ETV Bharat / bharat

Opposition Meet: ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପଚାରିଲେ ପ୍ରଧାନମନ୍ତ୍ରୀ କାହିଁକି ନିରବ ?

author img

By ETV Bharat Odisha Team

Published : Aug 31, 2023, 7:01 PM IST

Updated : Aug 31, 2023, 7:10 PM IST

ବମ୍ବେର ବିରୋଧୀ ମେଣ୍ଟ ସମ୍ମିଳନୀ ପୂର୍ବରୁ ଆଦାନୀ ପ୍ରସଙ୍ଗ ଉଠାଇ କେନ୍ଦ୍ର ଓ ପ୍ରଧାନମନ୍ତ୍ରୀଙ୍କ ଉପରେ ବର୍ଷିଲେ ରାହୁଲ । କହିଲେ ପ୍ରଧାନମନ୍ତ୍ରୀ ନୀରବ । ହେଉ ଜେପିସି ତଦନ୍ତ । ଅଧିକ ପଢନ୍ତୁ

ଆଦାନୀ ପ୍ରସଙ୍ଗ ଉଠାଇଲେ ରାହୁଲ, ପ୍ରଧାନମନ୍ତ୍ରୀ କାହିଁକି ନିରବ କଲେ ପ୍ରଶ୍ନ

ମୁମ୍ବାଇ: ମୁମ୍ବାଇରେ ଆଜି ସଂଧ୍ୟାରୁ ଆରମ୍ଭ ହେବାକୁ ଯାଉଛି ବିରୋଧୀ ‘ଇଣ୍ଡିଆ’ ମେଣ୍ଟର ତୃତୀୟ ସମ୍ମିଳନୀ । ଏହା ପୂର୍ବରୁ ପ୍ରାୟ ସମସ୍ତ ମେଣ୍ଟ ସହଯୋଗୀ ଦଳର ନେତା ମୁମ୍ବାଇରେ ପହଞ୍ଚି ସାରିଛନ୍ତି । ବୈଠକ ଆରମ୍ଭ ହେବା ପୂର୍ବରୁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ହିଣ୍ଡନବର୍ଗ ରିପୋର୍ଟ ଓ ଆଦାନୀ ଷ୍ଟକ୍‌ କ୍ରାସ୍‌ ପ୍ରସଙ୍ଗ ଉଠାଇ ପ୍ରଧନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଭାରତୀୟ ଜନତା ପାର୍ଟି ଉପରେ ବର୍ଷିଛନ୍ତି । ଜଣେ ବ୍ୟକ୍ତି ଦେଶର ସବୁକିଛି କିଣିବାରେ ଲାଗିଛନ୍ତି । ଏହି ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ ଆରମ୍ଭରୁ ନୀରବତା ଧାରଣ କରିଛନ୍ତି । କୌଣସି ପ୍ରତିକ୍ରିୟା ରଖୁନାହାନ୍ତି ବୋଲି ରାହୁଲ କହିଛନ୍ତି । ଏହା ସହ ପୂର୍ବଭଳି ସେ ଯୁଗ୍ମ ସଂସଦୀୟ କମିଟି ଗଠନ କରି ମାମଲାର ତଦନ୍ତ କରିବାକୁ ମଧ୍ୟ ଦାବି କରିଛନ୍ତି ।

ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ ଆଜି ସଂଧ୍ୟାରେ ରାହୁଲ ପ୍ରେସମିଟ କରିଛନ୍ତି । କହିଛନ୍ତି, ଆଦାନୀଙ୍କୁ ଦେଶର ସବୁକିଛି ପ୍ରଦାନ କରାଯାଇଛି । ସେ ମୁମ୍ବାଇ ଏୟାରପୋର୍ଟଠାରୁ ଆରମ୍ଭ କରି ଧରାବୀ ପର୍ଯ୍ୟନ୍ତ ସମସ୍ତ କାର୍ଯ୍ୟ ହାତେଇ ସାରିଲେଣି । ପ୍ରଧାନମନ୍ତ୍ରୀଙ୍କ ବିଦେଶ ଗସ୍ତ ସମୟରେ ସେ ମଧ୍ୟ ବିଦେଶ ଯାଉଛନ୍ତି । ଦେଶରେ ଜଣେ ଲୋକ ସବୁ କିଛି କିଣିବାରେ ଲାଗିଛି । ହିଣ୍ଡନବର୍ଗ ରିପୋର୍ଟ ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀ କାହିଁକି ନୀରବ ।

