ETV Bharat / bharat

ପାକିସ୍ତାନ ଦୂତାବାସରେ ପଞ୍ଜାବ ଅଧ୍ୟାପିକାଙ୍କୁ ନିର୍ଯାତନା, ଭିସା ପାଇଁ କରିଥିଲେ ଆବେଦନ - sexual favours for visa

ନୂଆଦିଲ୍ଲୀ ସ୍ଥିତ ପାକିସ୍ତାନ ଦୂତାବାସରେ ପାକ ଅଧିକାରୀଙ୍କ ଦ୍ବାରା ନିର୍ଯାତନାର ଶିକାର ହେଲେ ପଞ୍ଜାବ ଅଧ୍ୟାପିକା । ଲାହୋରରେ ଏକ ସେମିନାରରେ ଯୋଗ ଦେବାକୁ ପାକିସ୍ତାନ ଭିସା ପାଇଁ ଯାଇଥିଲେ ଦୂତାବାସ । ଅଧିକ ପଢନ୍ତୁ

ପଞ୍ଜାବ ମହିଳାଙ୍କ ସାଙ୍ଘାତିକ ଅଭିଯୋଗ
ପଞ୍ଜାବ ମହିଳାଙ୍କ ସାଙ୍ଘାତିକ ଅଭିଯୋଗ
author img

By

Published : Jan 12, 2023, 9:03 PM IST

ହାଇଦ୍ରାବାଦ: ନୂଆଦିଲ୍ଲୀରେ ଅବସ୍ଥାପିତ ପାକିସ୍ତାନ ଦୂତାବାସରେ ଜଣେ ଅଧ୍ୟାପିକାଙ୍କୁ ପାକ ଅଧିକାରୀ ନିର୍ଯାତନା ଦେଇଛନ୍ତି । ପାକିସ୍ତାନ ଉଚ୍ଚାୟୁକ୍ତ କାର୍ଯ୍ୟାଳୟର 2 ଅଧିକାରୀଙ୍କ ବିରୋଧରେ ପଞ୍ଜାବର ଜଣେ ଅଧ୍ୟାପିକା ଏପରି ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । କୌଣସି କାର୍ଯ୍ୟ ପାଇଁ ମହିଳାଜଣଙ୍କ ପାକିସ୍ତାନ ଯିବା ପାଇଁ ଚାହୁଁଥିବା ବେଳେ ସେ ଭିସା ଓ ଅନ୍ୟ କିଛି କାଗଜପତ୍ର ସମ୍ପର୍କିତ କାର୍ଯ୍ୟ ପାଇଁ ପାକିସ୍ତାନ ଦୂତାବାସକୁ ଯାଇଥିଲେ । ସେଠାରେ କାର୍ଯ୍ୟରତ ପାକ ଅଧିକାରୀ ତାଙ୍କୁ ଏକାଧିକ ଅଶ୍ଳୀଳ ପ୍ରଶ୍ନ ପଚାରିବା ସହ ନିର୍ଯାତନା ଦେଇଥିଲେ । ଏନେଇ ସମ୍ପୃକ୍ତ ମହିଳା ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କୁ ଚିଠି ଲେଖି ଅଭିଯୋଗ କରିଛନ୍ତି ।

ମହିଳାଜଣଙ୍କ ଜଣେ ଅଧ୍ୟାପିକା । ତେବେ ଘଟଣା ଗତବର୍ଷ ଜୁନ ମାସରେ ଘଟିଥିଲା । ମହିଳାଜଣଙ୍କ ପାକିସ୍ତାନ ଲାହୋରର ଏକ ବିଶ୍ବବିଦ୍ୟାଳୟରେ ଆଯୋଜିତ ଆଲୋଚନାଚକ୍ରରେ ଅଂଶଗ୍ରହଣ କରିବା ପାଇଁ ନିମନ୍ତ୍ରିତ ହୋଇଥିଲେ । ଏଥିପାଇଁ ଆବଶ୍ୟକ ହେଉଥିବା ଭିସା ପାଇଁ ସେ ଦିଲ୍ଲୀସ୍ଥିତ ପାକିସ୍ତାନ ଉଚ୍ଚାୟୁକ୍ତଙ୍କ କାର୍ଯ୍ୟାଳୟକୁ ଯାଇଥିଲେ । ଯେଉଁଠାରେ ତାଙ୍କୁ ପାକିସ୍ତାନ ଗସ୍ତର କାରଣ ସମ୍ପର୍କରେ ପଚରାଯାଇଥିଲା । ମହିଳା ଜଣେ ବୃତ୍ତିଗତ ଅଧ୍ୟାପିକା ଓ ସେ ପାକିସ୍ତାନର ଏକ ବିଶ୍ବବିଦ୍ୟାଳୟ ଦ୍ବାରା ନିମନ୍ତ୍ରିତ ହୋଇଥିବା ପାକ ଅଧିକାରୀଙ୍କୁ ଅବଗତ କରିଥିଲେ ।

