ETV Bharat / bharat

Uttarakhand Polls: ଡୋର୍ ଟୁ ଡୋର୍ କ୍ୟାମ୍ପେନ କଲେ ଧାମି, ପୁଷ୍ପବର୍ଷା କଲେ ଲୋକେ - ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ

ଡୋର୍ ଟୁ ଡୋର୍ କ୍ୟାମ୍ପେନ କଲେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି । ପୁଷ୍ପବର୍ଷା କରି ସ୍ବାଗତ କଲେ ଲୋକେ । ଅଧିକ ପଢନ୍ତୁ

Uttarakhand Polls: ଡୋର୍ ଟୁ ଡୋର୍ କ୍ୟାମ୍ପେନ କଲେ ଧାମି

author img

By

Published : Feb 5, 2022, 5:11 PM IST

ଡେରାଡୁର: ଦେବଭୂମିରେ ସରଗରମ୍ ରହିଛି ରାଜନୈତିକ ପାଣିପାଗ । ବିଧାନସଭା ନିର୍ବାଚନ ତାରିଖ ପାଖେଇବା ସହ ପ୍ରାର୍ଥୀଙ୍କ ପ୍ରଚାରରେ କମ୍ପୁଛି ରାଜ୍ୟ । କ୍ଷମତା ଅକ୍ତିଆର ଲକ୍ଷ୍ୟରେ ଦଳ ବଳ ସହ ପ୍ରଚାର ମୈଦାନକୁ ଓହ୍ଲାଉଛନ୍ତି ହେଭିୱେଟ୍ ନେତା । ଏହି କ୍ରମରେ ମୁଖ୍ୟମନ୍ତ୍ରୀ ପୁଷ୍କର ସିଂହ ଧାମି ମଧ୍ୟ କ୍ଷମତା ବଜାୟ ରଖିବାକୁ ନିଜ ପ୍ରଚାରକୁ ଜୋରଦାର୍ କରିଛନ୍ତି । ଆଜି ଧାମି ତାନକପୁରର ବିଭିନ୍ନ ଅଞ୍ଚଳରେ ଡୋର୍ ଟୁ ଡୋର୍ କ୍ୟାମ୍ପେନ ଚଳାଇଛନ୍ତି । କ୍ୟାମ୍ପେନିଂ ସମୟରେ ଲୋକେ ଧାମିଙ୍କ ଉପରେ ପୁଷ୍ପବର୍ଷା କରି ସ୍ବାଗତ କରୁଥିବାର ଦେଖାଯାଇଛି ।

ପ୍ରଚାର ସମୟରେ ଧାମି ଗଣମାଧ୍ୟମକୁ କହିଛନ୍ତି, ରାଜ୍ୟରେ ମେଡିକାଲ କଲେଜ, ଏମ୍ସ ପ୍ରତିଷ୍ଠା ଭଳି ସ୍ବାସ୍ଥ୍ୟ ଭିତ୍ତିଭୂମି ସହ ବିଜୁଳି, ରାସ୍ତାଘାଟ ଆଦି ମୌଳିକ ସୁବିଧା ଯୋଗାଇ ଦିଆଯାଇଛି । ପ୍ରତିଟି କ୍ଷେତ୍ରରେ ଏବେ ଆମ ରାଜ୍ୟ ଏକ ନମ୍ବର । ବର୍ତ୍ତମାନ ତାନକପୁରରୁ ଅଯୋଧ୍ୟା ଯାଏଁ ରେଳ ସେବା ଆରମ୍ଭ କରିବାକୁ ରାଜ୍ୟ ସରକାର ରେଳ ମନ୍ତ୍ରଣାଳୟକୁ ଅନୁରୋଧ କରିଛନ୍ତି । ଏବେ ତାନକପୁରରୁ ଅନ୍ୟ ସହରର ଟ୍ରେନ ଚଳାଚଳ କରୁଥିବାବେଳେ ଏଠାରୁ ଅଯୋଧ୍ୟାକୁ ରେଳ ଲାଇନ ସମ୍ପ୍ରସାରଣ କରିବାକୁ ଆମେ ଦାବି କରିଛୁ । ଏହାଦ୍ବାରା ଅଯୋଧ୍ୟାକୁ ଯାତାୟତ ଆହୁରି ସୁଗମ ହେବ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ । ପ୍ରକାଶଥାଉ କି, ଆସନ୍ତା ୧୪ ତାରିଖରେ ଉତ୍ତରଖଣ୍ଡରେ ଗୋଟିଏ ମତଦାନ ହେବ ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.