ETV Bharat / bharat

ପୁରୁଷ ହକି ଟିମ୍‌ର ପଞ୍ଜାବୀ ଖେଳାଳିଙ୍କୁ ୧ କୋଟି ଲେଖାଏଁ ଦେବେ ପଞ୍ଜାବ ସରକାର

author img

By

Published : Aug 5, 2021, 5:19 PM IST

ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ପଞ୍ଜାବ ସରକାର । ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରିବା ପରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଅଧିକ ପଢନ୍ତୁ...

ପୁରୁଷ ହକି ଟିମ୍‌ର ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କୁ ନଗଦ ୧ କୋଟି ଟଙ୍କା ପୁରସ୍କାର ଘୋଷଣା କଲେ ପଞ୍ଜାବ ସରକାର

ଚଣ୍ଡିଗଡ଼: ଭାରତୀୟ ପୁରୁଷ ହକି ଟିମ୍‌ରେ ଖେଳୁଥିବା ପ୍ରତ୍ୟେକ ପଞ୍ଜାବୀ ଖେଳାଳିଙ୍କ ପାଇଁ ନଗଦ ୧ କୋଟି ଟଙ୍କା ପୁରସ୍କାର ରାଶି ଘୋଷଣା କଲେ ପଞ୍ଜାବ ସରକାର । ଟୋକିଓ ଅଲିମ୍ପିକ୍ସରେ ଜର୍ମାନୀକୁ ପରାସ୍ତ କରିବା ପରେ ଭାରତୀୟ ପୁରୁଷ ହକି ଦଳ ବ୍ରୋଞ୍ଜ ପଦକ ହାସଲ କରିଛି। ଭାରତୀୟ ପୁରୁଷ ହକି ଦଳ ଗୁରୁବାର ସକାଳେ ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ଜିତି ଇତିହାସ ସୃଷ୍ଟି କରିଛି, ଯାହାକି କ୍ରୀଡା ଜଗତରେ 41 ବର୍ଷ ମଧ୍ୟରେ ପ୍ରଥମ ।

୧୯୮୦ ଅଲିମ୍ପିକ୍ସରେ ଶେଷ ଥର ପାଇଁ ସ୍ବର୍ଣ୍ଣ ପଦକ ଜିତିଥିବା ଭାରତୀୟ ଦଳ ଆଜି ଟୋକିଓ ଅଲିମ୍ପିକ୍ସରେ ବ୍ରୋଞ୍ଜ ପଦକ ହାସଲ କରିଛି । ଭାରତ ଜର୍ମାନିକୁ ୪-୫ ଗୋଲ୍‌ରେ ପରାସ୍ତ କରିବା ପରେ ପଞ୍ଜାବର କ୍ରୀଡ଼ାମନ୍ତ୍ରୀ ରାଣା ଗୁରମିତ ସିଂହ ସୋଢ଼ି ଉପରୋକ୍ତ ପୁରସ୍କାର ରାଶି ଘୋଷଣା କରିଛନ୍ତି। ଟୁଇଟ୍ କରି ସୋଢ଼ି ଲେଖିଛନ୍ତି ଯେ, ଭାରତୀୟ ହକି ଲାଗି ଐତିହାସିକ ଦିନରେ ମୁଁ ପଞ୍ଜାବ ଖେଳାଳିଙ୍କୁ 1 କୋଟି ନଗଦ ପୁରସ୍କାର ରାଶି ଘୋଷଣା କରି ମୁଁ ଆନନ୍ଦିତ। ଭାରତୀୟ ହକି ଟିମ୍‌ରେ ସ୍କିପର୍‌ ମନପ୍ରୀତ୍‌ ସିଂହଙ୍କ ସମେତ ପଞ୍ଜାବର ୮ଜଣ ଖେଳାଳି ଅଛନ୍ତି। ଅନ୍ୟ ଖେଳାଳିମାନେ ହେଲେ, ହର୍‌ମନ୍‌ପ୍ରୀତ୍ ସିଂହ, ରୁପିନ୍ଦର ପାଲ୍ ସିଂହ, ହାର୍ଦ୍ଦିକ ସିଂହ, ଶାମଶେର୍‌ ସିଂହ, ଦିଲ୍‌ପ୍ରୀତ୍‌ ସିଂହ, ଗୁରଜନ୍ତ ସିଂହ ଏବଂ ମନଦୀପ ସିଂହ।

ଅଲିମ୍ପିକ୍‌ କ୍ରୀଡ଼ାରେ ବିଜୟୀ ହୋଇଥିବା ଭାରତୀୟ ପୁରୁଷ ଟିମ୍‌କୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଭିନନ୍ଦନ ଜଣାଇବା ସହ ହକି ଦଳର କ୍ୟାପଟେନ ମନପ୍ରୀତ ସିଂ, ହେଡ କୋଚ ଗ୍ରାହାମ ରିଡ ଏବଂ ଆସିଷ୍ଟାଣ୍ଟ କୋଚ ପୀୟୁଷ ଦୁବେଙ୍କ ସହ କଥା ହୋଇଥିଲେ । ଏକ ସୋସିଆଲ ମିଡିଆ ପୋଷ୍ଟରେ ପିଏମ ମୋଦୀ ଟ୍ୱିଟ କରି କହିଛନ୍ତି ଯେ, ଆଜିର ଏହି ଦିନ ପ୍ରତ୍ୟେଁକ ଭାରତୀୟଙ୍କ ସ୍ମୃତିରେ ସବୁଦିନ ପାଇଁ ଲିପିବଦ୍ଧ ହୋଇ ରହିବ । ଆମର ହକି ଦଳ ପାଇଁ ଭାରତ ଗର୍ବିତ ବୋଲି ସେ କହିଛନ୍ତି। ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଟେଲିଫୋନ୍ ମାଧ୍ୟମରେ ଭାରତୀୟ ପୁରୁଷ ହକି ଦଳ ସହ କଥା ହୋଇ ବିଜୟ ପାଇଁ ଅଭିନନ୍ଦନ ଜଣାଇଛନ୍ତି ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।

For All Latest Updates

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.