ETV Bharat / bharat

ତାମିଲନାଡୁରେ ଭାଷା କାର୍ଡ ଖେଳିଲେ ରାହୁଲ

author img

By

Published : Jan 25, 2021, 7:59 PM IST

ତାମିଲନାଡୁରେ ତାମିଲ କାର୍ଡ ଖେଳିଲେ ରାହୁଲ ଗାନ୍ଧୀ । ମୋଦି ସରକାରକୁ କଲେ ଟାର୍ଗେଟ । ଅଧିକ ପଢନ୍ତୁ...

ରାହୁଲ
ରାହୁଲ

ଚେନ୍ନାଇ: ପାଖେଇ ଆସୁଛି ତାମିଲନାଡୁ ବିଧାନସଭା ନିର୍ବାଚନ । କ୍ଷମତା ଦଖଲ କରିବା ପାଇଁ ଆରମ୍ଭ ହୋଇଯାଇଛି କସରତ । କଂଗ୍ରେସ ଡିଏମକେକୁ ଧରି ନିର୍ବାଚନ ବୈତରଣୀ ପାର ହେବାକୁ ବସିଥିବାବେଳେ ବିଜେପି ଏଆଇଏଡିଏମକେ ସହ ମେଣ୍ଟ କରିପାରେ ବୋଲି ଚର୍ଚ୍ଚା ହେଉଛି । ତେବେ ଏସବୁ ଭିତରେ କଂଗ୍ରେସର ପୂର୍ବତନ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ତାମିଲନାଡୁ ଗସ୍ତରେ ଆସି ରାଜ୍ୟର ଏଆଇଡଏଡିଏମକେ ସରକାର ଓ କେନ୍ଦ୍ରର ବିଜେପି ସରକାର ଉପରେ ବର୍ଷିଛନ୍ତି ।

କେନ୍ଦ୍ର ସରକାରକୁ ଟାର୍ଗେଟ କରିବା ସହ ଭାଷା କାର୍ଡ ଖେଳି ଜନତାଙ୍କ ମନ ଜିଣିବାକୁ ପ୍ରୟାସ କରିଛନ୍ତି ରାହୁଲ । ପ୍ରଧାନମନ୍ତ୍ରୀ ଗୋଟିଏ ଭାଷା, ଗୋଟିଏ ସଂସ୍କୃତି ଓ ଗୋଟିଏ ଦେଶ କଥା କହୁଥିବା ଦର୍ଶାଇବା ସହ ତାମିଲ ଭାରତୀୟ ଭାଷା ନୁହେଁ କି ବୋଲି ପ୍ରଶ୍ନ କରିଛନ୍ତି । ଏହା ସହ କଣ ତାମିଲ ଇତିହାସ ଭାରତୀୟ ଇତିହାସ ନୁହେଁ ବୋଲି ମଧ୍ୟ ସେ ପ୍ରଶ୍ନ ପଚାରିଛନ୍ତି ।

ସେହିପରି ସମସ୍ତ ଅଣ ବିଜେପି ଶାସିତ ରାଜ୍ୟରେ କେନ୍ଦ୍ର ସରକାର ଇଡି ଓ ସିବିଆଇର ଭୟ ଦେଖାଉଛନ୍ତି । କିନ୍ତୁ ତାମିଲନାଡୁରେ କାହିଁକି ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ତଦନ୍ତ ହେଉନାହିଁ । ମୁଖ୍ୟମନ୍ତ୍ରୀ, ପ୍ରଧାନମନ୍ତ୍ରୀଙ୍କୁ କଣ ଦେଇଛନ୍ତି । ଏହା ମୁଖ୍ୟ ପ୍ରଶ୍ନ ବୋଲି ମଧ୍ୟ ରାହୁଲ କହିଛନ୍ତି ।

ଅନ୍ୟପଟେ ତାମିଲନାଡୁ ସରକାରଙ୍କ ରିମୋର୍ଟ ମୋଦିଙ୍କ ପାଖରେ ରହିଛି । ହେଲେ ଜନତା ଏଥର ରିମୋର୍ଟରୁ ବ୍ୟାଟେରୀ କାଢି ଦେବେ ଓ ଫିଙ୍ଗିଦେବେ ବୋଲି ରାହୁଲ ଦୃଢୋକ୍ତି ପ୍ରକାଶ କରିଛନ୍ତି । ତାମିଲନାଡୁରେ ହେବାକୁ ଥିବା ଆଗାମୀ ବିଧାନସଭା ନିର୍ବାଚନରେ କଂଗ୍ରେସ ଓ ଡିଏମକେ ମେଣ୍ଟ ବିଜୟ ଲାଭ କରିବାର ଆଶା ରଖିଛି ।

ଲୋକସଭାରେ ଡିଏମକେ, କଂଗ୍ରେସ ଓ ସିପିଆଇଏମ ମେଣ୍ଟ 39 ଆସନରୁ 38 ଟିରେ ଜୟଯୁକ୍ତ ହୋଇଥିବାରୁ ବିଧାନସଭାରେ ଡିଏମକେ ଓ କଂଗ୍ରେସ ସରକାର ଗଢିବେ ବୋଲି ଆଶା ବାନ୍ଧିଛନ୍ତି । ସେହିପରି ରାଜ୍ୟସରକାର ବିରୋଧରେ ଥିବା ବିରୋଧାଭାଷ କଂଗ୍ରେସ ଓ ଡିଏମକେକୁ ସୁହାଇବ ବୋଲି କୁହାଯାଉଛି ।

ସୂଚନାଥାଉକି, କଂଗ୍ରେସ ଏଠାରେ ଜିତିବା ପାଇଁ ସମସ୍ତ ରଣନୀତି ପ୍ରସ୍ତୁତ କରିଛି । ରାହୁଲ ଗାନ୍ଧୀ 10 ଦିନିଆ ଦକ୍ଷିଣଭାରତ ଗସ୍ତରେ ଥିବାବେଳେ ଫେବୃଆରୀରେ ପୁଣି ଥରେ ଆସିପାରନ୍ତି ବୋଲି ମଧ୍ୟ ଚର୍ଚ୍ଚା ହେଉଛି ।

@IANS

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.