ସ୍ଳୋଗାନ; 'ଆମେ ଦୁଇ ଆମର ଦୁଇ ଚଳାଉଛନ୍ତି ଦେଶ'

ନୂଆଦିଲ୍ଲୀ: ସଂସଦରେ ଜାରି ରହିଛି ବଜେଟ ଅଧିବେଶନ । ରାଷ୍ଟ୍ରପତିଙ୍କ ଅଭିଭାଷଣ ଉପରେ ଧନ୍ୟବାଦ ଚର୍ଚ୍ଚା ନେଇ ହେଉଛି ଆଲୋଚନା । ଏହାରି ଭିତରେ ବଜେଟ ଆଉ ରାଷ୍ଟ୍ରପତିଙ୍କ ଅଭିଭାଷଣ ଚର୍ଚ୍ଚାରୁ ବାହାରି ଅନ୍ୟ ବିଷୟ ଉପରେ ଲୋକସଭାରେ ନିଜର ବିବୃତ୍ତି ରଖିଛନ୍ତି କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ । ଏପରି କି ନିଜ ସମ୍ବୋଧନରେ ପୁରୁଣା ପରିବାର ନିୟୋଜନ ସ୍ଳୋଗାନ ଦେଇ ମୋଦି ସରକାରଙ୍କୁ ଘେରିଛନ୍ତି ରାହୁଲ ।

ଲୋକସଭାରେ ନିଜ ବିବୃତ୍ତି ରଖିବା ସମୟରେ ପୁରୁଣା ପରିବାର ନିୟୋଜନ ସ୍ଳୋଗାନ 'ଆମେ ଦୁଇ ଆମର ଦୁଇ' ଉଠାଇଥିଲେ । ଦେଶକୁ 4 ଜଣ ଚଳାଉଥିବା କହିଛନ୍ତି କଂଗ୍ରେସ ନେତା ରାହୁଲ ।

ୱାୟନାଡ ସାଂସଦ ରାହୁଲ ଗାନ୍ଧୀ ଲୋକସଭାରେ ସମ୍ବୋଧନ ଦେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, ପ୍ରଥମ କୃଷି ଆଇନ ମିଡିଆକୁ ସମାପ୍ତ କରିବା ପାଇଁ ଉଦ୍ଦିଷ୍ଟ । ଦ୍ବିତୀୟ କୃଷି ଆଇନରେ ଉଦ୍ୟୋଗପତି ଯେତେ ଚାହିଁବେ ଶସ୍ୟ, ଫଳ ଓ ପନିପରିବା ସଂରକ୍ଷଣ କରିପାରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହା ଅନାବଶ୍ୟକ ମହଜୁଦ ବୃଦ୍ଧି କରିବ । ସେହିପରି ତୃତୀୟ ଆଇନରେ ଯେବେ ଚାଷୀ ଉଦ୍ୟୋଗପତିଙ୍କ ସାମ୍ନାରେ ଯାଇ ପନିପରିବା ଓ ଶସ୍ୟର ଉଚିତ ମୂଲ୍ୟ ମାଗିବେ, ସେତେବେଳେ ତାଙ୍କୁ ଅଦାଲତର ଦ୍ବାରସ୍ତ ହେବାକୁ ଦିଆଯିବ ନାହିଁ ବୋଲି ଅଭିଯୋଗ ଆଣିଛନ୍ତି ରାହୁଲ ।

ବଜେଟ ଆଲୋଚନାରେ ରାହୁଲଙ୍କ ଏପରି ବିବୃତ୍ତି ବିରୋଧରେ ସ୍ବର ଉଠାଇଥିଲେ ବିଜେପି ସାଂସଦ । ହେଲେ ରାହୁଲ ଚୁପ ନ ରହି କହିଚାଲିଥିଲେ । ତେବେ 3ଟି କୃଷି ଆଇନକୁ ସରକାରଙ୍କୁ ପ୍ରତ୍ୟାହାର କରିବାକୁ ହେବ ବୋଲି ଜୋର ଦେଇ କହିଛନ୍ତି ରାହୁଲ ଗାନ୍ଧୀ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.