ETV Bharat / bharat

ନିଲମ୍ବନ ପରେ ସୋସିଆଲ ମିଡିଆ ବାୟୋ ବଦଳାଇଲେ ରାଘବ ଚଢା - ରାଘବ ଚଢା ନିଲମ୍ବିତ

ଗତକାଲି ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ଆଜି ସୋସିଆଲ ମିଡିଆ ବାୟୋ ବଦଳାଇଲେ ରାଘବ ଚଢା । ଲେଖିଲେ ‘ନିଲମ୍ବିତ ସାଂସଦ’ । ଅଧିକ ପଢନ୍ତୁ

ନିଲମ୍ବନ ପରେ ସୋସିଆଲ ମିଡିଆ ବାୟୋ ବଦଳାଇଲେ ରାଘବ ଡଢା

author img

By

Published : Aug 12, 2023, 4:21 PM IST

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନର ଅନ୍ତିମ କାର୍ଯ୍ୟ ଦିବସରେ ରାଜ୍ୟସଭାରୁ ନିଲମ୍ବିତ ହେବା ପରେ ନିଜ ସୋସିଆଲ ମିଡିଆ ପ୍ରୋଫାଇଲ ବାୟୋ ବଦଳାଇଛନ୍ତି ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ପୂର୍ବ ପ୍ରୋଫାଇଲରେ ସଂସଦର ସଦସ୍ୟ (ସାଂସଦ) ଉଲ୍ଲେଖ ହୋଇଥିବା ବେଳେ ଏଥିରେ ପରିବର୍ତ୍ତନ କରି ଚଢା ଲେଖିଛନ୍ତି ‘ନିଲମ୍ବିତ ସାଂସଦ’ । ଗତକାଲି (ଶୁକ୍ରବାର) ଆମ୍ ଆଦମୀ ପାର୍ଟିର ରାଜ୍ୟସଭା ସଦସ୍ୟ ରାଘବ ଚଢାଙ୍କୁ ରାଜ୍ୟସଭାରୁ ନିଲମ୍ବିତ କରାଯାଇଥିଲା ।

ନିଲମ୍ବନ ପରେ ସୋସିଆଲ ମିଡିଆ ବାୟୋ ବଦଳାଇଲେ ରାଘବ ଡଢା
ନିଲମ୍ବନ ପରେ ସୋସିଆଲ ମିଡିଆ ବାୟୋ ବଦଳାଇଲେ ରାଘବ ଡଢା

ନକଲି ହସ୍ତାକ୍ଷର ମାମଲାରେ ରାଘବଙ୍କୁ ରାଜ୍ୟସଭା ଅଧ୍ୟକ୍ଷ ତଥା ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ଗତକାଲି (ଶୁକ୍ରାବାର) ନିଲମ୍ବନ କରିଛନ୍ତି । ଏହି ନିଲମ୍ବିତ ଆଦେଶ ସହ ଚଢାଙ୍କ ବିରୋଧରେ ସ୍ବାଧୀକାର ଭଙ୍ଗ ପ୍ରସ୍ତାବ ମଧ୍ୟ ଆଗତ ହୋଇଛି । ଏହାକୁ ସଂସଦର ସ୍ବାଧୀକାର କମିଟିକୁ ମଧ୍ୟ ପଠାଯାଇଛି । କମିଟି ରିପୋର୍ଟ ନଦେବା ପର୍ଯ୍ୟନ୍ତ ସାଂସଦ ଚଢାଙ୍କ ନିଲମ୍ବିତ ଆଦେଶ ବଳବତ୍ତର ରହିବ । ଏହା ପୂର୍ବରୁ ରାଜ୍ୟସଭାରେ ବିଶୃଙ୍ଖଳିତ ଆଚରଣ ପ୍ରଦର୍ଶନ କରିବା ଅଭିଯୋଗରେ ଆମ ଆଦମୀ ପାର୍ଟିର ଅନ୍ୟ ଜଣେ ସାଂସଦ ସଞ୍ଜୟ ସିଂ ମଧ୍ୟ ନିଲମ୍ବିତ ହୋଇଥିଲେ । ଦିଲ୍ଲୀ ଅଧ୍ଯାଦେଶ ବିଲ୍‌ ଆସିବା ପୂର୍ବରୁ ମଣିପୁର ହିଂସା ପ୍ରସଙ୍ଗରେ ପ୍ରଧାନମନ୍ତ୍ରୀଙ୍କ ବିବୃତ୍ତି ଦାବିରେ ଗୃହରେ ନାରାବାଜୀ କରିଥିଲେ ସଞ୍ଜୟ ।

