ETV Bharat / bharat

ଏମିତି ଏକ ରାଣୀ: ଯିଏ ପବ୍ଲିକ ବସରେ କରନ୍ତି ଯାତ୍ରା, ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢୀ

author img

By

Published : Jul 6, 2021, 7:15 AM IST

ସୌନ୍ଦର୍ଯ୍ୟର ମୂର୍ତ୍ତୀମନ୍ତ ପ୍ରତୀକ, ମିଷ୍ଟଭାଷୀ ସାଙ୍ଗକୁ ସାବଲୀଳ ବ୍ୟବହାର, ଦୁଃଖୀ ଦରିଦ୍ରଙ୍କ ସାହା ଭରସା, ରାଜକୀୟ ପୋଷାକ ଅପେକ୍ଷା ସାଧାସିଧା ପୋଷାକ ପସନ୍ଦ କରୁଥିବା ନାରୀ, ରାଜପ୍ରାସାଦରେ ରହି ମଧ୍ୟ ମନରେ ଗର୍ବ ଓ ଅହଙ୍କାର ରଖୁ ନଥିବା ବରୋଦାର ମହାରାଣୀ ରାଧିକାରାଜେ ଗାୟକୱାଡ ଏବେ ଚର୍ଚ୍ଚାରେ । ଘୋଡା ଗାଡି ନୁହେଁ, ସାଧାରଣ ବସରେ କରନ୍ତି ଯାତ୍ରା । ସେ କହିଛନ୍ତି କିଛି ମନର ଗୋପନୀୟ କଥା, ଚାଲନ୍ତୁ ଜାଣିବା କିପରି ରହିଛି ତାଙ୍କ ଜୀବନଶୈଳୀ...

ଏମିତି ଏକ ରାଣୀ: ଯିଏ ପବ୍ଲିକ ବସରେ କରନ୍ତି ଯାତ୍ରା, ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢୀ
ଏମିତି ଏକ ରାଣୀ: ଯିଏ ପବ୍ଲିକ ବସରେ କରନ୍ତି ଯାତ୍ରା, ପ୍ରଥମ ପସନ୍ଦ ସମ୍ବଲପୁରୀ ଶାଢୀ

ଗାନ୍ଧୀନଗର: ଭାରତରେ ବର୍ତ୍ତମାନ ଏମିତି କିଛି ରାଜ ପରିବାର ରହିଛନ୍ତି, ଯେଉଁମାନେ ଏବେ ମଧ୍ୟ ନିଜ ଜୀବନଶୈଳୀକୁ ରାଜକୀୟ ଢାଞ୍ଚାରେ ହିଁ ଅତିବାହିତ କରୁଛନ୍ତି । ରାଜକୀୟ ଚାଲିଚଳଣକୁ ଦେଖିଲେ ଯେ କେହି ବି ଆଶ୍ଚର୍ଯ୍ୟଚକିତ ହୋଇଯିବେ । ରାଜ ପରିବାରର କାହାଣୀ, ତାଙ୍କ ଭାବଭଙ୍ଗୀ, ଶାଳୀନତାରେ ଆବୃତ୍ତ ହୋଇଥିବା ଦାମୀ ପୋଷାକ, ଅଳଙ୍କାର, ବିଦେଶ ପଶୁପକ୍ଷୀ, ନଭଶ୍ଚୁମ୍ଭୀ ଅଟ୍ଟାଳିକା, ମୂଲ୍ୟବାନ ପଥର ଖଚିତ କୋଠରୀ ଆଦି ବିଷୟରେ ଶୁଣିବାକୁ ବେଶ୍ ଭଲ ଲାଗେ। ତେଣିକି ସେ ବହୁ ବର୍ଷ ତଳର ରାଜା ଓ ରାଣୀଙ୍କ କାହାଣୀ କାହିଁକି ନା ହେଉ । ସାଧାରଣତଃ ରାଜକୀୟ ପରିବାରର ଚାଲିଚଳଣି ସାଧାରଣ ଜୀବନଶୈଳୀ ଠାରୁ ସମ୍ପୂର୍ଣ୍ଣ ଭିନ୍ନ । ତାଙ୍କ ବେଶଭୂଷା ଓ କଥା ହେବାର ଶୈଳୀକୁ ଦେଖିଲେ ଯେ କେହି ବି ଅନୁମାନ କରିଦେବେ କି ଏ ଜଣେ ରାଜ ପରିବାରର ଅଂଶ ।

insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje

ଏହି ପରିବାରର ସଦସ୍ୟ ତାଙ୍କ ବଂଶଧରଙ୍କ ପରି ବିଶାଳ ଓ ରାଜକୀୟ ଜୀବନ ବିତାଇବାକୁ ପସନ୍ଦ କରନ୍ତି । ଖାଦ୍ୟପାନୀୟ ଠାରୁ ଆରମ୍ଭ କରି ଯାତ୍ରା ପର୍ଯ୍ୟନ୍ତ ଏମାନଙ୍କର ସ୍ବତନ୍ତ୍ର ପରିପାଟି ଓ ଷ୍ଟାଇଲ ରହିଥାଏ । ସୁନାଥାଳିରେ ଖାଇବାବେଳେ ଧଳା ଘୋଡାରେ ଯିବା ଆସିବା ହୋଇଥାଏ । କେବେ ଶୁଣିଛନ୍ତି ଏପରି କୌଣସି ରାଜା କିମ୍ବା ରାଣୀଙ୍କ ବିଷୟରେ, ଯିଏ ସମ୍ପୂର୍ଣ୍ଣ ରାଜକୀୟ ଢାଞ୍ଚା ଛାଡି ସାଧାରଣ ଜୀବନ ଅତିବାହିତ କରିବା ସହ ବସରେ ଯାତ୍ରା ମଧ୍ୟ କରିଥାଆନ୍ତି । ଆଜ୍ଞା ହଁ, ଏମିତି ଜଣେ ରାଣୀ ଅଛନ୍ତି ଯିଏ, ଏକଦମ୍ ସାଧାସିଧା ଜୀବନ ବିତାନ୍ତି, ଚାଲନ୍ତୁନା ଜାଣିବା ତାଙ୍କ ସମ୍ପର୍କରେ କିଛି ମଜାଦାର କଥା...

insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje

ସୌନ୍ଦର୍ଯ୍ୟର ଅନ୍ୟ ନାମ 'ରାଧିକାରାଜେ':

ଗୁଜୁରାଟ ବରୋଦାର ମହାରାଣୀ ରାଧିକାରାଜେ ଗାୟକୱାଡ । ନାଁ ଯେପରି ରାଜକୀୟ, ରୂପ ମଧ୍ୟ ତା ଠାରୁ ବେଶ୍ ରାଜକୀୟ । ସୌନ୍ଦର୍ଯ୍ୟର ଦେବୀ କହିଲେ କିଛି ଅତ୍ୟୁକ୍ତି ହେବ ନାହିଁ । ସୁନ୍ଦରତାର ମୂର୍ତ୍ତୀମନ୍ତ ପ୍ରତୀକ ସିଏ । ମୁହଁରୁ ସତେ ଯେପରି ଏକ ଉଜ୍ବଳ ଆଭା ପ୍ରସ୍ଫୁଟିତ ହେଉଛି । ଗପବହିରେ ଯେପରି ରାଣୀଙ୍କ ସୁନ୍ଦରତା ବର୍ଣ୍ଣନା ହୋଇଥାଏ, ଠିକ୍ ସେହିପରି କଣ୍ଢେଇ ଭଳି ଗଢନ ତାଙ୍କର । ଶାହୀ ପୋଷାକରେ ସେ ଦେଖାଯାଆନ୍ତି ଖୁବ୍ ଆକର୍ଷଣୀୟ । ଯେ କେହି ବି ତାଙ୍କୁ ଥରେ ଦେଖେ, କିଛି କ୍ଷଣ ପାଇଁ ଆଖି ପଲକ ପଡି ନ ଥାଏ । ମରାଠୀ ଶୈଳୀରେ ନିଜକୁ ସଜ୍ଜିତ କରି ରଖୁଥିବା ରାଣୀଙ୍କର ରହିଛି ଶାଢୀର ଢେର ସଉକ ।

insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje

ନାକରେ ନୋଥ, କ୍ଷୀର ଭଳି ଶରୀର ରଙ୍ଗରେ ପୈଥାନୀ, କାଞ୍ଜିବରମ୍, ସିଲ୍କ, ଖନ୍, ପଟୋଡା, ବାନ୍ଧନୀ, ସମ୍ବଲପୁରୀ ଭଳି ପାରମ୍ପରିକ ଶାଢୀରେ ରାଧିକା ଦେଖାଯାଆନ୍ତି ସାକ୍ଷାତ ଦେବୀ । ଗଳାରେ ଲମ୍ବା ସୁନେଲୀ ରଙ୍ଗର ହାର ଓ ଚିକ ପିନ୍ଧିବାକୁ ବେଶ୍ ଭଲ ପାଆନ୍ତି । ଛୋଟ ଛୋଟ କେଶରେ ସେ କୌଣସି ବିଦେଶୀ ରାଣୀଙ୍କ ଠାରୁ କମ୍ ଲାଗନ୍ତି ନାହିଁ । ମୁହଁରେ ମୁଚୁକନ୍ଦା ହସ ସାଙ୍ଗକୁ ଆଭା ପ୍ରସ୍ଫୁଟିତ ହେଉଥିବା ମଥାରେ ନାଲି ରଙ୍ଗର ଗୋଲ ବିନ୍ଦି ରାଣୀଙ୍କ ସୌନ୍ଦର୍ଯ୍ୟକୁ ଆହୁରି ଦ୍ବିଗୁଣିତ କରି ଦେଇଥାଏ । ସ୍ବର୍ଗରୁ ଆସିଥିବା ଏକ ଅପସରୀ ଭଳି ଲାଗନ୍ତି ରାଧିକା, ରାଜ ପରିବାରରେ ଜନ୍ମ ହୋଇ ମଧ୍ୟ ନିଜ ମର୍ଯ୍ୟାଦା ସେ କେବେ ମଧ୍ୟ ଭୁଲି ନାହାନ୍ତି ।

insta@radhikaraje
insta@radhikaraje
insta@radhikaraje
insta@radhikaraje

ରାଜକୀୟ ପରିବାରରେ ଜନ୍ମ:

ୱାନକାନେରର ରାଜ ପରିବାରରେ ଜନ୍ମ ଗ୍ରହଣ କରିଥିବା ରାଧିକାରାଜେ ବରୋଦାର ମହାରାଜା ସମରଜିତ୍ ସିହ୍ନାଙ୍କୁ 2002ରେ ବିବାହ କରିଥିଲେ । ତାଙ୍କର 2ଟି ଝିଅ ମଧ୍ୟ ଅଛି । ରାଧିକାଙ୍କ ପିତା ମହାରାଜ କୁମାର ଡ.ରଞ୍ଜିତ ସିଂହ । ଡ. ସିଂହ ରାଜକୀୟ ପରିବାରର ଏକ ଏମିତି ରାଜା ଥିଲେ, ଯିଏ ରାଜକୀୟ ଢାଞ୍ଚା ଛାଡିକି ଆଇଏଏସ୍ ଅଧିକାରୀ ହୋଇଥିଲେ । ରାଧିକା କୁହନ୍ତି ଯେ, 1984 ମସିହାରେ ଯେତେବେଳେ ଗ୍ୟାସ ଟ୍ରାଜେଡି ହୋଇଥିଲା, ସେତେବେଳେ ଡ.ସିଂହ ମାନେ ତାଙ୍କ ବାପା ସେଠାରେ କମିଶନର ଭାବେ ଅବସ୍ଥାପିତ ହୋଇଥିଲେ । ସେତେବେଳକୁ ସେ ମାତ୍ର 6 ବର୍ଷର ହୋଇଥିଲେ, ରାଧିକା କୁହନ୍ତି ଯେ, ତାଙ୍କୁ ଏବେ ମଧ୍ୟ ମନେ ଅଛି ଯେ, କିପରି ତାଙ୍କ ପିତା ସାହାସୀ ଭାବେ ନିଜ ଡ୍ୟୁଟି କରୁଥିବାବେଳେ ଲୋକଙ୍କୁ ସାହାଯ୍ୟ ମଧ୍ୟ କରୁଥିଲେ । ବିନା ଚେଷ୍ଟାରେ କୌଣସି କାର୍ଯ୍ୟ ସମ୍ଭବ ନୁହେଁ, ଏହା ତାଙ୍କ ପିତାଙ୍କ ଠାରୁ ସେ ଶିଖିଥିଲେ ।

