ETV Bharat / bharat

Champawat Bypoll: CM ଧାମିଙ୍କ ଐତିହାସିକ ବିଜୟ, ୫୪ ହଜାରରୁ ଅଧିକ ଭୋଟରେ ଜିତିଲେ ବାଜି - ଚମ୍ପାୱତ ଉପନିର୍ବାଚନ ଫଳାଫଳ

ଚମ୍ପାୱତ ଉପନିର୍ବାଚନରେ ମୁଖ୍ୟମନ୍ତ୍ରୀ ଧାମିଙ୍କ ଐତିହାସିକ ବିଜୟ । ଅଧିକ ପଢନ୍ତୁ

CHAMPAWAT BY ELECTION: ସିଏମ ଧାମିଙ୍କ ଐତିହାସିକ ବିଜୟ, ୫୪ ହଜାରରୁ ଅଧିକ ଭୋଟରେ ହାତେଇଲେ ଆସନ

author img

By

Published : Jun 3, 2022, 10:34 AM IST

Updated : Jun 3, 2022, 10:57 AM IST

ଡେରାଡୁନ: ଚମ୍ପାୱତ ଉପନିର୍ବାଚନ (Champawat By-Election)ରେ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଐତିହାସିକ ବିଜୟ । ୫୪ ହଜାରରୁ ଅଧିକ ଭୋଟରେ ସେ ଏହି ଆସନ ହାତେଇଛନ୍ତି । ଧାମି ନିଜ ପାରମ୍ପରିକ ବିଧାନସଭା ଆସନ ଖତିମାରୁ ନିର୍ବାଚନ ଲଢିଥିବା ବେଳେ କଂଗ୍ରେସର ଭୁବନ କାପଡ଼ି ତାଙ୍କୁ ମାତ୍‌ ଦେଇଥିଲେ । ଧାମି ନିଜ ଆସନରୁ ହାରିଥିଲେ ସତ ହେଲେ ନିଜ ସତ୍ତା ବଜାୟ ରଖିଥିଲେ । ଏହାପରେ ଧାମିଙ୍କୁ ମୁଖ୍ୟମନ୍ତ୍ରୀ ପଦ ଦିଆଯାଇଥିଲା ।

ବିଧାନସଭା ନିର୍ବାଚନ ଫଳାଫଳ ଆସିବା ପରେ ଉତ୍ତରାଖଣ୍ଡର ମୁଖ୍ୟମନ୍ତ୍ରୀ ପଦକୁ ନେଇ ରହିଥିଲା ସସପେନ୍ସ, ଯାହାକି ଗତ ମାର୍ଚ୍ଚ ୨୧ରେ ଶେଷ ହୋଇଥିଲା । ବିଜେପିର ବିଧାୟକ ଦଳ ବୈଠକରେ ପୁଷ୍କର ସିଂ ଧାମି ନେତା ଭାବରେ ନିର୍ବାଚିତ ହୋଇଥିଲେ । ବିଧାୟକ ଦଳର ନେତା ହେବା ପରେ ଧାମି ରାଜ୍ୟପାଳ ଗୁରୁମିତ ସିଂଙ୍କୁ ଭେଟିଥିଲେ । ମାର୍ଚ୍ଚ ୨୩ ତାରିଖରେ ସେ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଥିଲେ । ଧାମିଙ୍କ ନେତୃତ୍ବରେ ଉତ୍ତରାଖଣ୍ଡର ପ୍ରଗତି ହେବ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଥିଲେ । ଧାମିଙ୍କ ଶାସନ ଭାର ସମ୍ଭାଳିବାର ଅଭିଜ୍ଞତା ରହିଛି, ଯାହାକୁ ସେ ଗତ ୬ ମାସ ମଧ୍ୟରେ ପ୍ରମାଣ କରିଥିବା କହିଥିଲେ ରାଜନାଥ ।

