ETV Bharat / bharat

punjab elections: ଭଗୱନ୍ତ ମାନ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ

author img

By

Published : Jan 18, 2022, 12:29 PM IST

Updated : Jan 18, 2022, 1:09 PM IST

ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆପ୍ । ଭଗୱନ୍ତ ମାନ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ । ଅଧିକ ପଢନ୍ତୁ

punjab elections: ଭଗୱନ୍ତ ମାନ AAPର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ

ଚଣ୍ଡିଗଡ: ପଞ୍ଜାବ ପାଇଁ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କଲା ଆମ୍ ଆଦମୀ ପାର୍ଟି(AAP) । ଭଗୱନ୍ତ ମାନ ଆପ୍‌ର ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷିତ( AAP announces Bhagwant Mann as its chief ministerial candidate) । ଜନମତ ଆଧାରରେ ପ୍ରାର୍ଥୀ ନାମ ଘୋଷଣା କଲେ ଆପ୍ ମୁଖ୍ୟ ଅରବିନ୍ଦ କେଜ୍ରିୱାଲ । ବର୍ତ୍ତମାନ ଭଗୱନ୍ତ ମାନ ପଞ୍ଜାବର ସଙ୍ଗରୁର ଆସନରୁ ଲୋକସଭା ସାଂସଦ ଅଛନ୍ତି । ୨୦୧୪ରେ ସେ ଆପ୍‌ରେ ସାମିଲ ହୋଇଥିଲେ ।

କିଏ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ହେବେ ସେନେଇ ଜନମତ ଲୋଡିଥିଲେ କେଜ୍ରିୱାଲ । ଗତ ସପ୍ତାହରେ ଜନତାଙ୍କ ମତାମତ ଆଧାରରେ ପ୍ରାର୍ଥୀ ଚୟନ କରିବେ ବୋଲି କେଜ୍ରିୱାଲ କହିଥିଲେ । ଏହାପରେ ଦଳ ପକ୍ଷରୁ ଏକ ଫୋନ ନମ୍ବର ଜାରି କରାଯାଇ ଜନମତ ସଂଗ୍ରହ କରାଯାଇଥିଲା । ୨୧ ଲକ୍ଷରୁ ଊର୍ଦ୍ଧ୍ବ ଜନସାଧାରଣ ନିଜର ରାୟ ଦେଇଥିଲେ । ଯାହାମଧ୍ୟରୁ ଫୋନ, ହ୍ବାର୍ଟ୍ସଆପ୍ ଜରିଆରେ ଭଗୱନ୍ତମାନଙ୍କୁ ୯୩ ପ୍ରତିଶତ ଭୋଟ୍ ମିଳିଥିବା ଅରବିନ୍ଦ କେଜ୍ରିୱାଲ ଜଣାଇଛନ୍ତି । ସେହିପରି ଦ୍ବିତୀୟ ସ୍ଥାନରେ ନବଜୋତ ସିଂହ ସିଦ୍ଧୁଙ୍କ ନାମ ରହିଛି । କହିରଖୁଛୁ କି, ସିଦ୍ଧୁ କଂଗ୍ରେସର ପ୍ରଦେଶ ଅଧ୍ୟକ୍ଷ ଅଟନ୍ତି । କେଜ୍ରିୱାଲଙ୍କ କହିବାନୁଯାୟୀ, ସିଦ୍ଧୁଙ୍କୁ ୩.୬ ପ୍ରତିଶତ ଭୋଟ୍ ମିଳିଛି ।

ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ନାମ ଘୋଷଣା କରି କେଜ୍ରିୱାଲ କହିଛନ୍ତି, ଆପ୍‌ ହିଁ ପଞ୍ଜାବ ନିର୍ବାଚନ ବାଜିମାତ୍ କରିବ । ଯେଉଁଭଳି ଭାବେ ମୁଖ୍ୟମନ୍ତ୍ରୀ ପ୍ରାର୍ଥୀଙ୍କୁ ବଛାଗଲା ସେ ହିଁ ପଞ୍ଜାବର ଆଗାମୀ ମୁଖ୍ୟମନ୍ତ୍ରୀ ହେବେ । ଆମ୍ ଆଦମୀ ପାର୍ଟିର ପ୍ରଦେଶ ଅଧ୍ୟକ୍ଷ ଭଗୱନ୍ତ ମାନ ପଞ୍ଜାବର ସବୁଠୁ ବଡ ଚେହେରା ଅଟନ୍ତି । ସେ ସଙ୍ଗରୁର ଲୋକସଭା ଆସନରୁ ଦୁଇ ଥର ନିର୍ବାଚନ ଜିତିଛନ୍ତି । ଭଗୱନ୍ତ ଜଟ୍ ଶିଖ୍ ସମାଜର ହୋଇଥିବାରୁ ପଞ୍ଜାବରେ ତାଙ୍କ ଦବଦବା ରହିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jan 18, 2022, 1:09 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.