insta@radhikaraje
insta@radhikaraje
insta@radhikaraje
insta@radhikaraje

ଏହି ଘଟଣାର କିଛି ଦିନ ପରେ ରାଧିକାଙ୍କ ପୁରା ପରିବାର ଦିଲ୍ଲୀ ସିଫ୍ଟ ହୋଇଗଲେ । ରାଜ ପରିବାରର ଅଲିଅଳି ଝିଅ ହୋଇ ମଧ୍ୟ ସେ ଡିଟିସି ବସରେ ସ୍କୁଲ ଓ କଲେଜ ଯାଉଥିଲେ । ଆଉ ଏହା ପାଇଁ ତାଙ୍କୁ ତାଙ୍କ ମା' ପ୍ରେରଣା ଦେଇଥିଲେ । ରାଜପ୍ରାସାଦ ବାହାରେ ଶତାଧିକ ଦାମୀ ଗାଡି ଓ ଘୋଡା ଗାଡି ଠିଆ ହୋଇଥିବାବେଳେ ରାଧିକା କିନ୍ତୁ ସାଧାରଣ ଲୋକଙ୍କ ପରି ବସରେ ଯାଆନ୍ତି । ଆତ୍ମନିର୍ଭର ହୋଇ ବଞ୍ଚିବାକୁ ରାଧିକାଙ୍କୁ ତାଙ୍କ ମାଆ ଶିଖାଇଥିଲେ ।

insta@radhikaraje
insta@radhikaraje
insta@radhikaraje
insta@radhikaraje

ରାଧିକା କୁହନ୍ତି ଯେ, ଆମ ପରିବାର ସମ୍ପୂର୍ଣ୍ଣ ସାଧାସିଧା ଜୀବନ ଅତିବାହିତ କରୁଥିଲା । ଖରାଦିନିଆ ଛୁଟିରେ ଯେତେବେଳେ ସେ ବାଙ୍କାନେର ଯାଉଥିଲେ, ସେଠାକାର ଲୋକଙ୍କ ଆଦର ସତ୍କାର ତାଙ୍କୁ ଖୁବ୍ ପ୍ରଭାବିତ କରୁଥିଲା । ପିଲାବେଳୁ ହିଁ ନିଜ ଗୋଡରେ ଠିଆ ହେବା ନେଇ ତାଙ୍କର ବହୁତ ଇଚ୍ଛା ଥିଲା । ସେ ତାଙ୍କ ପରିବାରର ଜଣେ ଏମିତି ମହିଳା, ଯିଏ ଚାକିରୀ ପାଇଁ ବାହାରକୁ ଯାଉଥିଲେ । ତାଙ୍କ ସମ୍ପର୍କୀୟ ଭାଇମାନଙ୍କର ବାହାଘର ବିଶେଷତଃ 21 ବର୍ଷ ବୟସରେ ହିଁ ହୋଇଥିଲା ।

insta@radhikaraje
insta@radhikaraje

ଇଂରାଜୀ ଖବରକାଗଜରେ ରାଧିକାଙ୍କ ସାମ୍ବାଦିକତା :

ରାଧିକା 3 ବର୍ଷ କାଳ ଏକ ସାମ୍ବାଦିକ ରୂପେ କାମ କରିଥିଲେ । 20 ବର୍ଷ ବୟସରେ ତାଙ୍କୁ ପ୍ରତିଷ୍ଠିତ ଇଂରାଜୀ ଖବର କାଗଜରେ ଲେଖିକା ରୂପେ ଚାକିରୀ ମିଳିଥିଲା । ଲେଡି ଶ୍ରୀରାମ କଲେଜରୁ ଇତିହାସରେ ସ୍ନାତକୋତ୍ତର, ଦିଲ୍ଲୀ ବିଶ୍ବବିଦ୍ୟାଳୟରୁ ମଧ୍ୟକାଳୀନ ଭାରତୀୟ ଇତିହାସରେ ସ୍ନାତକୋତ୍ତର ଉପାଧି ପ୍ରାପ୍ତ କରିଛନ୍ତି । ଏହା ସହିତ ସେ ମାଷ୍ଟର ଡିଗ୍ରୀ ମଧ୍ୟ ହାସଲ କରିଛନ୍ତି । ଏହାପରେ ତାଙ୍କ ପିତାମାତା ତାଙ୍କ ପାଇଁ ବର ଖୋଜିବା ଆରମ୍ଭ କରିଦେଇଥିଲେ । ରାଧିକା କୁହନ୍ତି ଯେ, ବରୋଦାର ରାଜକୁମାର ସମରଜିତ୍‌ଙ୍କ ସହ ସାକ୍ଷାତ କରିବା ପୂର୍ବରୁ ସେ କିଛି ଅନ୍ୟ ପୁରୁଷଙ୍କୁ ମଧ୍ୟ ସାକ୍ଷାତ କରିଥିଲେ । କିନ୍ତୁ ସମରଜିତ୍‌ଙ୍କ ଚିନ୍ତାଧାରା ସମସ୍ତଙ୍କ ଠାରୁ ଭିନ୍ନ ଥିଲା । ଯେତେବେଳେ ରାଧିକା ତାଙ୍କୁ ଆଗକୁ ପାଠ ପଢିବାକୁ କହିଥିଲେ, ସେତେବେଳେ ସମରଜିତ୍ ରାଜି ହୋଇଯାଇଥିଲେ ।

insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje

ହସ୍ତକଳାରେ ନିପୁଣା ରାଧିକା:

ରାଧିକା କୁହନ୍ତି ଯେ, ବାହାଘର ପରେ ଯେତେବେଳେ ସେ ବରୋଦାର ଲକ୍ଷ୍ମୀ ବିଳାସ ପ୍ୟାଲେସକୁ ଆସିଥିଲେ, ସେତେବେଳେ ସେ ନିଜର ଏକ ଭିନ୍ନ ପରିଚୟ ପାଇଥିଲେ । ରାଜପ୍ରାସାଦର ଚାରିଆଡେ ରାଜା ରବି ବର୍ମାଙ୍କ ହାତ ତିଆରି ପେଣ୍ଟିଙ୍ଗସ୍ ଲାଗିଥିଲା । ଏହାକୁ ଦେଖି ରାଧିକାଙ୍କ ମୁଣ୍ଡକୁ ଏକ ବୁଦ୍ଧି ଜୁଟିଥିଲା, ଯଦି ଏହି ପେଣ୍ଟିଙ୍ଗସରେ ସୂତାର ପ୍ରୟୋଗ କରାଯାଇ ବୁଣା ଯିବ, ତେବେ ଏହା ବହୁତ ସୁନ୍ଦର ଲାଗିବ । ଏହାଦ୍ବାରା ସ୍ଥାନୀୟ ବୁଣାକାର ମଧ୍ୟ ଉପକୃତ ହେବେ । ତେଣୁ ସେ ତାଙ୍କ ଶାଶୁ ରାଜମାତା ଶୁଭ୍ରାଙ୍ଗିରାଜଙ୍କ ସହ ମିଶି ଏହାର ଅୟମଆରମ୍ଭ କରିଥିଲେ । ଏହା ପରବର୍ତ୍ତୀ ମୂହୁର୍ତ୍ତରେ ବହୁତ ସଫଳ ମଧ୍ୟ ହୋଇଥିଲା । ରାଜପ୍ରାସାଦ ପକ୍ଷରୁ ପ୍ରଥମ କରି ମୁମ୍ବାଇରେ ହୋଇଥିବା ବୁଣାକାର ପ୍ରଦର୍ଶନରେ ତାଙ୍କର ସମସ୍ତ କାରୁକାର୍ଯ୍ୟ ଓ ହସ୍ତକଳା ଦ୍ରବ୍ୟ ବିକି ଯାଇଥିଲା । ରାଧିକାରାଜେ 'ଚନ୍ଦେରୀ' ନାମକ ବୁଣା କାର୍ଯ୍ୟକୁ ପୁନଃଜୀବିତ କରାଇଛନ୍ତି ।

insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje
insta@radhikaraje

ମହାରାଣୀ ଏହାଦ୍ବାରା ଉକ୍ତ ଲୋକଙ୍କର ଉପକାର କରିପାରିଲେ, ଯେଉଁମାନେ ଲକଡାଉନରେ କାମଧନ୍ଦା ଛାଡି ଘରେ ବସିଥିଲେ । ମହାରାଣୀ ରାଧିକା ଓ ତାଙ୍କ ଭଉଣୀ ଗାଁ ପରିଦର୍ଶନରେ ଯାଇ ସୋସିଆଲ ମିଡିଆରେ ଉକ୍ତ ଲୋକଙ୍କର ଅବସ୍ଥା ସମ୍ପର୍କରେ ଜଣାଇଲେ, ଏହାପରେ ସବୁଆଡୁ ସହାୟତାର ସୁଅ ଛୁଟିବାରେ ଲାଗିଥିଲା । କିଛି ମାସ ପରେ ରାଣୀ 700ରୁ ଊର୍ଦ୍ଧ୍ବ ଲୋକଙ୍କ ସହାୟତା କରିଥିଲେ ।