ଚଳିତ ବର୍ଷ ମାର୍ଚ୍ଚରେ ହୋଇଥିବା ଉତ୍ତରାଖଣ୍ଡ ବିଧାନସଭା ନିର୍ବାଚନରେ ଧାମି ଖତିମା ଆସନରୁ ନିର୍ବାଚନ ହାରିଥିଲେ । କଂଗ୍ରେସର ଭୁବନ ଚନ୍ଦ କାପଡ଼ି ତାଙ୍କୁ ମାତ୍‌ ଦେଇଥିଲେ । ଚମ୍ପାୱତ ଆସନରୁ କୈଳାସ ଗେହତୋଡି ବିଜୟ ଲାଭ କରିଥିଲେ । ମାତ୍ର ମୁଖ୍ୟମନ୍ତ୍ରୀ ଧାମିଙ୍କ ପାଇଁ ସେ ଆସନରୁ ଇସ୍ତଫା ଦେଇଥିଲେ । ଗତ ଏପ୍ରିଲ ୨୧ ତାରିଖରେ ସେ ଇସ୍ତଫା ଦେଇଥିଲେ । ଚମ୍ପାୱତ ଆସନରୁ ନିର୍ବାଚନ ଲଢିବା ଧାମିଙ୍କ ଲାଗି ସୌଭାଗ୍ୟର ବିଷୟ ହେବ ବୋଲି କହି ସେ କୈଳାସଙ୍କୁ ଧନ୍ୟବାଦ ଜଣାଇଥିଲେ ।

ଚମ୍ପାୱତ ବିଜେପିର ମଜବୁତ ଗଡ଼ ବୋଲି କୁହାଯାଏ । ବିଧାନସଭା ନିର୍ବାଚନ ୨୦୨୨ରେ ବିଜେପି ବିଧାୟକ କୈଳାସ କଂଗ୍ରେସର ହେମେଶ ଖାର୍କୱଲଙ୍କୁ ୫୩୦୪ ଭୋଟରେ ହରାଇ ବାଜି ମାରିଥିଲେ । କୈଳାସଙ୍କୁ ୩୨ ହଜାର ୫୪୭ଟି ଭୋଟ ମିଳିଥିବା ବେଳେ ହେମେଶ ଖର୍କୱଲଙ୍କୁ ୨୭ ହଜାର ୨୪୩ଟି ଭୋଟ ମିଳିଥିଲା । କେବଳ କୈଳାସ ନୁହେଁ ଧାମିଙ୍କ ଲାଗି ଅନ୍ୟ ବିଜେପି ବିଧାୟକ ମାନେ ମଧ୍ୟ ଆସନ ଛାଡ଼ିବାକୁ ରାଜି ଥିଲେ ।

  • ଚମ୍ପାୱତରୁ କାହିଁକି ନିର୍ବାଚନ ଲଢିଲେ ଧାମି ?

ଖତିମା ବିଧାନସଭା ଆସନରୁ ପରାଜିତ ହେବା ପରେ ପୁଷ୍କର ସିଂ ଧାମିଙ୍କ ପାଇଁ ଆଉ ୬ ଜଣ ବିଧାୟକ ନିଜ ଆସନ ଖାଲି କରିବାକୁ ପ୍ରସ୍ତାବ ଦେଇଥିଲେ । ଚମ୍ପାୱତରୁ କୈଳାସ ଗେହତୋଡି, ଜାଗେଶ୍ବରରୁ ମୋହନ ମେହରା, ଲାଲକୁଆର ଡକ୍ଟର ମୋହନ ସିଂ ବିଷ୍ଟ, ରୁଡକିରୁ ପ୍ରଦୀପ ବତ୍ରା, ଖାନପୁରରୁ ଉମେଶ କୁମାର ଏବଂ ଡିଡିହାଟରୁ ବିଧାୟକ ବିଶନ ସିଂ ଚୁଫାଲ ଏଥିରେ ସାମିଲ ହୋଇଥିଲେ । ତେବେ ଏଠାରେ ପ୍ରଶ୍ନ ଉଠୁଛି ଧାମି କେବଳ ଚମ୍ପାୱତରୁ ହିଁ କାହିଁକି ନିର୍ବାଚନ ଲଢିଥିଲେ ? ଚମ୍ପାୱତ ଓ ଖତିମା ମଧ୍ୟରେ ଦୂରତା କମ । ଖତିମା ସହିତ ଚମ୍ପାୱତ ଠାରେ ମଧ୍ୟ ସେ ଖୁବ ସକ୍ରିୟ । ସେପଟେ ଏଠାରେ ଲଗାତାର ବିଜେପି ବିଜୟୀ ହୋଇଆସୁଥିବାରୁ ସେ ଏଠାରୁ ନିର୍ବାଚନ ଲଢିବାକୁ ନିଷ୍ପତ୍ତି ନେଇଥିଲେ ।

Last Updated : Jun 3, 2022, 10:57 AM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.