ETV Bharat / bharat

ରାଜ୍ୟସଭାରେ ସଞ୍ଜୟଙ୍କ ସ୍ଥାନ ନେଲେ ରାଘବ: ଫ୍ଲୋର ଲିଡର କଲା AAP - ରାଜ୍ୟସଭା ସାଂସଦ ରାଘବ ଚଢା

RS MP Raghav Chadha: ରାଜ୍ୟସଭାରେ ଆମ ଆଦମୀ ପାର୍ଟିର ନେତା ହେଲେ ଯୁବ ସାଂସଦ ରାଘବ ଚଢା । ପୂର୍ବରୁ ଏହି ଦାୟିତ୍ବରେ ଥିବା ସଞ୍ଜୟ ସିଂ ଏବେ ଜେଲରେ । ଅଧିକ ପଢନ୍ତୁ

ସଂଞ୍ଜୟଙ୍କ ପରେ ରାଜ୍ୟସଭାରେ AAP ର ନେତା ହେଲେ ରାଘବ ଚଢା

author img

By ETV Bharat Odisha Team

Published : Dec 16, 2023, 6:25 PM IST

ନୂଆଦିଲ୍ଲୀ: ରାଜ୍ୟସଭାରେ ଆମ ଆଦମୀ ପାର୍ଟି (AAP)ର ଫ୍ଲୋର ଲିଡର ହେଲେ ଯୁବ ସାଂସଦ ରାଘବ ଚଢା । ପୂର୍ବରୁ ଏହି ଦାୟିତ୍ବରେ ଦଳର ଅନ୍ଯତମ ବରିଷ୍ଠ ନେତା ସଞ୍ଜୟ ସିଂ ରହିଥିଲେ । ସେ ଦିଲ୍ଲୀ ଅବକାରୀ ନୀତି ଘୋଟାଲାରେ ସମ୍ପୃକ୍ତି ଅଭିଯୋଗରେ ମନିଲଣ୍ଡ୍ରିଂ ଆକ୍ଟରେ ଗିରଫ ହୋଇ ଏବେ ବିଚାର ବିଭାଗୀୟ ଜେଲରେ ଅଛନ୍ତି । ତାଙ୍କ ସ୍ଥାନରେ ଯୁବ ସାଂସଦ ରାଘବ ଚଢାକୁ ଦଳ ଦାୟିତ୍ବ ଦେଇଛି । ଚଳିତ ଶୀତ ଅଧିବେଶନରେ ସାଂସଦ ରାଘବ ଚଢାଙ୍କ ଉପରୁ ନିଲମ୍ବନ ହଟାଇଥିଲେ ଉପରାଷ୍ଟ୍ରପତି ।

ଦଳ ଏହି ନିଷ୍ପତ୍ତି ସମ୍ପର୍କରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦ୍ବୀପ ଧନଖଡଙ୍କୁ ଲେଖିଥିବା ଚିଠିରେ ଉଲ୍ଲେଖ କରିଛି ଯେ, ସଞ୍ଜୟ ସିଂଙ୍କ ଅନୁପସ୍ଥିତିରେ ରାଘବ ରାଜ୍ୟସଭାରେ ଦଳର ନେତା ଭାବେ ଚୟନ ହୋଇଛନ୍ତି । ସଞ୍ଜୟଙ୍କର ସ୍ବାସ୍ଥ୍ୟଗତ ସମସ୍ୟା ମଧ୍ୟ ରହିଥିବା ଦଳ ଚିଠିରେ ଉଲ୍ଲେଖ କରିଛି । ତେବେ ରାଜ୍ୟସଭା ସଚିବାଳୟ ଆମ ଆଦମୀ ପାର୍ଟି ପକ୍ଷରୁ ଲେଖାଯାଇଥିବା ଚିଠିକୁ ଗ୍ରହଣ କରିଛନ୍ତି ।