ଆଜି ସଂଧ୍ୟାରେ ଆଉ କିଛି ସମୟ ମଧ୍ୟରେ ମୁମ୍ବାଇରେ ବିରୋଧୀ ମେଣ୍ଟ ବୈଠକ ଆରମ୍ଭ ହେବାକୁ ଯାଉଛି । କଂଗ୍ରେସ ପକ୍ଷରୁ ମଲ୍ଲିକାର୍ଜୁନ ଖଡ୍‌ଗେ, ସୋନିଆ ଗାନ୍ଧୀ, ରାହୁଲ ଗାନ୍ଧୀ ସାମିଲ ହେଉଛନ୍ତି । ଶରଦ ପାଓ୍ବାର, ମମତା ବାନାର୍ଜୀ, ଅରବିନ୍ଦ କେଜ୍ରିଓ୍ବାଲ୍‌, ଲାଲୁ ଯାଦବ, ନୀତିଶ କୁମାରଙ୍କ ସମେତ ତମାମ ବିରୋଧୀ ଦଳ ନେତାମାନେ ପହଞ୍ଚି ସାରିଛନ୍ତି । ଆଜି ବୈଠକରେ ମେଣ୍ଟର ଲୋଗୋ, ଏଜେଣ୍ଡା ସମ୍ପର୍କରେ ଆଲୋଚନା ହେବା ନେଇ ସୂଚନା ମିଳିଛି । ସେହିପରି ସହଯୋଗୀ ପାର୍ଟି ମଧ୍ୟରେ ଆସନ ଆବଣ୍ଟନ ବୁଝାମଣା, ସମନ୍ବୟ ପାଇଁ କମିଟି ଗଠନ ଓ ମେଣ୍ଟ ଆବାହକ ଘୋଷଣା କରାଯିବା ନେଇ ମଧ୍ୟ ଆଶା ରଖାଯାଇଛି । ଆଜି ସଂଧ୍ୟାରେ ଆରମ୍ଭ ହେବାକୁ ଯାଉଥିବା ବୈଠକ ଆସନ୍ତାକାଲି ମଧ୍ୟ ଜାରି ରହିବ । ଆସନ୍ତାକାଲି ସଂଧ୍ୟାରେ ଏହି ଦୁଇଦିନିଆ ତୃତୀୟ ସମ୍ମିଳନୀ ଶେଷ ହେବା ପରେ ମେଣ୍ଟ ପ୍ରେସ୍‌ମିଟ୍‌ କରି କିଛି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିପାରେ ।

ଏହା ମଧ୍ୟ ପଢନ୍ତୁ :- ବଢିଲା ଆଗୁଆ ନିର୍ବାଚନ ସମ୍ଭାବନା, 18ରୁ ସଂସଦର ସ୍ବତନ୍ତ୍ର ଅଧିବେଶନ

ଅନ୍ୟପଟେ ବିରୋଧୀ 2024 ସାଧାରଣ ନିର୍ବାଚନରେ ବିଜେପି ବିରୋଧରେ ମିଳିତ ଲଢେଇ ପାଇଁ ଅଣ୍ଟା ଭିଡୁଥିବା ବେଳେ ଆସନ୍ତା 18 ରୁ ସଂସଦ ସ୍ବତନ୍ତ୍ର ଅଧିବେଶନ ଆହ୍ବାନ କରିଛନ୍ତି କେନ୍ଦ୍ର ସରକାର । ଆଗୁଆ ନିର୍ବାଚନ କିମ୍ବା ଗୁରୁତ୍ବପୂର୍ଣ୍ଣ ବିଲ୍‌ ଆଣିବା ପାଇଁ କେନ୍ଦ୍ର ଏହି ଯୋଜନା ରଖିଛି ବୋଲି ଚର୍ଚ୍ଚା ହେଲାଣି । ଆଜି ବିରୋଧୀ ମେଳିରେ 28ଟି ପାର୍ଟିରୁ ପ୍ରାୟ 63 ଜଣ ନେତା ସାମିଲ ହେବା ନେଇ ମେଣ୍ଟ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 31, 2023, 7:10 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.