insta@radhikaraje
insta@radhikaraje
insta@radhikaraje
insta@radhikaraje

ରାଧିକା କୁହନ୍ତି ଯେ, ଲୋକଙ୍କୁ ଏହା ଭ୍ରାନ୍ତଧାରଣା ଥାଏ ଯେ, ମହାରାଣୀ ହେବାର ଅର୍ଥ ସିଂହାସନରେ ଦାମିକା ଅଳଙ୍କାର ଓ ପୋଷାକ ଓ ମୁକୁଟ ପରିଧାନ କରି ବସି ରହିବା । କିନ୍ତୁ ବାସ୍ତବତା ଏହି ଚାକ-ଚକ୍ୟ ଠାରୁ ବହୁ ଦୂରରେ । ମୁଁ ପାରମ୍ପରିକ ରୁଢିକୁ ଭାଙ୍ଗି ନିଜ ସୀମା ନିଜେ ପ୍ରସ୍ତୁତ କରିଛି । ସବୁଠାରୁ ଜରୁରୀ କଥା ହେଉଛି ମୁଁ ସେହି ସେହି କାମ ଗୁଡାକ କରିଛି, ଯେଉଁ କାମ ବିଷୟରେ କେବେ ଲୋକମାନେ ଭାବି ମଧ୍ୟ ନ ଥିବେ । ଏହି ଶିକ୍ଷା ମୁଁ ମୋ ଝିଅମାନଙ୍କୁ ମଧ୍ୟ ଦେଇଛି । ଫଳରେ ସେ ନିଜେ ନିଜ ଜୀବନକୁ ଜୀଇଁ ପାରିବେ, ଏବଂ ପରେ ଯେପରି ତାଙ୍କୁ କୌଣସି କଥାକୁ ନେଇ ପଶ୍ଚାତାପ ନ ହୁଏ ।

insta@radhikaraje
insta@radhikaraje
insta@radhikaraje
insta@radhikaraje

ଗାୟକୱାଡ ବଂଶର ଇତିହାସ ସମ୍ପର୍କରେ ମହାରାଣୀ ରାଧିକାରାଜେ ନିଜେ 'HUMANS OF BOMBEY' ଦେଇଥିବା ସାକ୍ଷାତକାରରେ ଖୁଲାସା କରିଥିଲେ । ଏହାପରେ ସମସ୍ତେ ରାଣୀଙ୍କ ପ୍ରଶଂସାରେ ଶତମୁଖ ହୋଇଥିଲେ । କେତେ ସୁନ୍ଦର ତାଙ୍କ ଚିନ୍ତାଧାରା, କେତେ ସୁନ୍ଦର ତାଙ୍କ ଚାଲିଚଳଣି-ଭାବଭଙ୍ଗୀ, ନିଆରା ଶୈଳୀରେ ବିତାନ୍ତି ଜୀବନ, ଦୁଃଖୀ ମଣିଷ ଦେଖିଲେ ବୋହି ପଡେ ଆଖିରୁ ଲୁହ, ପରୋପକାରୀ ଓ ମିଷ୍ଟଭାଷୀ, ହସ ହସ ମୁହଁରେ ସମସ୍ତଙ୍କୁ ନିଜର କରିପାରୁଥିବା ମହାରାଣୀ ରାଧିକାରାଜେ। ସମସ୍ତଙ୍କ ମୁହଁରେ ଗୋଟିଏ କଥା ' ରାଣୀ ଦେଖିବାକୁ ଯେପରି ସୁନ୍ଦର, ତାଙ୍କ ମନ ତା ଠାରୁ ବି ବେଶୀ ସୁନ୍ଦର' ।

insta@radhikaraje
insta@radhikaraje

ବଲିଉଡ କଳାକାରଙ୍କ ପ୍ରଥମ ପସନ୍ଦ ଲକ୍ଷ୍ମୀ ବିଲାସ ପ୍ୟାଲେସ:

