ETV Bharat / bharat

Punjab polls: ଧୁରୀରୁ ଲଢିବେ ଭଗୱନ୍ତ ମାନ - ପଞ୍ଜାବ ନିର୍ବାଚନ ଅପଡେଟ୍

ପଞ୍ଜାବର ଧୁରୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ । ଅଧିକ ପଢନ୍ତୁ

Punjab polls: ଧୁରୀରୁ ଲଢିବେ ଭଗୱନ୍ତ ମାନ
Punjab polls: ଧୁରୀରୁ ଲଢିବେ ଭଗୱନ୍ତ ମାନ
author img

By

Published : Jan 21, 2022, 6:37 AM IST

ଚଣ୍ଡିଗଡ: ପାଖେଇ ଆସୁଛି ବିଧାନସଭା ନିର୍ବାଚନ । ପଞ୍ଜାବରେ ଆମ୍ ଆଦମୀ ପାର୍ଟିର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭଗୱନ୍ତ ମାନ ସାଙ୍ଗରୁର ଜିଲ୍ଲାର ଧୁରୀ ବିଧାନସଭା ଆସନରୁ ପ୍ରତିଦ୍ବନ୍ଦିତା କରିବେ(AAP's CM face Bhagwant Mann to contest from Dhuri) । ଆପ୍‌ର ବରିଷ୍ଠ ନେତା ରାଘବ ଚଢା ଗୁରୁବାର ମୋହଲି ଠାରେ ଏହି ଘୋଷଣା କରିଛନ୍ତି । ଜାନୁୟାରୀ ୧୮ ତାରିଖ ଦିନ ଭଗୱନ୍ତଙ୍କୁ ପଞ୍ଜାବର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଭାବେ ଘୋଷଣା କରିଥିଲେ ଦଳ ସୁପ୍ରିମୋ ଅରବିନ୍ଦ କେଜ୍ରିୱାଲ ।

ଜନମତ ଆଧାରରେ ପ୍ରାର୍ଥୀ ନାମ ଘୋଷଣା କରିଥିଲେ କେଜ୍ରିୱାଲ । ଆପ୍‌ର 'ଜନତା ଚୁନେଗି ଅପନା ସିଏମ୍'(Janta Chunegi Apna CM) ଅଭିଯାନ ଅଧୀନରେ ଭଗୱନ୍ତଙ୍କୁ ୯୩ ପ୍ରତିଶତ ଭୋଟ୍ ମିଳିଥିଲା । ପ୍ରକାଶଥାଉ କି, ୪୮ ବର୍ଷୀୟ ମାନ୍ ଜଣେ ହାସ୍ୟ ଅଭିନେତା ଅଟନ୍ତି ଯିଏ ପରବର୍ତ୍ତୀ ସମୟରେ ରାଜନୀତିରେ ପାଦ ଦେଇଥିଲେ । ୨୦୧୪ରେ ସେ ଆପ୍‌ରେ ସାମିଲ ହୋଇଥିଲେ । ସାଙ୍ଗରୁର ସଂସଦୀୟ ନିର୍ବାଚନ ମଣ୍ଡଳୀରୁ ମାନ ଦୁଇଥର ଲୋକସଭା ସାଂସଦ ହୋଇଛନ୍ତି । ବର୍ତ୍ତମାନ ଧୁରୀ ବିଧାନସଭା ଆସନରୁ କଂଗ୍ରେସ ବିଧାୟକ ଦଲବୀର ସିଂହ ଗୋଲ୍ଡି ପ୍ରତିନିଧିତ୍ବ କରୁଛନ୍ତି । ୧୧୭ ଆସନ ପାଇଁ ପଞ୍ଜାବରେ ଫେବୃୟାରୀ ୧୪ରେ ଭୋଟ୍ ଗ୍ରହଣ ହେବ ।

@PTI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.