ETV Bharat / bharat

ବୁଧବାର ଶପଥ ନେବେ ଧାମି, ଦ୍ବିତୀୟ ଥର ପାଇଁ ଆରମ୍ଭ କରିବେ ଇନିଂସ

ଆସନ୍ତାକାଲି ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂ ଧାମି । ଅପରାହ୍ନ ୩ ଟା ୩୦ରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Mar 22, 2022, 11:05 AM IST

ଆସନ୍ତାକାଲି ଶପଥ ନେବେ ଧାମି
ଆସନ୍ତାକାଲି ଶପଥ ନେବେ ଧାମି

ଡେରାଡୁନ: ଆସନ୍ତାକାଲି (ବୁଧବାର) ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ଭାବେ ଶପଥ ନେବେ ପୁଷ୍କର ସିଂ ଧାମି । ଅପରାହ୍ନ ୩ଟା ୩୦ରେ ଡେରାଡୁନର ପ୍ୟାରେଡ ଗ୍ରାଉଣ୍ଡରେ ଶପଥ ଗ୍ରହଣ କାର୍ଯ୍ୟକ୍ରମ ହେବା ନେଇ ସୂଚନା ମିଳିଛି । ଦ୍ବିତୀୟ ଥର ପାଇଁ ଇନିଂସ ଆରମ୍ଭ କରିବା ସହ କ୍ୟାବିନେଟ ମନ୍ତ୍ରୀଙ୍କ ସହିତ ଶପଥ ନେବେ ପୁଷ୍କର ସିଂ ଧାମି ।

ନିର୍ବାଚନ ଫଳାଫଳ ପରେ କିଏ ଉତ୍ତରାଖଣ୍ଡ ମୁଖ୍ୟମନ୍ତ୍ରୀ ହେବ ସେ ନେଇ ସସ୍ପେନ୍ସ ଲାଗି ରହିଥିଲା । ଗତକାଲି (ସୋମବାର) ଆୟୋଜିତ ବିଜେପି ବିଧାୟକ ଦଳ ବୈଠକରେ ବିଜେପି ପୂର୍ବତନ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମିଙ୍କ ଉପରେ ଆସ୍ଥା ଜାହିର କରିଥିଲା । ଦେବଭୂମିର ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି ହେବେ ବୋଲି ଘୋଷଣା କରିଥିଲା । ବିଧାୟକ ଦଳଙ୍କ ସର୍ବ ସମ୍ମତିକ୍ରମେ ଧାମିଙ୍କୁ ନେତା ବଛା ଯାଇଥିଲା । କେନ୍ଦ୍ର ପର୍ଯ୍ୟବେକ୍ଷକ ରାଜନାଥ ସିଂ ଏବଂ ଉପପର୍ଯ୍ୟବେକ୍ଷକ ମୀନାକ୍ଷୀ ଲେଖୀ ବୈଠକରେ ଉପସ୍ଥିତ ଥିଲେ ।

ମୁଖ୍ୟମନ୍ତ୍ରୀ ଭାବେ ଧାମିଙ୍କ ନାମ ଘୋଷଣା କରି ରାଜନାଥ କହିଥିଲେ, ମାତ୍ର ୬ ମାସ ମୁଖ୍ୟମନ୍ତ୍ରୀ ଦାୟିତ୍ବ ତୁଲାଇ ରାଜ୍ୟରେ ଏକ ଭିନ୍ନ ଛାପ ଛାଡି ପାରିଛନ୍ତି ଧାମି । ତେଣୁ ତାଙ୍କୁ ରାଜ୍ୟବାସୀ ପସନ୍ଦ କରିଛନ୍ତି । ପୁଣିଥରେ ତାଙ୍କୁ ମୁଖ୍ୟମନ୍ତ୍ରୀ କରାଇ ରାଜ୍ୟର ବିକାଶ ଧାରା ଆଗକୁ ନେଇ ହେବ ବୋଲି କହିଥିଲେ ରାଜନାଥ ।

ମୁଖ୍ୟମନ୍ତ୍ରୀ ଦୌଡରେ ଧାମିଙ୍କ ସମେତ ସତପାଲ ମହାରାଜ, ପୂର୍ବତନ କେନ୍ଦ୍ରମନ୍ତ୍ରୀ ରମେଶ ପୋଖରିଆଲ ନିଶଙ୍କ ମଧ୍ୟ ଥିଲେ । ଧାମି ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ଭୂବନ କାପଡିଙ୍କ ଠାରୁ ପରାସ୍ତ ହୋଇଥିଲେ । ତେଣୁ ଧାମି ରାଜ୍ୟର ମୁଖିଆ ହେବେ କି ନାହିଁ ସେ ନେଇ ସସ୍ପେନ୍ସ ଲାଗି ରହିଥିଲା । ପ୍ରକାଶ ଥାଉ କି ସଦ୍ୟ ସମାପ୍ତ ବିଧାନସଭା ନିର୍ବାଚନରେ ଉତ୍ତରାଖଣ୍ଡରେ ୭୦ଟି ଆସନରୁ ବିଜେପି ୪୭, କଂଗ୍ରେସ ୧୯ଟି ସିଟ ହାସଲ କରିଥିଲା ।

@ANI

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.