ETV Bharat / bharat

କ୍ଷୀର ନଆଣିବାରୁ ଭାଙ୍ଗିଲା ଘର; ସ୍ତ୍ରୀକୁ ତିନି ତଲାକ୍ ଦେଲା ସ୍ୱାମୀ

author img

By

Published : Apr 19, 2021, 2:05 PM IST

ମହାରାଷ୍ଟ୍ରର ଔରଙ୍ଗାବାଦରେ ସାମାନ୍ୟ କ୍ଷୀରକୁ ନେଇ ଏହି ପତି-ପତ୍ନୀଙ୍କ ମଧ୍ୟରେ ତିନ ତଲାକ ମାମଲା ସାମ୍ନାକୁ ଆସିଛି । ଆଉ ଏହି ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ, ରାଗରେ ପତ୍ନୀକୁ ତିନ ତଲାକ ଦେବାକୁ ପଛାଇନି ସ୍ବାମୀ । ଅଧିକ ପଢନ୍ତୁ...

ସ୍ତ୍ରୀକୁ ତିନି ତଲାକ ଦେଲା ସ୍ୱାମୀ
ସ୍ତ୍ରୀକୁ ତିନି ତଲାକ ଦେଲା ସ୍ୱାମୀ

ଔରଙ୍ଗାବାଦ: କ୍ଷୀର ପାଇଁ ପତି-ପତ୍ନୀଙ୍କ ଭିତରେ ଝଗଡା । ଆଉ ଏହି ଝଗଡା ଏତେ ଉଗ୍ର ରୂପ ନେଇଥିଲା ଯେ, ରାଗରେ ପତ୍ନୀକୁ ତିନ ତଲାକ ଦେବାକୁ ପଛାଇନି ସ୍ବାମୀ । ମହାରାଷ୍ଟ୍ରର ଔରଙ୍ଗାବାଦରେ ସାମାନ୍ୟ କ୍ଷୀରକୁ ନେଇ ଏହି ପତି-ପତ୍ନୀଙ୍କ ମଧ୍ୟରେ ତିନ ତଲାକ ମାମଲା ସାମ୍ନାକୁ ଆସିଛି ।

ଏନେଇ ପତ୍ନୀ ଥାନାରେ ଅଭିଯୋଗ ପରେ, ସିଟିଚୌକ ପୋଲିସ ଷ୍ଟେସନରେ ସ୍ବାମୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି। ପୋଲିସ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ସହରର ସିଟିଚୌକ କମ୍ପ୍ଲେକ୍ସରେ ଥିବା ଅରହାନ ଗୋଲ୍ଡ ନାଜ ଟାୱାରରେ ରୁହନ୍ତି ପତି ଶାହାବାଜ-ଅଲି-ଖାନ ମାକସୁଦ-ଅଲି ଖାନ ଓ ତାଙ୍କ ପତ୍ନୀ ।

ପତ୍ନୀ ସ୍ବାମୀଙ୍କୁ ବଜାରରୁ କ୍ଷୀର ଆଣିବାକୁ କହିଥିଲେ। କିନ୍ତୁ ବଜାରରୁ ଆସିବା ପରେ କ୍ଷୀର ଆଣିନଥିଲେ । ପରେ ସେ କାହିଁକି କ୍ଷୀର ଆଣିଲେ ନାହିଁ ବୋଲି ଶାହାବାଜଙ୍କୁ ତାଙ୍କ ପତ୍ନୀ ପଚାରିବାରୁ ତାଙ୍କ ପାଖରେ କ୍ଷୀର ପାଇଁ ଟଙ୍କା ନାହିଁ ବୋଲି କହିଥିଲେ ।

ଆଉ ପତିଠୁ ଏପରି ଶୁଣିବା ପରେ, ତୁମ ପାଖରେ କ୍ଷୀର ପାଇଁ ଟଙ୍କା ନାହିଁ କି ? ବୋଲି ପତ୍ନୀ ପଚାରିବାରୁ ଏଥିରେ ରାଗିଯାଇ ଶାହାବାଜ ପତ୍ନୀଙ୍କୁ ମାଡ ମାରିଥିଲେ । ଆଉ ତିନ ତଲାକ ଦେଇ ପତ୍ନୀକୁ ଘରୁ ବାହାର କରିଦେଇଥିଲେ। ପରେ ପତ୍ନୀ ପୁଣି ଘରକୁ ଯିବାରୁ ସ୍ବାମୀ ହତ୍ୟା କରିବାକୁ ଧମକ ଦେଇଥିଲେ। ଏହା ପରେ ପୀଡିତା ପୋଲିସ ଷ୍ଟେସନକୁ ଯାଇ ଅଭିଯୋଗ କରିଥିଲେ। ତାଙ୍କ ଅଭିଯୋଗ ପରେ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ କରିଛି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.