ETV Bharat / bharat

ପଞ୍ଜାବ ସରକାରଙ୍କ ବିବାଦୀୟ ନିଷ୍ପତ୍ତି: ଅତ୍ୟାବଶ୍ୟକୀୟ ସାମଗ୍ରୀରେ ମଦ ସାମିଲ - curfew will be able to be purchased from liquor shops

ପଞ୍ଜାବ ସରକାର ଏକ ବଡ଼ ଏବଂ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଅନ୍ୟ ରାଜ୍ୟରେ ମଦ୍ୟପାନକୁ ନେଇ ସରକାର ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ପଞ୍ଜାବ ସରକାର ମଦ୍ୟପାନକୁ ଅତ୍ୟାବଶ୍ୟକ ତାଲିକାରେ (ଅତ୍ୟାବଶ୍ୟକ ଦ୍ରବ୍ୟର ତାଲିକା) ଅନ୍ତର୍ଭୁକ୍ତ କରିଛନ୍ତି । ଅଧିକ ପଢନ୍ତୁ...

ପଞ୍ଜାବ ସରକାରଙ୍କ ବିବାଦୀୟ ନିଷ୍ପତ୍ତି: ଅତ୍ୟାବଶ୍ୟକୀୟ ତାଲିକାରେ ମଦ ସାମିଲ

author img

By

Published : May 6, 2021, 3:47 PM IST

ଚଣ୍ଡିଗଡ଼: ଦେଶରେ ଏବେ କୋରୋନା ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିବାରେ ଲାଗିଛି । ଉପରେ ଦେଶ ଅକ୍ସିଜେନ, ବେଡ୍, ମେଡିସିନ ସମେତ ଅନେକ ଚିକିତ୍ସା ସୁବିଧା ଅଭାବ ଦେଇ ଗତି କରୁଛି । ଏହି ସମୟ ମଧ୍ୟରେ ପଞ୍ଜାବ ସରକାର ଏକ ବଡ଼ ଏବଂ ବିବାଦୀୟ ନିଷ୍ପତ୍ତି ନେଇଛନ୍ତି। ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟଚକିତ କରିଦେଇଛି । ଅନ୍ୟ ରାଜ୍ୟରେ ମଦ୍ୟପାନକୁ ନେଇ ସରକାର ଏକ ଭିନ୍ନ ଆଭିମୁଖ୍ୟ ଗ୍ରହଣ କରିଥିବା ବେଳେ ପଞ୍ଜାବ ସରକାର ମଦ୍ୟପାନକୁ ଅତ୍ୟାବଶ୍ୟକ ତାଲିକାରେ (ଅତ୍ୟାବଶ୍ୟକ ଦ୍ରବ୍ୟର ତାଲିକା) ଅନ୍ତର୍ଭୁକ୍ତ କରିଛନ୍ତି । କର୍ଫ୍ୟୁ ସମୟରେ ମଦ ଦୋକାନ ମଧ୍ୟ ଖୋଲା ରହିବ ଏବଂ ଲୋକମାନେ ମଧ୍ୟ ବାରକୁ ଯାଇ ମଦ କିଣି ପାରିବେ ।

ମଙ୍ଗଳବାର ଅପରାହ୍ନରେ ପଞ୍ଜାବ ସରକାର ଏ ସମ୍ପର୍କରେ ବିଜ୍ଞପ୍ତି ଜାରି କରିଛନ୍ତି । ଅବଶ୍ୟ, ବିଜ୍ଞପ୍ତିରେ ବିଳମ୍ବ ହେତୁ ଗୋଟିଏ ଦିନ ପରେ ଚୁକ୍ତିନାମା ଅନୁଯାୟୀ ଦୋକାନ ଖୋଲିବ । ପୂର୍ବରୁ କୋରୋନା ସଂକ୍ରମଣର ମୁକାବିଲା ପାଇଁ ପଞ୍ଜାବ ସରକାର ଲକଡାଉନ କରିବାକୁ ଘୋଷଣା କରିଥିଲେ । ଏଥିରେ ଅତ୍ୟାବଶ୍ୟକୀୟ ସେବା ଯେପରିକି ଔଷଧ, କ୍ଷୀର, ପନିପରିବା, ମାଂସ ଇତ୍ୟାଦି ଅତ୍ୟାବଶ୍ୟକ ଦ୍ରବ୍ୟର ଦୋକାନ ଖୋଲିବାକୁ ନିର୍ଦ୍ଦେଶ ଥିଲା ।

ତେବେ ମଦଦୋକାନ ଖୋଲାଯିବା ନେଇ ନିଷ୍ପତ୍ତି ନଥିଲା । କିନ୍ତୁ ଏବେ ମଦ ଦୋକାନ ଖୋଲିବାକୁ ଗାଇଡଲାଇନ ଜାରି ହୋଇଛି । ସରକାରଙ୍କ ଏହି ଆଦେଶ ପରେ ରାଜ୍ୟରେ ବନ୍ଦ ହୋଇଥିବା ସମସ୍ତ ଚୁକ୍ତିନାମା ଖୋଲାଯିବ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.