ETV Bharat / bharat

ଆସାମରେ ସବୁଠୁ ଭ୍ରଷ୍ଟ ସରକାର: ରାହୁଲ ଗାନ୍ଧୀ

Bharat Jodo Nyay Yatra Enters Assam: ଭାରତ ଯୋଡ଼ ନ୍ୟାୟ ଯାତ୍ରାରେ ବର୍ଷିଲେ ରାହୁଲ । ଆସାମରେ ସବୁଠାରୁ ଭ୍ରଷ୍ଟ ସରକାର ବୋଲି କହିଲେ କଂଗ୍ରେସ ଯୁବରାଜ । ଅଧିକ ପଢ଼ନ୍ତୁ

author img

By ETV Bharat Odisha Team

Published : Jan 18, 2024, 1:30 PM IST

Bharat Jodo Nyay Yatra Enters Assam
ଆସାମରେ ସବୁଠାରୁ ଭ୍ରଷ୍ଟ ସରକାର

ଗୌହାଟୀ: ରାହୁଲଙ୍କ ଭାରତ ଯୋଡ଼ ନ୍ୟାୟ ଯାତ୍ରାର ଆଜି ପଞ୍ଚମ ଦିନ । କଂଗ୍ରେସର ଭାରତ ଯୋଡ଼ ନ୍ୟାୟ ଯାତ୍ରା ଆଜି ନାଗାଲାଣ୍ଡରୁ ଆସାମରେ ପହଞ୍ଚିଛି। ଶିବସାଗର ଜିଲ୍ଲାରୁ ଆରମ୍ଭ ହୋଇ ଏହି ଯାତ୍ରା ଆସାମର 17ଟି ଜିଲ୍ଲା ଅତିକ୍ରମ କରିବ । ଆାସମରେ ସମୁଦାୟ 833 କିମିର ଯାତ୍ରା ରହିବ । ଏହି ସମୟରେ ରାହୁଲ ଗାନ୍ଧୀ, ଆସାମ ମୁଖ୍ୟମନ୍ତ୍ରୀ ହେମନ୍ତ ବିଶ୍ବଶର୍ମା ଏବଂ ତାଙ୍କ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ଭାରତର ସବୁଠାରୁ ଦୁର୍ନୀତିଗସ୍ତ ସରକାର ବୋଧହୁଏ ଆସାମରେ ରହିଛନ୍ତି ବୋଲି ଜନସାଧାରଣଙ୍କୁ ସମ୍ବୋଧିତ କରି କହିଛନ୍ତି ରାହୁଲ ।

ଭାରତ ଯୋଡ଼ ନ୍ୟାୟ ଯାତ୍ରା ନାଗାଲାଣ୍ଡରୁ ଆସାମରେ ପହଞ୍ଚିବା ପରେ ବିରୋଧୀଙ୍କ ଉପରେ ବର୍ଷିଛନ୍ତି ରାହୁଲ ଗାନ୍ଧୀ । ଭାଜପା ଏବଂ ଆରଏସସ ସହ ପ୍ରଧାନମନ୍ତ୍ରୀଙ୍କୁ ସିଧାସଳଖ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, "ମଣିପୁରରେ ଗୃହଯୁଦ୍ଧ ଭଳି ସ୍ଥିତି ରହିଛି । ରାଜ୍ୟ ବିଭାଜିତ ହେବାର ସୀମାରେ ପହଞ୍ଚିଛି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବର୍ତ୍ତମାନ ସୁଦ୍ଧା ଘଟଣାସ୍ଥଳକୁ ଯାଇ ନାହାନ୍ତି । ଭାଜପା ଏବଂ ଆରଏସଏସ ଘୃଣାଭାବ ପ୍ରସାର କରୁଛନ୍ତି । ଏହାଦ୍ବାରା ସେ ଜନସାଧାରଣଙ୍କର ଟଙ୍କା ମଧ୍ୟ ଲୁଟ କରୁଛନ୍ତି । ଜନସାଧାରଣଙ୍କ ଟଙ୍କା ଲୁଟିବା ଏବଂ ଦେଶକୁ ଶୋଷଣ କରିବା ସେମାନଙ୍କର ପ୍ରମୁଖ ଲକ୍ଷ୍ୟ । ପ୍ରଧାନମନ୍ତ୍ରୀ ଲାଗାଲାଣ୍ଡରେ ମଧ୍ୟ ବଡ ପ୍ରତିଶୃତି ଦେଇଥିଲେ। ରୂପରେଖରେ ପରିବର୍ତ୍ତନ ପାଇଁ 9 ବର୍ଷ ପୂର୍ବେ ଏକ ଚୁକ୍ତିନାମା ସ୍ବାକ୍ଷରିତ କରିଥିଲେ । ତେବେ ସେହି ଚୁକ୍ତିନାମା କଣ ହେଲା ବୋଲି ନାଗାଲାଣ୍ଡବାସୀ ଆଜି ପ୍ରଶ୍ନ କରୁଛନ୍ତି ।"

ଏହା ମଧ୍ୟ ପଢନ୍ତୁ: ଆଜିଠୁ ରାହୁଲଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା, 15 ରାଜ୍ୟ ଦେଇ କରିବ ଅତିକ୍ରମ

ପ୍ରକାଶଥାଉକି, ଭାରତ ଯୋଡ଼ ନ୍ୟାୟ ଯାତ୍ରା ଗତ 14 ତାରିଖରୁ ହିଂସା ପ୍ରଭାବିତ ମଣିପୁରର ଥୋବଲରୁ ଆରମ୍ଭ ହୋଇଥିବା ବେଳେ ଆସନ୍ତା ମାର୍ଚ୍ଚ 20 ତାରିଖରେ ମୁମ୍ବାଇରେ ଶେଷ ହେବ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କର ନେତୃତ୍ବରେ ଆରମ୍ଭ ହୋଇଥିବା ଏହି ଭାରତ ଯୋଡ଼ ନ୍ୟାୟ ଯାତ୍ରା 15ଟି ରାଜ୍ୟର 110 ଜିଲ୍ଲା ଦେଇ ଅତିକ୍ରମ କରିବ । ଭାରତ ଯୋଡ଼ ନ୍ୟାୟ ଯାତ୍ରା ମଣିପୁର, ନାଗାଲାଣ୍ଡ, ଆସାମ, ମେଘାଳୟ, ଅରୁଣାଚଳ ପ୍ରଦେଶ, ପଶ୍ଚିମବଙ୍ଗ, ବିହାର, ଝାଡ଼ଖଣ୍ଡ, ଓଡ଼ିଶା, ଉତ୍ତରପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଗୁଜରାଟ ଦେଇ ମହାରାଷ୍ଟ୍ରରେ ପହଞ୍ଚିବ । ଏହି ସମୟରେ ରାହୁଲ ଗାନ୍ଧୀ ବିଭିନ୍ନ ସ୍ଥାନରେ ଲୋକମାନଙ୍କ ସହ ଆଲୋଚନା କରିବା ସହ ଜନସାଧାରଣଙ୍କୁ ସମ୍ବୋଧିତ କରିବେ । ଆଜି ଯାତ୍ରାର ପଞ୍ଚମ ଦିନ ହୋଇଥିବା ବେଳେ, ଆଜି ଏହି ଯାତ୍ରା ଆସାମରେ ପହଞ୍ଚିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.