ETV Bharat / bharat

Rahul Bhat Killing: ସରକାରୀ ଚାକିରି ଛାଡିଲେ 350 କାଶ୍ମୀର ପଣ୍ଡିତ

author img

By

Published : May 14, 2022, 9:05 AM IST

କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟା ମାମଲା । ରାହୁଲଙ୍କୁ ହତ୍ୟା ପ୍ରତିବାଦରେ ଚାକିରି ଛାଡିଲେ 350 ଜଣ ସରକାରୀ କର୍ମଚାରୀ । ଅଧିକ ପଢନ୍ତୁ

Rahul Bhat Killing: ସରକାରୀ ଚାକିରି ଛାଡିଲେ 350 କାଶ୍ମୀର ପଣ୍ଡିତ
Rahul Bhat Killing: ସରକାରୀ ଚାକିରି ଛାଡିଲେ 350 କାଶ୍ମୀର ପଣ୍ଡିତ

ଶ୍ରୀନଗର: କାଶ୍ମୀର ପଣ୍ଡିତ ରାହୁଲ ଭଟ୍ଟଙ୍କ ହତ୍ୟାକୁ (Rahul Bhat Killing) ନେଇ ବିକ୍ଷୋଭ ତେଜିବାରେ ଲାଗିଛି । ତହସିଲ ଅଫିସରେ କର୍ମଚାରୀ ଥିବା ରାହୁଲଙ୍କ ହତ୍ୟା ପ୍ରତିବାଦରେ କାଶ୍ମୀର ଘାଟିରେ ପ୍ରାୟ 350 ଜଣ କାଶ୍ମୀର ପଣ୍ଡିତ ନିଜ ସରକାରୀ ଚାକିରିରୁ ଇସ୍ତଫା ଦେଇଛନ୍ତି । ସେମାନେ ତାଙ୍କ ଇସ୍ତଫା ପତ୍ର ଜାମ୍ମୁ-କାଶ୍ମୀରର ଉପ-ରାଜ୍ୟପାଳ ମନୋଜ ସିହ୍ନାଙ୍କ ନିକଟକୁ ପଠାଇଛନ୍ତି । ରାହୁଲଙ୍କ ହତ୍ୟା ପରେ କାଶ୍ମୀର ପଣ୍ଡିତମାନେ ନିଜକୁ ସୁରକ୍ଷିତ ମଣୁନଥିବା କହିଛନ୍ତି ।

ଗୁରୁବାର ସନ୍ଧ୍ୟାରେ ରାହୁଲ ଭଟ୍ଟଙ୍କୁ ହତ୍ୟା କରାଯାଇଥିଲା । ଆତଙ୍କବାଦୀମାନେ ବଡଗାମ ଜିଲ୍ଲା ଚାଦୂରାରେ(Chadoora) ଥିବା ତହସିଲ ଅଫିସରେ ପଶି କାଶ୍ମର ପଣ୍ଡିତ ରାହୁଲଙ୍କ ଗୁଳି କରିଥିଲେ । ଗୁରୁତର ଅବସ୍ଥାରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ବେଳେ ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହାକୁ ନେଇ କାଶ୍ମୀର ପଣ୍ଡିତଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସେମାନେ କେନ୍ଦ୍ର ସରକାର ଏବଂ ସ୍ଥାନୀୟ ପ୍ରଶାସନକୁ ସମାଲୋଚନା କରିଛନ୍ତି ।

ଗତକାଲି(ଶୁକ୍ରବାର) ବିକ୍ଷୋଭକାରୀମାନେ ଶ୍ରୀନଗର ଏୟାରପୋର୍ଟ ରାସ୍ତା ଅବରୋଧ କରିବା ସହ BJP ବିରୋଧରେ ନାରାବାଜି ଦେଇଥିଲେ । ସେମାନଙ୍କୁ ସରକାର ସୁରକ୍ଷା ପ୍ରଦାନ ନ କଲେ ଚାକିରୀରୁ ସମୂହ ଇସ୍ତଫା ଦେବେ ବୋଲି ଧମକ ଦେଇଥିବା ବେଳେ ପ୍ରାୟ 350 ପଣ୍ଡିତ ଉପ-ରାଜ୍ୟପାଳଙ୍କ ନିକଟକୁ ନିଜ ଇସ୍ତଫା ପତ୍ର ପଠାଇଛନ୍ତି । ଅନ୍ୟପଟେ ଜାମ୍ମୁ-କାଶ୍ମୀର ସରକାର ରାହୁଲଙ୍କ ହତ୍ୟାର ତଦନ୍ତ ପାଇଁ SIT ଗଠନ କରିଛନ୍ତି । ଉପ-ରାଜ୍ୟପାଳ ମନୋଜ ସିହ୍ନା ଦୁଃଖ ପ୍ରକାଶ କରିବା ସହ, ଜାମ୍ମୁ-କାଶ୍ମୀର ପ୍ରଶାସନ ରାହୁଲଙ୍କ ପତ୍ନୀଙ୍କୁ ସରକାରୀ ଚାକିରି ଏବଂ ପରିବାରକୁ ଆର୍ଥିକ ସହାୟତା ଯୋଗଇବେ ବୋଲି ଘୋଷଣା କରିଛନ୍ତି । ଏଥିସହ ତାଙ୍କ ଝିଅର ସମସ୍ତ ପଢା ଖର୍ଚ୍ଚ ସରକାର ସରକାର ବହନ କରିବାକୁ ଘୋଷଣା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.