ETV Bharat / bharat

Punjab poll: ଦୁଇଟି ଆସନରୁ ଲଢିବେ ମୁଖ୍ୟମନ୍ତ୍ରୀ ଚନ୍ନି - ପଞ୍ଜାବରେ କଂଗ୍ରେସର ତୃତୀୟ ପର୍ଯ୍ୟାୟ ପ୍ରାର୍ଥା ତାଲିକା

ଦୁଇଟି ଆସନରୁ ନିର୍ବାଚନ ଲଢିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚନ୍ନି । ତୃତୀୟ ପର୍ଯ୍ୟାୟ ତାଲିକାରେ ଚନ୍ନିଙ୍କୁ ସ୍ଥାନ ଦେଇଛି ଦଳ । ପୁଣି ତେଜିବାରେ ଲାଗିଲା ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଚର୍ଚ୍ଚା । ଅଧିକ ପଢନ୍ତୁ

Punjab poll: ଦୁଇଟି ଆସନରୁ ଲଢବେ ମୁଖ୍ୟମନ୍ତ୍ରୀ ଚନ୍ନି

author img

By

Published : Jan 30, 2022, 8:12 PM IST

ନୂଆଦିଲ୍ଲୀ: ଦୁଇଟି ଆସନରୁ ନିର୍ବାଚନ ଲଢିବେ ପଞ୍ଜାବ ମୁଖ୍ୟମନ୍ତ୍ରୀ ଚରଣଜିତ ସିିିଂ । ଆଜି କଂଗ୍ରେସ ଜାରି କରିଥିବା ତୃତୀୟ ପର୍ଯ୍ୟାୟ ତାଲିକାରେ ମଧ୍ୟ ଚନ୍ନିଙ୍କ ନାମ ଘୋଷଣା କରାଯାଇଛି । ପୂର୍ବରୁ ଚମକୌର ସାହିବ ଆସନରୁ ବିଧାନସଭା ନିର୍ବାଚନ ମୈଦାନକୁ ଓହ୍ଲାଇଥିବା ଚନ୍ନି ଦ୍ବିତୀୟ ଆସନ ଭାବେ ଭଦୌର ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ୱନ୍ଦ୍ୱିତା କରିବା ନେଇ ନିଷ୍ପତ୍ତି ନେଇଛି ।

ଆଜି କଂଗ୍ରେସ ତୃତୀୟ ପର୍ଯ୍ୟାୟ ତାଲିକାରେ ଆଠ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରିଛି । ତେବେ ଏହି ତାଲିକା ପ୍ରକାଶ ପାଇବା ପରେ ପଞ୍ଜାବ ବିଧାନସଭା ନିର୍ବାଚନର ଅନ୍ୟତମ ପ୍ରମୁଖ ପ୍ରତିଦ୍ବନ୍ଦୀ ଭାବେ ମୈଦାନରେ ଥିବା ଆପ ମୁଖ୍ୟ କେଜ୍ରିଓ୍ବାଲ କଂଗ୍ରେସକୁ ସମାଲୋଚନା କରିଛନ୍ତି । ପୂର୍ବରୁ ଏମତି କିଛି ହୋଇପାରେ ବୋଲି ମଧ୍ୟ ପୂର୍ବନୂମାନ କରି କେଜ୍ରିଓ୍ବାଲ କହିଥିଲେ, ଚନ୍ନି ଚମକୌର ସାହିବ ଆସନରୁ ନିର୍ବାଚନ ହାରିବାକୁ ଯାଉଛନ୍ତି । ଆଜି କଂଗ୍ରେସ ଦୁଇଟି ଆସନରୁ ତାଙ୍କୁ ପ୍ରତିଦ୍ୱନ୍ଦ୍ୱିତା କରାଇବ ବୋଲି ଘୋଷଣା କରିବା ପରେ ଆପର ଆକଳନ ସଠିକ ଥିଲା ବୋଲି ଟ୍ବିଟ କରି କହିଛନ୍ତି କେଜ୍ରିଓ୍ବାଲ ।

  • मैंने कहा था कि हमारे सर्वे के मुताबिक़ चन्नी जी चमकौर साहिब से हार रहे हैं। आज कांग्रेस ने एलान किया है कि वो दो सीटों से चुनाव लड़ेंगे। इसका मतलब सर्वे सच है?

    — Arvind Kejriwal (@ArvindKejriwal) January 30, 2022 " class="align-text-top noRightClick twitterSection" data=" ">

ତେବେ ପଞ୍ଜାବ କଂଗ୍ରେସରେ କ୍ଷମତା କନ୍ଦଳ କିଛି ନୂଆ ପ୍ରସଙ୍ଗ ନୁହେଁ । ପ୍ରଦେଶ କଂଗ୍ରେସ ଅଧ୍ୟକ୍ଷ ନବଜ୍ୟୋତ ସିଂ ସିଦ୍ଧୁଙ୍କ ସହ ବିବାଦ ହେତୁ ପୂର୍ବତନ ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂ ପଦ ଛାଡିଥିଲେ । ତେବେ ଚଳିତ ବର୍ଷ ବିଧାନସଭା ନିର୍ବାଚନରେ ମଧ୍ୟ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନେଇ କନ୍ଦଳ ମଧ୍ୟ ଲାଗି ରହିଛି ।

  • The CEC has selected the following candidates for the ensuing general elections to the Legislative Assembly of Punjab pic.twitter.com/U73t8lFzi7

    — INC Sandesh (@INCSandesh) January 30, 2022 " class="align-text-top noRightClick twitterSection" data=" ">

ଖୁବଶୀଘ୍ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ସ୍ପଷ୍ଟ ହେବା ନେଇ ରାହୁଲ ଗାନ୍ଧି କହିସାରିଥିବା ବେଳେ ପ୍ରଦେଶ କଂଗ୍ରେସ ମୁଖ୍ୟ ସିଦ୍ଧୁ ମଧ୍ୟ ଆଶାୟୀ ତାଲିକାରେ ରହିଛନ୍ତି । ତେବେ ଆଜି ମୁଖ୍ୟମନ୍ତ୍ରୀ ଚନ୍ନିଙ୍କୁ ଦୁଇ ଆସନରୁ ନିର୍ବାଚନ ଲଢିବା ନିଷ୍ପତ୍ତି ପରେ କଂଗ୍ରେସ ଶିବିରର ସମୀକରଣ ବଦଳିବାରେ ଲାଗିଥିବା ପରି ଅନୁମେୟ ହେଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.