ଲକ୍ଷ୍ମୀ ବିଲାସ ପ୍ୟାଲେସ ବରୋଦାର 700 ଏକର ଜମି ଏବଂ ବକିଂହାମ ପ୍ୟାଲେସର 4 ଗୁଣାରୁ ଅଧିକ ସ୍ଥାନରେ ନିର୍ମିତ ହୋଇଛି। ଏହା ବିଶ୍ବର ସବୁଠାରୁ ବଡ ଘରୋଇ ଆବାସ ଅଟେ । ଏହି ପ୍ୟାଲେସକୁ ଦେଖିଲେ ଆଖି ଖୋସି ହୋଇ ପଡେ । ଅପରୂପ ସୁନ୍ଦର କାରୁକାର୍ଯ୍ୟରେ ନିର୍ମିତ ଏହି ଅଟ୍ଟାଳିକାକୁ ବହୁ ବଲିଉଡ କଳାକାର ଆସି ଚଳଚ୍ଚିତ୍ର ସୁଟିଂ କରିଛନ୍ତି । ସେମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ, ହ୍ରିତିକ ରୋଶନ, ଅଭୟ ଦେଓଲ 'ଜିନ୍ଦେଗୀ ନା ମିଲେଗି ଦୁବାରା' ଓ 'ଗ୍ରାଣ୍ତ ମସ୍ତି' ଚଳଚ୍ଚିତ୍ର ପାଇଁ ରିତେଶ ଦେଶମୁଖ, ବିବେକ ଓବରଏ, ଆଫତାବ ଶିବଦାସନୀ ରାଜପ୍ରାସାଦରେ ପହଞ୍ଚିଥିଲେ । ପ୍ୟାଲେସର ଚତୁଃପାର୍ଶ୍ବରେ କ୍ରିକେଟ ଗ୍ରାଉଣ୍ଡ, ଇନଡୋର ଟେନିସ କୋର୍ଟ, ଗଲ୍ଫ କୋର୍ସ, ବ୍ୟାଡମିଣ୍ଟନ କୋର୍ଟ ଆଦି ରହିଛି ।

insta@radhikaraje
insta@radhikaraje

ଜଣାଇ ଦେବା ପାଇଁ ଚାହିଁବୁ ଯେ, ଦେଶର ସବୁଠାରୁ ନାମୀଦାମୀ ବ୍ୟାଙ୍କ ମଧ୍ୟରେ ବ୍ୟାଙ୍କ ଅଫ୍ ବରୋଦାର ମୂଳଦୁଆ ଏହି ରାଜ ପରିବାରର ସହଯୋଗରୁ ହିଁ ପଡିଥିଲା । ଫୋବର୍ସ ପତ୍ରିକା ରାଧିକାରାଜେ ଗାୟକୱାଡକୁ ରାଜବଂଶ ଦୁନିଆର ସବୁଠାରୁ ସୁନ୍ଦର ରାଣୀ ଭାବେ ଘୋଷିତ କରିଥିଲା ।

insta@radhikaraje
insta@radhikaraje

ସମ୍ବଲପୁରୀ ଶାଢୀ ପ୍ରଶଂସାରେ ଶତମୁଖ ରାଧିକା:

ବଲିଉଡ ହେଉ କି ଓଲିଉଡ ସବୁଠାରେ ସମ୍ବଲପୁରୀ ଶାଢୀର କ୍ରେଜ ରହିଛି । ଓଡିଶାର ଲୋକପ୍ରିୟ ସମ୍ବଲପୁରୀ ଶାଢୀର ଚାହିଦା ଢେର ଅଧିକା । ତେଣିକି ସେ କୌଣସି ରାଜ୍ୟର ମହାରାଣୀ ହୁଅନ୍ତୁ କି କୌଣସି ଦେଶର ରାଷ୍ଟ୍ରପତି ହୁଅନ୍ତୁ । ସମସ୍ତଙ୍କର ପ୍ରଥମ ପସନ୍ଦ ହାତ ତିଆରି ବୁଣା ସମ୍ବଲପୁରୀ ଶାଢୀ । ବରୋଦାର ମହାରାଣୀ ରାଧିକାରାଜେ ମଧ୍ୟ ସମ୍ବଲପୁରୀ ଶାଢୀ ପିନ୍ଧି ଓଡିଶାକୁ ଗୌରାବନ୍ବିତ କରିଛନ୍ତି । ରାଣୀଙ୍କୁ ଶାଢୀଟି ଖୁବ୍ ମାନୁଛି । ନାଲି, କଳା, ହଳଦିଆ ରଙ୍ଗର ପଶାପାଲି ଶାଢୀରେ ରାଣୀ ଖୁବ୍ ଆକର୍ଷଣୀୟ ଦେଖାଯାଉଛନ୍ତି । ରାଣୀଙ୍କ ଶାଢୀ ପିନ୍ଧିବା ଶୈଳୀ ମଧ୍ୟ ଠିକ୍ ଓଡିଆଣୀଙ୍କ ପରି । ଏହାସହ ସେ ଏକ ଧଳା ଓ ନାଲି ରଙ୍ଗର ଏକ ଜ୍ୟାକେଟ ମଧ୍ୟ ପିନ୍ଧିଛନ୍ତି । ତାଙ୍କୁ ଦେଖିଲେ କେହି ବି କହିବେନି କି ସେ ଜଣେ ଓଡିଆ ନୁହେଁ । କେବଳ ଏତିକି ନୁହେଁ, ସେ ତାଙ୍କ ଇନଷ୍ଟାଗ୍ରାମରେ ଶାଢୀର ସୌନ୍ଦର୍ଯ୍ୟ ସମ୍ପର୍କରେ ଖୁବ୍ ସୁନ୍ଦର ଭାବେ ବଖାଣିଛନ୍ତି । ସେ କହିଛନ୍ତି ଯେ, ଓଡିଶା ହେଉଛି ମୋର ପ୍ରିୟ ରାଜ୍ୟ । ଏଠିକାର ପ୍ରସିଦ୍ଧ ସମ୍ବଲପୁରୀ ବୁଣା ପଶାପାଲି ଶାଢୀ ମୋର ଅତି ପ୍ରିୟ । କାହିଁକି ପଶାପାଲି ଶାଢୀର ନାଁ ହେଉଛି, ସେ ସମ୍ପର୍କରେ ମଧ୍ୟ ବର୍ଣ୍ଣନା କରିଛନ୍ତି । ଏହି ଶାଢୀ ତାଙ୍କୁ ତାଙ୍କ ଭଉଣୀ ଉପହାର ସୂରୁପ ଦେଇଥିଲେ ।

ଅଧିକାଂଶ ସମୟରେ ଆମେ ଭାବିଥାଉ କିଛି, ଆଉ ବାସ୍ତବତା ଆଉ କିଛି ଥାଏ । ଠିକ୍ ସେହିପରି ମହାରାଣୀ ରାଧିକାଙ୍କ କାହାଣୀ । ସାଧାରଣତଃ ରାଣୀମାନେ ଉଚ୍ଚଭିଳାଷୀ ହୋଇଥିବାବେଳେ ନିଜକୁ ରାଜପ୍ରାସାଦରେ ହିଁ ସୀମିତ ରଖିଥାଆନ୍ତି । କାହିଁକିନା ସେମାନେ ନିଜ ଆଭିଜାତ୍ୟକୁ ଜାବୁଡି ଧରିଥାଆନ୍ତି । କିନ୍ତୁ ଏଥିରୁ ସର୍ବୋପରେ ହେଉଛନ୍ତି ରାଧିକା, ତାଙ୍କୁ ରାଜପ୍ରାସାଦ ଅପେକ୍ଷା ଦୁଃଖି-ଦରିଦ୍ରଙ୍କ କୁଡିଆ ଭଲଲାଗେ । ଓଠରେ ଧାରେ ହସ ରଖି ସମସ୍ତଙ୍କୁ ନିଜର କରିନିଅନ୍ତି ସେ। ଖାଲି ରାଜପ୍ରାସାଦର ରାଣୀ ହୋଇଗଲେ ହେବ ନାହିଁ, ପିଲାଠୁ ବୁଢା ସମସ୍ତଙ୍କ ମନ ଜିତିବା ମଧ୍ୟ ଏକ ରାଣୀର କର୍ତ୍ତବ୍ୟ। ଆଉ ଏଥିପାଇଁ କିଭଳି ନିଜ ଜୀବନଶୈଳୀ ପ୍ରସ୍ତୁତ କରିବେ, ତାହା ବରୋଦାର ରାଣୀ ରାଧିକାରାଜେ ଗାୟକୱାଡଙ୍କ ଠାରୁ ଶିଖନ୍ତୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.