ରାଜ୍ୟସଭାରେ 4ର୍ଥ ବୃହତ୍ତମ ଦଳ AAP:-

ଉଚ୍ଚସଦନ ରାଜ୍ୟସଭାରେ ଆମ ଆଦମୀ ପାର୍ଟି (ଆପ)ର 10 ସାଂସଦ ରହିଛନ୍ତି । ସେମାନଙ୍କ ମଧ୍ୟରୁ ରାଘବ ଚଢା ସର୍ବକନିଷ୍ଠ ସାଂସଦ । କେବଳ ଦଳୀୟ ନୁହେଁ ବରଂ ସମଗ୍ର ଗୃହରେ ତରୁଣ ସାଂସଦମାନଙ୍କ ମଧ୍ୟରୁ ଅନ୍ୟତମ ହେଉଛନ୍ତି ରାଘବ । ଆମ ଆଦମୀ ପାର୍ଟି ରାଜ୍ୟସଭାରେ 4ର୍ଥ ବୃହତ୍ତମ ଦଳ । ସଂଖ୍ୟା ଆଧାରରେ ପ୍ରଥମରେ ଶାସକ ବିଜେପି ଥିବା ବେଳେ ଏହା ପଛକୁ କ୍ରମାନ୍ବୟରେ କଂଗ୍ରେସ ଓ ମମତାଙ୍କ ତୃଣମୂଳ କଂଗ୍ରେସ (ଟିଏମସି) ରହିଛି । ଏହା ପଛକୁ 10 ସାଂସଦଙ୍କ ସହ 4ର୍ଥ ସ୍ଥାନରେ କେଜ୍ରିଓ୍ବାଲଙ୍କ ଆମ ଆଦମୀ ପାର୍ଟି (ଆପ) ରହିଛି ।

ଏହା ମଧ୍ୟ ପଢନ୍ତୁ :- ମହିଳାଙ୍କୁ ଉଲଗ୍ନ କରି ପରେଡକୁ ନେଇ ପ୍ରତିବାଦ, ବେଙ୍ଗାଲୁରୁରେ ବିଜେପି ମହିଳା ମୋର୍ଚ୍ଚାର ବିକ୍ଷୋଭ

ଜେଲରେ ଅଛନ୍ତି ଏକାଧିକ ବରିଷ୍ଠ AAP ନେତା :-

ତେବେ ପୂର୍ବରୁ ରାଜ୍ୟସଭାରେ ଦଳର ଫ୍ଲୋର ଲିଡର ଥିଲେ ବରିଷ୍ଠ ସାଂସଦ ସଞ୍ଜୟ ସିଂ । ମାତ୍ର ଦିଲ୍ଲୀ ଅବକାରୀ ନୀତି ଘୋଟାଲା ମାମଲାରେ ସେ ଏବେ କେନ୍ଦ୍ରୀୟ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଦ୍ବାରା ଗିରଫ ହୋଇ ବିଚାର ବିଭାଗୀୟ ଜେଲରେ ରହିଛନ୍ତି । ଏହା ପୂର୍ବରୁ ମନୀଷ ସିସୋଦିଆ ଉପମୁଖ୍ୟମନ୍ତ୍ରୀ ଥିବା ବେଳେ ଇଡି ଦ୍ବାରା ଗିରଫ ହୋଇଥିଲେ । ଏହା ପୂର୍ବରୁ ଆର୍ଥିକ ଠକେଇ ମାମଲାରେ ଦଳର ଆଉ ଜଣେ ବରିଷ୍ଠ ନେତା ତଥା ଦିଲ୍ଲୀ ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ ଗିରଫ ହୋଇ ଜେଲ ଯାଇଥିଲେ । ଗିରଫଦାରୀର କିଛି ମାସ ମଧ୍ୟରେ ଉଭୟ ସିସୋଦିଆ ଓ ଜୈନ ସେମାନଙ୍କ ମନ୍ତ୍ରୀପଦରୁ ଇସ୍ତଫା ଦେଇଥିଲେ । ସେହିକ୍ରମରେ ସଞ୍ଜୟଙ୍କ ସ୍ଥାନରେ ଦଳର ଯୁବ ସାଂସଦ ରାଘବ ଦଳର ଫ୍ଲୋର ଲିଡର ହୋଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.