ETV Bharat / bharat

ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେଲେ ପଞ୍ଜାବ ମନ୍ତ୍ରୀ ଫୌଜା ସିଂ

author img

By

Published : Jan 7, 2023, 4:35 PM IST

ପଞ୍ଜାବରେ ଦୁର୍ନୀତି ଅଭିଯୋଗ ପରେ ଇସ୍ତଫା ଦେଲେ ମନ୍ତ୍ରୀ ଫୌଜା ସିଂ ସରାରୀ । ବ୍ୟକ୍ତିଗତ କାରଣ ଦର୍ଶାଇ ମୁଖ୍ୟମନ୍ତ୍ରୀଙ୍କୁ ଦେଲେ ଇସ୍ତଫା ପତ୍ର । ଆର୍ଥିକ ଠକେଇ ମାମଲାରେ ଭାଇରାଲ ହୋଇଥିଲା ଅଡିଓ । ଅଧିକ ପଢନ୍ତୁ

ଇସ୍ତଫା ଦେଲେ ପଞ୍ଜାବ ମନ୍ତ୍ରୀ ଫୌଜା ସିଂ ସରାରୀ

ହାଇଦ୍ରାବାଦ: ପଞ୍ଜାବରେ ଦୁର୍ନୀତି ଅଭିଯୋଗରେ ଇସ୍ତଫା ଦେଲେ ମନ୍ତ୍ରୀ । ମନ୍ତ୍ରୀ ଫୌଜା ସିଂ ସରାରୀ(Fauja Singh Sarari)ଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିବା ପରେ ସେ ଭଗଓ୍ବନ୍ତ ମାନ କ୍ୟାବିନେଟରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ମାନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେ ଆର୍ଥିକ ଠକେଇରେ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଏନେଇ ଏକ ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଥିଲା । ସେଥିରେ ମନ୍ତ୍ରୀ ଫୌଜାଙ୍କର ବାର୍ତ୍ତାଳାପ ଥିବା ନେଇ ମଧ୍ୟ ଅଭିଯୋଗ ହୋଇଥିଲା । ଅଭିଯୋଗ ନେଇ ରାଜ୍ୟରେ ରାଜନୀତି ଜୋର ଧରିଥିବା ବେଳେ ଆଜି (ଶନିବାର) ଫୌଜା ନିଜ ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ।

ସେ ଆଜି ତାଙ୍କ ଇସ୍ତଫା ପତ୍ର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନଙ୍କ ନିକଟକୁ ପଠାଇ ଦେଇଛନ୍ତି । ସେଥିରେ ସେ ବ୍ୟକ୍ତିଗତ କାରଣରୁ ଇସ୍ତଫା ଦେଉଥିବା ନେଇ ଉଲ୍ଲେଖ କରିଛନ୍ତି । 62 ବର୍ଷୀୟ ଫୌଜା ସିଂଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଆସିଥିଲା । ସେ ତାଙ୍କର ଜଣେ ସହଯୋଗୀଙ୍କ ସହାୟତାରେ ଜଣେ ଠିକାଦାରଙ୍କ ଠାରୁ ମୋଟା ଅଙ୍କର ଅର୍ଥ ଆଦାୟ କରିବା ପାଇଁ ସମ୍ପୃକ୍ତ ଠିକାଦାରଙ୍କୁ ଫାସଇବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଥିଲା । ଏଥିରେ ସେ କିଛି ବଡ ପାହ୍ୟାର ଅଧିକାରୀ ମଧ୍ୟ ତାଙ୍କ ସହ ସମ୍ପୃକ୍ତ ଥିବା ନେଇ ମଧ୍ୟ ଅଭିଯୋଗ ସାମ୍ନାକୁ ଆସିଥିଲା ।

ଏନେଇ ଏକ ଅଡିଓ କ୍ଲିପ ମଧ୍ୟ ଭାଇରାଲ ହୋଇଥିଲେ । ଯେଉଁଥିରେ ଟଙ୍କା ଆଦାୟ ନେଇ ଷଡଯନ୍ତ୍ରମୂଳକ ବାର୍ତ୍ତାଳାପ ହୋଉଥିବା ସହ ଏହା ମନ୍ତ୍ରୀ ଫୌଜା ଓ ତାଙ୍କର ଜଣେ ସହମଯୋଗୀଙ୍କ ମଧ୍ୟରେ ହେଉଥିବା ଅଭିଯୋଗ ହୋଇଥିଲା । ତେବେ ମୁଖ୍ୟମନ୍ତ୍ରୀ ଭାଗଓ୍ବନ୍ତ ମାନ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଦାବି ହେଉଥିବା ବେଳେ ସେ ଆଜି ନିଜ ପଦରୁ ଇସ୍ତାଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀ ମାନଙ୍କୁ ସେ ନିଜ ଇସ୍ତଫା ପତ୍ର ପ୍ରେରଣ କରିଛନ୍ତି ।

ତେବେ ଉକ୍ତ ବାର୍ତ୍ତାଳାପର ଅଡିଓ କ୍ଲିପ ସାମାଜିକ ଗଣମାଧ୍ୟମରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଫୌଜା ଖଣ୍ଡନ କରିବା ସହ ଏହାକୁ ଉଦ୍ଦେଶ୍ୟମୂଳକ ଭାବେ ପ୍ରସ୍ତୁତ କରାଯାଇଥିବା ପାଲଟା ଅଭିଯୋଗ କରିଛନ୍ତି । ତାଙ୍କୁ ବଦନାମ କରିବା ପାଇଁ ଷଡଯନ୍ତ୍ର କରି ଏପରି ଏକ ଅଡିଓ କ୍ଲିପକୁ ଭାଇରାଲ କରାଯାଉଥିବା ସେ କହିଛନ୍ତି । ତେବେ ତାଙ୍କ ଇସ୍ତଫା ପରେ ପଞ୍ଜାବରେ କ୍ଷମତାସୀନ ମାନ ସରକାରରେ ଅଦଳ ବଦଳ ହେବା ନେଇ ଆଲୋଚନା ଆରମ୍ଭ ହେଲାଣି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.