ETV Bharat / bharat

PM security breach: ପ୍ରଧାନମନ୍ତ୍ରୀଙ୍କ କାରକେଡ ରୋକିବାକୁ କହିଥିଲେ ଚନ୍ନି - ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗ

ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ କମୁଛି ଚର୍ଚ୍ଚା ନା ଥମୁଛି ରାଜନୀତି । ଦୋଷ ଲଦାଲଦି ସାଙ୍ଗକୁ ଭିନ୍ନ ଭିନ୍ନ ମୋଡ଼ ନେଉଛି ମାମଲା । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ବିପଦରେ ପକାଯାଇଥିଲା (punjab government told farmers to block pms convoy says khatter) । ଅଧିକ ପଢନ୍ତୁ

ଚନ୍ନି ପ୍ରଧାମନ୍ତ୍ରୀଙ୍କ କାରକେଡ ରୋକିବାକୁ କହିଥିଲେ କହିଲେ ଖଟ୍ଟର

author img

By

Published : Jan 13, 2022, 1:23 PM IST

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷା ତ୍ରୁଟି ପ୍ରସଙ୍ଗକୁ ନେଇ କମୁଛି ଚର୍ଚ୍ଚା ନା ଥମୁଛି ରାଜନୀତି । ଦୋଷ ଲଦାଲଦି ସାଙ୍ଗକୁ ଭିନ୍ନ ଭିନ୍ନ ମୋଡ଼ ନେଉଛି ମାମଲା । ଘଟଣାକୁ ନେଇ ବିଜେପି ଓ କଂଗ୍ରେସ ମୁହାଁମୁହିଁ ହୋଇଥିବା ବେଳେ ହରିୟାଣା ମୁଖ୍ୟମନ୍ତ୍ରୀ ମନୋହର ଲାଲ ଖଟ୍ଟର ଏକ ବଡ ବୟାନ ଦେଇଛନ୍ତି । ସେ କହିଛନ୍ତି ପ୍ରଧାନମନ୍ତ୍ରୀଙ୍କୁ ବିପଦରେ ପକାଯାଇଥିଲା (punjab government told farmers to block pms convoy says khatter) । ଏଥିପାଇଁ ପଞ୍ଜାବ ମୁଖ୍ୟମନ୍ତ୍ରୀଙ୍କୁ ଚରଣଜିତ ସିଂ ଚନ୍ନିଙ୍କୁ ଦାୟୀ କରିଛନ୍ତି ମନୋହରଲାଲ ଖଟ୍ଟର ।

ପ୍ରଧାନମନ୍ତ୍ରୀଙ୍କୁ ଜାଣିଶୁଣି ଅଟକାଯାଇଛି ବୋଲି ଅଭିଯୋଗ କରିଛନ୍ତି ଖଟ୍ଟର । ସେ କହିଛନ୍ତି ପଞ୍ଜାବ ସିଆଇଡି ପାଗ ଖରାପ ଥିବାରୁ ବିକଳ୍ପ ରାସ୍ତାର ବ୍ୟବସ୍ଥା କରିବାକୁ ପଡ଼ିପାରେ ବୋଲି ଅବଗତ କରିଥିଲା । ହେଲେ ବ୍ୟବସ୍ଥା କରିବାତ ଦୂରର କଥା ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ କେମିତି ରୋକାଯିବ ସେନେଇ ପଞ୍ଜାବ ସରକାର ଚାଷୀନେତାଙ୍କୁ ନିର୍ଦ୍ଦେଶ ଦେଇଥିଲେ ବୋଲି କହିଛନ୍ତି ଖଟ୍ଟର । ପଞ୍ଜାବ ସରକାର ମୋଦିଙ୍କ ଜୀବନକୁ ବିପଦରେ ପକାଇଥିଲେ ବୋଲି ସେ କହିଛନ୍ତି।

ପ୍ରକାଶ ଥାଉ କି, ପଞ୍ଜାବ ଫିରୋଜପୁରରେ ଏକ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଯୋଗ ଦେବାକୁ ଯାଉଥିବା ସମୟରେ ଚାଷୀଙ୍କ ଆନ୍ଦୋଳନ ପାଇଁ ଓଭରବ୍ରିଜରେ ୨୦ ମିନିଟ ଧରି କାରକେଡ ଅଟକି ରହିଥିଲା । ପରବର୍ତ୍ତୀ ସମୟରେ ସୁପ୍ରିମକୋର୍ଟରେ ପହଞ୍ଚିଥିଲା ଏହି ମାମଲା । ରାୟ ଶୁଣାଇ ତଦନ୍ତ ପାଇଁ ନୂଆ କମିଟି ଗଠନ କରିଥିଲେ ସର୍ବୋଚ୍ଚ ନ୍ୟାୟଳୟ । ଗଠିତ କମିଟିରେ ଅବସରପ୍ରାପ୍ତ ବିଚାରପତି ଜଷ୍ଟିସ ଇନ୍ଦୁ ମଲହୋତ୍ରା କମିଟିର ଅଧ୍ୟକ୍ଷ ରହିବେ। ଏନ୍‌ଆଇଏ ଡିଜି, ଚଣ୍ଡିଗଡର ଡିଜି ଓ ପଞ୍ଜାବର ଏଡିଜିପି ସିକ୍ୟୁରିଟି କମିଟିର ସଦସ୍ୟ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

For All Latest Updates

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.