ETV Bharat / bharat

ଅମୃତସର-ଇଷ୍ଟରୁ ନାମାଙ୍କନ ଭରିଲେ ସିଦ୍ଧୁ

author img

By

Published : Jan 29, 2022, 3:22 PM IST

ଅମୃତସର-ଇଷ୍ଟ ବିଧାନସଭା ଆସନରୁ ନାମାଙ୍କନ ଭରିଲେ ପଞ୍ଜାବ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ । ମୁଖ୍ୟ ପ୍ରତିଦ୍ବନ୍ଦୀ ହେବେ ଅକାଳୀ ଦଳର ବରିଷ୍ଠ ନେତା ବିକ୍ରମ ସିଂ ମନଜିତିଆ । ଅଧିକ ପଢନ୍ତୁ

ଅମୃତସର-ପୂର୍ବ ଆସନରୁ ନାମାଙ୍କନ ଭରିଲେ ସିଦ୍ଧୁ

ଚଣ୍ଡିଗଡ: ପଞ୍ଜାବ ବିଧାନସଭା ପାଇଁ ଜାରି ରହିଛି ପ୍ରାର୍ଥୀଙ୍କ ନାମାଙ୍କନ ପତ୍ର ଦାଖଲ । ଆଜି ପ୍ରଦେଶ କଂଗ୍ରେସ ମୁଖ୍ୟ ନବଜ୍ୟୋତ ସିଂ ସିଦ୍ଧୁ ଅମୃତସର-ଇଷ୍ଟ ବିଧାନସଭା ଆସନରୁ ନାମାଙ୍କନ ପତ୍ର ଦାଖଲ କରିଛନ୍ତି । ନିଜ ସମର୍ଥକଙ୍କ ସହ ଆସି ସିଦ୍ଧୁ ଆଜି ପୂର୍ବାହ୍ନରେ ନାମାଙ୍କନ ପତ୍ର ଦାଖଲ କରିଛନ୍ତି ।

ସିଦ୍ଧୁ ବର୍ତ୍ତମାନ ମଧ୍ୟ ଉକ୍ତ ଆସନରୁ ବିଧାୟକ ରହିଛନ୍ତି । ସେହିପରି ସେ ଚଳିତଥର ମଧ୍ୟ ଏହି ଆସନରୁ ନିର୍ବାଚନ ମୈଦାନକୁ ଓହ୍ଲାଉଛନ୍ତି । ସେ ଆଜି ପ୍ରାର୍ଥୀପତ୍ର ଦାଖଲ କରିବା ପରେ ଗଣମାଧ୍ୟମକୁ ମଧ୍ୟ ସମ୍ବୋଧିତ କରିଛନ୍ତି ।

ତେବେ ଅମୃତସର ଆସନରୁ ଶିରୋମଣୀ ଅକାଳୀ ଦଳ (SAD)ର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ବିକ୍ରମ ସିଂ ମନଜିତିଆଙ୍କୁ ପ୍ରାର୍ଥୀ କରାଯାଇଛି । ଚଳିତ ଥର ସିଦ୍ଧୁ ଓ ମନଜିତିଆଙ୍କ ମଧ୍ୟରେ ମୁଖ୍ୟ ପ୍ରତିଦ୍ବନ୍ଦିତା ଦେଖିବାକୁ ମିଳିବ । ପଞ୍ଜାବରେ ଆସନ୍ତା ମାସ (ଫେବୃଆରୀ) ୨୦ ତାରିଖରେ ମାତ୍ର ଗୋଟିଏ ପର୍ଯ୍ୟାୟରେ ମତଦାନ ହେବାକୁ ଯାଉଛି । ମାର୍ଚ୍ଚ ୧୦ ତାରିଖରେ ଅନ୍ୟ ୫ ରାଜ୍ୟଙ୍କ ସହ ମତଗଣନା ଏବଂ ଜନାଦେଶ ପ୍ରକାଶ ପାଇବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.