ETV Bharat / bharat

କେଜ୍ରୀଓ୍ବାଲଙ୍କୁ ଘେରିଲେ ସିଦ୍ଧୁ, କହିଲେ ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବ ଚଳାଇବାକୁ ଚାହୁଁଛି AAP - କେଜ୍ରୀଓ୍ବାଲଙ୍କୁ ଘେରିଲେ ସିଦ୍ଧୁ

କେଜ୍ରୀଓ୍ବାଲଙ୍କୁ ଘେରିଲେ ସିଦ୍ଧୁ, କହିଲେ ପଞ୍ଜାବକୁ ରିମୋର୍ଟ କଣ୍ଟ୍ରୋଲରେ ଚଳାଇବା ମସୁଧା ରଖିଛନ୍ତି ଆପ ମୁଖ୍ୟ କେଜ୍ରୀଓ୍ବାଲ । ସଫଳ ହେବାକୁ ଦେବେନି ପଞ୍ଜାବବାସୀ । ଅଧିକ ପଢନ୍ତୁ

Punjab Polls: କେଜ୍ରୀଓ୍ବାଲଙ୍କୁ ଘେରିଲେ ସିଦ୍ଧୁ, କହିଲେ ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବ ଚଳାଇବାକୁ ଚାହୁଁଛି AAP

author img

By

Published : Jan 22, 2022, 10:48 PM IST

ଚଣ୍ଡିଗଡ଼: ପଞ୍ଜାବରେ କ୍ଷମତାସୀନ କଂଗ୍ରେସକୁ କଡା ଟକ୍କର ଦେବା ପାଇଁ ମୈଦାନରେ କେଜ୍ରୀଓ୍ବାଲଙ୍କ ଆମ ଆଦମୀ ପାର୍ଟି (AAP) । ତେବେ ନିର୍ବାଚନ ମୈଦାନ ଯେତିକି ଉଷ୍ମ ହେବାରେ ଲାଗିଛି, ପ୍ରଚାର ସାଙ୍ଗକୁ ଆରୋପ ପ୍ରତ୍ୟାରୋପ ମଧ୍ୟ ଅନୁରୂପ ଭାବେ ବଢିବାରେ ଲାଗିଛି ।

ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ ଆଜି ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲଙ୍କୁ ଟାର୍ଗେଟ କରିଥିବା ନଜର ଆସିଛନ୍ତି । କେଜ୍ରୀଓ୍ବାଲ ପଞ୍ଜାବବାସୀଙ୍କୁ ମିଥ୍ୟା କହି ପଥଭ୍ରଷ୍ଟ କରିବାକୁ ବସିଛନ୍ତି । ଚଳିତ ନିର୍ବାଚନରେ ପଞ୍ଜାବର ଶାସନ କ୍ଷମତା ହାତେଇବା ପରେ ଦିଲ୍ଲୀରୁ ବସି ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବର ସରକାର ଚଳାଇବାକୁ କେଜ୍ରୀଓ୍ବାଲ ମସୁଧା ରଖିଥିବା କହି ଟାର୍ଗେଟ କରିଛନ୍ତି ସିଦ୍ଧୁ ।

ସିଦ୍ଧୁ କହିଛନ୍ତି ଆପ ମୁଖ୍ୟ ଅରବିନ୍ଦ କେଜ୍ରୀଓ୍ବାଲ ପଞ୍ଜାବବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି । ତାଙ୍କ ଦଳର ଅନେକ ନେତା କଂଗ୍ରେସରେ ଯୋଗ ଦେଇଛନ୍ତି । ଏଥର ଦଳ ପଞ୍ଜାବରେ ଯେଉଁ ସ୍ବପ୍ନ ଦେଖିଛି ତାହା କେବେ ହେଲେ ସଫଳ ହେବ ନାହିଁ ।

ସେହିପରି ସିଦ୍ଧୁ AAP ପଞ୍ଜାବ ପାଇଁ ଘୋଷଣା କରିଥିବା ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗଓ୍ବନ୍ତ ମାନଙ୍କୁ ମଧ୍ୟ ସମାଲୋଚନା କରିବାର ଅବସର ଛାଡି ନାହାନ୍ତି । କେଜ୍ରିୱାଲଙ୍କ ପରାମର୍ଶ ବିନା ଭଗଓ୍ବନ୍ତ ମାନ କୈଣସି ସାମ୍ବାଦିକ ସମ୍ମିଳନୀ କରିପାରିବେ ନାହିଁ କିମ୍ବା କୌଣସି ବିବୃତ୍ତି ମଧ୍ୟ ରଖିପାରିବେ ନାହିଁ ବୋଲି ସିଦ୍ଧୁ କହିଛନ୍ତି । ଏଥିରୁ ସ୍ପଷ୍ଟ ଅନୁମେୟ ହେଉଛି ଯେ, କେଜ୍ରୀଓ୍ବାଲ କେବଳ ରିମୋର୍ଟ କଣ୍ଟ୍ରୋଲରେ ପଞ୍ଜାବ ଚଳାଉବାକୁ ଉଦ୍ଦେଶ୍ୟ ରଖିଛନ୍ତି ।

ନିର୍ବାଚନୀ ଜନସଭାରେ ପଞ୍ଜାବବାସୀଙ୍କୁ ମିଥ୍ୟା ପ୍ରତିଶ୍ରୁତି ଦେବାରେ ଲାଗିଛନ୍ତି କେଜ୍ରୀଓ୍ବାଲ । ସେହିପରି ନିଜ ଦଳ କଂଗ୍ରେସ ପାଇଁ ସିଦ୍ଧୁ କହିଛନ୍ତି ସେ, କଂଗ୍ରେସ ଏକ ରୋଡମ୍ୟାପ ଆଣିଛି ଯାହା ପଞ୍ଜାବର ଯୁବକମାନଙ୍କୁ ସାହାଯ୍ୟ କରିବ । ସେ ଆଶା କରିଛନ୍ତି ଏଥର ପଞ୍ଜାବବାସୀ ଆଉ ଏକ ସୁଯୋଗ ଦେବେ ଏବଂ କଂଗ୍ରେସ ଏଠାରେ ସରକାର ଗଠନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.