ତେବେ ଏବେ ପାକିସ୍ତାନରେ ରାଜନୈତିକ ଅସ୍ଥିରତା ଜାରି ରହିଥିବାରୁ ଭିସା ମିଳିବା ସମ୍ଭବପର ନୁହେଁ ବୋଲି ମହିଳାଙ୍କୁ ଦୂତାବାସ ଅଧିକାରୀ କହିଥିଲେ । ତେବେ ମହିଳାଜଣଙ୍କ କାର୍ଯ୍ୟାଳୟରୁ ବାହାରିବା ବେଳକୁ ଅନ୍ୟ ଜଣେ ଅଧିକାରୀ ତାଙ୍କୁ ଅଟକାଇଥିଲେ । ତାଙ୍କ କାଗଜପତ୍ର ପୁଣି ଥରେ ଯାଞ୍ଚ କରିବା ସହ ଏକାଧିକ ଆପତ୍ତିଜନକ ପ୍ରଶ୍ନ ମଧ୍ୟ କରିଥିଲେ । ସେ କାହିଁକି ବର୍ତ୍ତମାନ ପର୍ଯ୍ୟନ୍ତ ବିବାହ କରିନାହାନ୍ତି ? କେମିତି ସେ ଅବିବାହିତ ରହିଲେ ବୋଲି ପାକ ଅଧିକାରୀ ପ୍ରଶ୍ନ କରିଥିଲେ । ତେବେ ମହିଳାଜଣଙ୍କ ଏପରି ଆପତ୍ତିଜନକ ପ୍ରଶ୍ନକୁ ଏଡାଇବାକୁ ପ୍ରୟାସ କରିଥିଲେ ସୁଦ୍ଧା ତାଙ୍କୁ ଘଣ୍ଟାଧିକ କାଳ ଅଟକାଯାଇ ବାରମ୍ବାର ଏକାଧିକ ବ୍ୟକ୍ତିଗତ ତଥା ଅଶ୍ଳୀଳ ପ୍ରଶ୍ନ ପଚାରି ଚାଲିଥିଲେ ପାକିସ୍ତାନ ଅଧିକାରୀ ।

ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ କାର୍ଯ୍ୟାଳୟରେ ଦୁଇ ଅଧିକାରୀ ଏକାଧିକ ଘଣ୍ଟା ଅଟକାଇ ରଖିଥିଲେ । ଏପରିକି ପରେ ତାଙ୍କ ସହ ସମ୍ପୃକ୍ତ ଅଧିକାରୀ ହ୍ବାଟ୍ସଆପ ଯୋଗେ ଯୋଗାଯୋଗ କରିବା ସହ କିଛି ଆପତ୍ତିଜନକ ବାର୍ତ୍ତା ମଧ୍ୟ ପ୍ରେରଣ କରିଥିଲ । ଯାହାର ଏକ ସ୍କ୍ରିନସଟ ମଧ୍ୟ ଥିବା ମହିଳା ଦାବି କରିଛନ୍ତି ।

ତେବେ ସେ ପ୍ରଥମେ ଘଟଣା ସମ୍ପର୍କରେ ପାକିସ୍ତାନର ଏକ ଅନଲାଇନ ପୋର୍ଟାଲରେ ଅଭିଯୋଗ କରିଥିଲେ । ପରେ ସେ ପାକିସ୍ତାନ ବୈଦେଶିକ ମନ୍ତ୍ରୀ ବିଲାଓ୍ବଲ ଭୁଟ୍ଟୋଙ୍କୁ ମଧ୍ୟ ଏନେଇ ଚିଠି ଲେଖି ଅବଗତ କରିଥିଲେ ସୁଦ୍ଧା ଘଟଣାରେ ଇସଲାମାବାଦ କୌଣସି ତତ୍ପରତା ପ୍ରକାଶ କରିନଥିଲା । ଏବେ ମହିଳାଜଣଙ୍କ ବୈଦେଶିକ ମନ୍ତ୍ରୀ ଏସ. ଜୟଶଙ୍କରଙ୍କୁ ଅଭିଯୋଗ କରିବା ସହ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ନିବେଦନ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.