ନିଲମ୍ବନ କାର୍ଯ୍ୟାନୁଷ୍ଠାନ ପରେ ରାଘବ କହିଛନ୍ତି, ‘‘ରାଜ୍ୟସଭାରୁ ମୋର ନିଲମ୍ବନ ଆଜି ଯୁବପିଢି ପଇଁ ଏକ ଦୃଢ ବାର୍ତ୍ତା । ଭାରତୀୟ ଜନତା ପାର୍ଟି ମତେ ନିଲମ୍ବିତ କରି ଏହା ଦର୍ଶାଇବାକୁ ପ୍ରୟାସ କରିଛି ଯେ, ଯଦି ଆପଣ ଏପରି ପ୍ରଶ୍ନ କରିବାର ସାହସ କରିବେ, ତେବେ ଏପରି ଅବସ୍ଥାର ସାମ୍ନା କରିବେ । ସଦନରେ ମୋର ଭାଷଣ ସମୟରେ କଠୋର ପ୍ରଶ୍ନ ପଚାରିବାରୁ ମୋତେ ନିଲମ୍ବିତ କରାଯାଇଛି । କାରଣ ନିଜକୁ ବିଶ୍ବର ସର୍ବବୃହତ୍ତ ଦଳ କହୁଥିବା ଭାରତୀୟ ଜନତା ପାର୍ଟି ନିକଟରେ ମୋର ପ୍ରଶ୍ନର କୌଣସି ଉତ୍ତର ନଥିଲା । ଦିଲ୍ଲୀକୁ ପୂର୍ଣ୍ଣରାଜ୍ୟ ମାନ୍ୟତା ଦେବା ପାଇଁ ସେମାନଙ୍କୁ ବାଜପେୟୀ ଓ ଆଡଭାନୀଙ୍କ ବିଚାରଧାରାକୁ ଅନୁସରଣ କରିବା ପାଇଁ କୁହାଯାଇଥିଲା । ସେମାନେ ସେସବୁ ଭୁଲି ଯାଇଛନ୍ତି ।’’

ଏହା ମଧ୍ୟ ପଢନ୍ତୁ:-Monsoon Session: ରାଜ୍ୟସଭାରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ନିଲମ୍ବିତ ଆପ୍‌ ସାଂସଦ ରାଘବ ଚଢା

ଏହା ପୂର୍ବରୁ ଲୋକସଭାରେ ଅନାସ୍ଥା ଆଲୋଚନାର ଶେଷ ଦିବସରେ ବରିଷ୍ଠ କଂଗ୍ରେସ ନେତା ଅଧୀର ରଞ୍ଜନ ଚୌଧୁରୀଙ୍କୁ ମଧ୍ୟ ନିଲମ୍ବିତ କରାଯାଇଥିଲ । ପ୍ରଧାନମନ୍ତ୍ରୀଙ୍କ ବକ୍ତବ୍ୟ ଶେଷ ପରେ ମୌଖୀକ ଭୋଟିଂ ମାଧ୍ୟମରେ ଏହି ପ୍ରସ୍ତାବ କାଟ ଖାଇଥିଲା । ଏହା ପରେ ସଂସୀଦୟ ବ୍ଯାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଅଧୀର ରଞ୍ଜନ ଚୌଧୁରୀଙ୍କ ନିଲମ୍ବନ ପ୍ରସ୍ତାବ ଆଗତ କରିଥିଲେ । ବାଚସ୍ପତି ଓମ ବିର୍ଲା ଏହାକୁ ଅନୁମୋଦନ କରିବା ପରେ ଅଧୀର ରଞ୍ଜନ ଚୌଧୁରୀ ମଧ୍ୟ ନିଲମ୍ବିତ ହୋଇଥିଲେ । ତେବେ ଗତକାଲି ସଂସଦର ମୌସୁମୀ ଅଧିବେଶନ ଶେଷ ହୋଇଛି । ଆରମ୍ଭରୁ ମଣିପୁର ପ୍ରସଙ୍ଗରେ ହଟ୍ଟଗୋଳ କରିବା ସହ ଏହି ପ୍ରସଙ୍ଗରେ ଅନାସ୍ଥା ମଧ୍ୟ ଆସିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.