ETV Bharat / bharat

Punjab Assembly Polls: ଆଜି ନୂଆ ଦଳ ଘୋଷଣା କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା ! - ସଂଯୁକ୍ତ କିଷାନ ମୋର୍ଚ୍ଚା ନୂଆ ଦଳ ଘୋଷଣା

ପାଖେଇ ଆସୁଛି ପଞ୍ଜାବ ବିଧାନସଭା ଲଢେଇ । ନିର୍ବାଚନରେ ପ୍ରତିଦ୍ବନ୍ଦିତା ପାଇଁ ଆଜି ନିଜର ନୂଆ ରାଜନୈତିକ ଦଳ ଘୋଷଣା କରିପାରେ ସଂଯୁକ୍ତ କିଷାନ ମୋର୍ଚ୍ଚା । ଅଧିକ ପଢନ୍ତୁ

Punjab Assembly Polls: ଆଜି ନିଜର ନୂଆ ଦଳ ଘୋଷଣା କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା !

author img

By

Published : Dec 25, 2021, 9:06 AM IST

ଚଣ୍ଡୀଗଡ: ଆଗକୁ ଆସୁଛି ପଞ୍ଜାବ ବିଧାନସଭା ଲଢେଇ(Punjab Assembly Polls) । ପଞ୍ଜାବକୁ କବଜା କରିବାକୁ ବିଜେପି ଏବଂ କଂଗ୍ରେସ ରଣନୀତି ପ୍ରସ୍ତୁତ କରୁଥିବାବେଳେ ଆଜି ଏହି ଲଢେଇରେ ସାମିଲ ହେବା ଲାଗି ନିଜର ନୂଆ ରାଜନୈତିକ ଦଳ ଘୋଷଣା କରିପାରେ ସଂଯୁକ୍ତ କିଷାନ ମୋର୍ଚ୍ଚା (SKM) । ପଞ୍ଜାବ SKM ଆଜି ନିଜର ନବଗଠିତ ଦଳ ସମ୍ପର୍କରେ ଘୋଷଣା କରିବା ନେଇ ସୂଚନା ମିଳିଛି । ଚଣ୍ଡୀଗଡ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଜରିଆରେ SKMର ରାଷ୍ଟ୍ରୀୟ ଅଧ୍ୟକ୍ଷ ଗୁରନାମ ସିଂ ନିଜର ଦଳ ନାମ ସାର୍ବଜନୀନ କରିପାରନ୍ତି ।

ଆସନ୍ତା ବର୍ଷ ଆରମ୍ଭରୁ ପଞ୍ଜାବ ସମେତ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ଗୋଆ ଏବଂ ମଣିପୁର ଆଦି ୫ଟି ରାଜ୍ୟରେ ନିର୍ବାଚନ ଅନୁଷ୍ଠିତ ହେବ । ନିର୍ବାଚନରେ ବାଜିମାତ୍ ପାଇଁ ଏବେଠୁ ରାଜନୈତିକ ଦଳମାନେ ସଜବାଜ ହେଉଥିବାବେଳେ ଏବେ ପଞ୍ଜାବ ନିର୍ବାଚନରେ ପ୍ରତିଦ୍ବନ୍ଦିତା କରିବ ସଂଯୁକ୍ତ କିଷାନ ମୋର୍ଚ୍ଚା । ଯାହା ସୂଚନା ରହିଛି, ପଞ୍ଜାବରେ ଥିବା ୩୨ରୁ ପ୍ରାୟ ୨୫ କୃଷକ ସଙ୍ଗଠନ ସଂଯୁକ୍ତ କିଷାନ ମୋର୍ଚ୍ଚା ଦ୍ବାରା ନବଗଠିତ ରାଜନୈତିକ ଦଳର ଅଂଶ ହୋଇପାରନ୍ତି । ଏହି ପ୍ରସଙ୍ଗରେ ଗୁରୁବାର ଏବଂ ଶୁକ୍ରବାର କୃଷକ ସଙ୍ଗଠନଗୁଡିକ ପକ୍ଷରୁ ମାରାଥନ ବୈଠକ କରାଯାଇଛି । ଯେଉଁ କୃଷକ ସଙ୍ଗଠନଗୁଡିକ ପୂର୍ବରୁ ନିର୍ଦ୍ଧିଷ୍ଟ ରାଜନୈତିକ ଦଳ ସହ ସାମିଲ ଅଛନ୍ତି, ସେଗୁଡିକ ପଞ୍ଜାବ ଏସକେଏମର ନବଗଠିତ ଦଳରେ ଯୋଗ ଦେଇନପାରନ୍ତି ।

ପଞ୍ଜାବ ନିର୍ବାଚନ ବିଶେଷ ରୋଚକପୂର୍ଣ୍ଣ ହେବାକୁ ଯାଉଛି । ବିଜେପି ଓ କଂଗ୍ରେସର ଛକାପଞ୍ଝା ମଧ୍ୟରେ ବିଧାନସଭାର ସବୁ ଆସନ ପାଇଁ SKMର ନୂଆ ଦଳ ପ୍ରତିଦ୍ବନ୍ଦିତା କରିବ ବୋଲି ଗୁରନାମ ସିଂ ପ୍ରକାଶ କରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.